ETV Bharat / business

ସୁପ୍ରିମକୋର୍ଟରେ ଶ୍ରମିକଙ୍କ ମାମଲା, ପ୍ରକୃତ ହିତାଧିକାରୀଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ

author img

By

Published : May 24, 2021, 10:51 PM IST

ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସୂଚନା ଯୋଗାଡ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ..

ସୁପ୍ରିମକୋର୍ଟରେ ଶ୍ରମିକଙ୍କ ମାମଲା , ପ୍ରକୃତ ହିତାଧୀକାଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସୂଚନା ଯୋଗାଡ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଶ୍ରମିକଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଏକାଠି ନକରି ସେମାନଙ୍କୁ ସରକାରୀ ଯୋଜନାର ଲାଭ ଦେବା କଷ୍ଟ ବୋଲି କୋର୍ଟ କହିଛନ୍ତି ।

ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ଜାତୀୟ ପରିଚୟ ପତ୍ର ଦେବା ଦିଗରେ ସରକାର ମଧ୍ୟ କାର୍ଯ୍ୟ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। 2 ସପ୍ତାହ ମଧ୍ୟରେ ଏହି ପରିପ୍ରେକ୍ଷୀରେ କରାଯାଉଥିବା କାର୍ଯ୍ୟର ବିବରଣୀ ପ୍ରଦାନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

କୋରୋନା ସଙ୍କଟ ଏବଂ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟା ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଶ୍ରମିକ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବାକୁ କୋର୍ଟ ସମସ୍ତ ରାଜ୍ୟକୁ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଗୃହିତ ତଥ୍ୟକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପଲବ୍ଧ କରାଯାଉ । ଏହା ସହିତ ଶ୍ରମିକମାନଙ୍କର ଜାତୀୟ ଡାଟାବେସ ପ୍ରସ୍ତୁତ ହେବ ବୋଲି କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି ଅଶୋକ ଭୂଷଣ ଏବଂ ଏମଆର ଶାହାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କୁ ରାସନ ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ବ । ଏଥିପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଯୋଜନା କିମ୍ବା ଅନ୍ୟ କୌଣସି ଯୋଜନାର ଲାଭ ଉଠାଇପାରିବେ। ଜଣେ ଶ୍ରମିକ ହୁଏତ ସେହି ରାଜ୍ୟର ବାସିନ୍ଦା ହୋଇ ନପାରନ୍ତି, କିନ୍ତୁ ତାଙ୍କୁ ରାସନରୁ ବଞ୍ଚିତ କରାଯିବା ଉଚିତ ନୁହେଁ | ତାଙ୍କୁ କୌଣସି ପରିଚୟ ପତ୍ର ଦେଖାଇବାକୁ ବାଧ୍ୟ କରିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ନିଜ ଶୁଣାଣିରେ କହିଛନ୍ତି ।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ 13 ମେ, ରେ ଦିଲ୍ଲୀ ଏବଂ ନିକଟବର୍ତ୍ତୀ ସହର ଗୁଡିକରେ ଥିବା ଶ୍ରମିକଙ୍କୁ ରାସନ ଯୋଗାଇବା ଏବଂ ସେମାନଙ୍କୁ 2 ଥର ଭୋଜନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହି ନିର୍ଦ୍ଦେଶକୁ ସମସ୍ତ ରାଜ୍ୟରେ ଲାଗୁ କରିବାକୁ କହିଛନ୍ତ।

କୋର୍ଟ କହିଛନ୍ତି ଯେ ପ୍ରବାସୀ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟଗୁଡିକ ସାମୁହିକାଭାବରେ ରୋଷେଇ ଆରମ୍ଭ କରିବା ଉଚିତ। ରୋଷେଇର ସ୍ଥାନ, ଖାଦ୍ୟ ମିଳିବାର ସମୟ ପରି ସୂଚନା ବିଷୟରେ ବ୍ୟାପକ ପ୍ରଚାର କରିବା ଦରକାର, ଯାହା ଦ୍ବାରା ଅଭାବୀ ଲୋକ ଏହି ସୁବିଧା ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.