ETV Bharat / business

ଆର୍ଥିକ ପ୍ୟାକେଜରେ ଅସନ୍ତୁଷ୍ଟ ଏହି ସବୁ ରାଜ୍ୟ, ବର୍ଷିଲେ ମୁଖ୍ୟମନ୍ତ୍ରୀ - corona package

ରାଜ୍ୟଗୁଡିକର କହିବା ଅନୁଯାୟୀ କେନ୍ଦ୍ର ଦ୍ବାରା ଭେଦଭାବ କରାଯାଉଛି । ଆର୍ଥିକ ପ୍ୟାକେଜରେ ସେମାନଙ୍କୁ ଏତେଟା ରିଲିଫ ମିଳିନି । ଅଧିକ ପଢନ୍ତୁ..

States express anguish over Economic Stimulus Package
ଆର୍ଥିକ ପ୍ୟାକେଜରେ ଅସନ୍ତୁଷ୍ଟ ଏହି ସବୁ ରାଜ୍ୟ, ବର୍ଷିଲେ ମୁଖ୍ୟମନ୍ତ୍ରୀ
author img

By

Published : May 20, 2020, 12:13 AM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟିର ‘ଆତ୍ମନିର୍ଭର ଭାରତ ’ପ୍ୟାକେଜକୁ 5ଟି ପର୍ଯ୍ୟାୟରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ହେଲେ ଏହି ପ୍ୟାକେଜରେ ଅନେକ ରାଜ୍ୟ ସନ୍ତୁଷ୍ଟ ନୁହଁନ୍ତି ।

ରାଜ୍ୟଗୁଡିକର କହିବା ଅନୁଯାୟୀ କେନ୍ଦ୍ର ଦ୍ବାରା ଭେଦଭାବ କରାଯାଉଛି । ଆର୍ଥିକ ପ୍ୟାକେଜରେ ସେମାନଙ୍କୁ ଏତେଟା ରିଲିଫ ମିଳିନି ।

ଆର୍ଥିକ ପ୍ୟାକେଜ ନାଁରେ ଫମ୍ପା ଘୋଷଣା କରାଯାଇଥିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ସରକାରଙ୍କୁ କଟାକ୍ଷ କରି ମମତା କହିଛନ୍ତି ଯେ, ଟିଭିରେ କେବଳ ଘୋଷଣା ଶୁଣିଛି, ଏହା ସବୁ ମିଛ । ଆର୍ଥିକ ପ୍ୟାକେଜ ନାଁରେ ଦେଶବାସୀଙ୍କୁ ଭୁଆଁ ବୁଲାଯାଉଛି ।

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ କେନ୍ଦ୍ର ରିଲିଫ ପ୍ୟାକେଜକୁ ନକଲି କହିଛନ୍ତି । ସେ କହିଛନ୍ତି ଯେ, ଏହି ପ୍ୟାକେଜରେ ରାଜ୍ୟ ପାଇଁ କିଛି ନାହିଁ । କେନ୍ଦ୍ର ଆମ ପାଇଁ ସୁଧାର ଆଣିବା ବଦଳରେ ଆମର ଶକ୍ତିକୁ ଛଡେଇ ନେଇଛି ବୋଲି ସେ ଯୁକ୍ତି ବାଢିଛନ୍ତି ।

ଏଭଳି ଭାବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କେନ୍ଦ୍ର ନୀତିକୁ ସଙ୍ଘୀୟ ଢାଞ୍ଚା ବିରୋଧୀ ବୋଲି କହିଛନ୍ତି । 2020-21 ବର୍ଷ ପାଇଁ ରାଜ୍ୟର ଋଣ ସୀମାକୁ ବଢାଇ ଜିଡିପିର 5 ପ୍ରତିଶତ କରିବାକୁ ନେଇ ସେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି ।

ସରକାରଙ୍କୁ ସଂଘବାଦ ଭାବନା ସହ କାମ କରିବାକୁ ପଡିବ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ କହିଛନ୍ତି । ଆକ୍ରମଣରୂପରେ ଏକ ସୁଧାର ଏଜେଣ୍ଡାକୁ ଆଗକୁ ବଢାଯାଉଛି ବୋଲି ସେ କହିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ କେନ୍ଦ୍ର ସରକାର ଘୋଷଣା କରିଥିବା ପ୍ୟାକେଜ୍ ପର୍ଯ୍ୟାପ୍ତ ନୁହେଁ ଏବଂ ଏଥିରେ ରାଜ୍ୟ ସରକାରଙ୍କୁ କୌଣସି ରିଲିଫ ମିଳିନି । ସରକାର ରାଜ୍ୟ ସରକାରଙ୍କୁ ଆର୍ଥିକ ରୂପରେ ସଶକ୍ତ କରିବା ଦରକାର । ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ଘରେ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.