ETV Bharat / business

ସ୍କୁଲ ବନ୍ଦ ଯୋଗୁଁ 40 ହଜାର କୋଟି ଡଲାର କ୍ଷତି ସହିପାରେ ଭାରତ: ବିଶ୍ବ ବ୍ୟାଙ୍କ

ଦକ୍ଷିଣ ଏସିଆର ଅର୍ଥ ବ୍ୟବସ୍ଥାଗୁଡିକରେ କୋଭିଡ-19ର ପ୍ରଭାବ ନକରାତ୍ମକ ରହିଛି । ଯାହା ଫଳରେ 2020 ରେ ଅର୍ଥବ୍ୟବସ୍ଥା ଗଭୀର ଭାବେ ଗୁରୁତର ହେବ । ଦକ୍ଷିଣ ଏସିଆରେ ଅନୌପଚାରିକତା ଏବଂ କୋଭିଡ 19’’ ଶୀର୍ଷକ ରିପୋର୍ଟରେ ଏନେଇ ଦାବି ହୋଇଛି ।

ସ୍କୁଲ ବନ୍ଦ ଯୋଗୁଁ 40 ହଜାର କୋଟି ଡଲାର କ୍ଷତି ସହିପାରେ ଭାରତ: ବିଶ୍ବ ବ୍ୟାଙ୍କ
ସ୍କୁଲ ବନ୍ଦ ଯୋଗୁଁ 40 ହଜାର କୋଟି ଡଲାର କ୍ଷତି ସହିପାରେ ଭାରତ: ବିଶ୍ବ ବ୍ୟାଙ୍କ
author img

By

Published : Oct 13, 2020, 5:16 PM IST

ନୂଆଦିଲ୍ଲୀ: କୋଭିଡ କଟକଣା ଯୋଗୁଁ ବନ୍ଦ ସ୍କୁଲ । ଦୀର୍ଘ ଦିନ ଧରି ସ୍କୁଲ ବନ୍ଦ ରହିବା କାରଣରୁ ଭାରତକୁ 40,000 କୋଟି ଡଲାର କ୍ଷତି ସହିବାକୁ ପଡିପାରେ । ବିଶ୍ବ ବ୍ୟାଙ୍କ ପକ୍ଷରୁ ଏ ନେଇ ଆନୁମାନିକ ରିପୋର୍ଟ ପ୍ରକାଶ ହୋଇଛି ।

ରିପୋର୍ଟ ଅନୁସାରେ ସ୍କୁଲ ବନ୍ଦ ପ୍ରଭାବରେ ଦକ୍ଷିଣ ଏସିଆ କ୍ଷେତ୍ରରେ 62,000 କୋଟି ଡଲାର କ୍ଷତି ହୋଇପାରେ । ତେବେ ଯଦି କଟକଣା ବଢିବା ସାଙ୍ଗକୁ ସ୍କୁଲ ନ ଖୋଲେ ତେବେ ଏହି କ୍ଷେତ୍ରକୁ 88,000 କୋଟି ଡଲାର କ୍ଷତି ସହିବାକୁ ହେବ । ବିଶେଷ କରି ସ୍କୁଲ ବନ୍ଦ ଦ୍ବାରା ଦକ୍ଷିଣ ଏସିଆରେ ଭାରତ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ବେଳେ ସମସ୍ତ ଦେଶର ମୋଟ ଘରୋଇ ଉତ୍ପାଦରେ ହ୍ରାସ ହେବା ଆଶଙ୍କା ରହିଛି ।

ଦକ୍ଷିଣ ଏସିଆର ଅର୍ଥ ବ୍ୟବସ୍ଥାଗୁଡିକରେ କୋଭିଡ-19ର ପ୍ରଭାବ ନକରାତ୍ମକ ରହିଛି । ଯାହା ଫଳରେ 2020 ରେ ଅର୍ଥବ୍ୟବସ୍ଥା ଗଭୀର ଭାବେ ଗୁରୁତର ହେବ । ଦକ୍ଷିଣ ଏସିଆରେ ଅନୌପଚାରିକତା ଏବଂ କୋଭିଡ 19’’ ଶୀର୍ଷକ ରିପୋର୍ଟରେ ଏ ନେଇ ଦାବି ହୋଇଛି ।

କୋଭିଡ ଯୋଗୁଁ ସ୍କୁଲ ବନ୍ଦ ରହିବା କାରଣରୁ ଦକ୍ଷିଣ ଏସିଆ ରାଷ୍ଟ୍ର ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଛି । ଏସବୁ ଦେଶରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର 391 ମଲିୟନ ଛାତ୍ରାଛାତ୍ରୀ ସ୍କୁଲ ଠାରୁ ଦୂରରେ ଅଛନ୍ତି । ଯାହା ଫଳରେ ଆଗକୁ ଶିକ୍ଷା ସଙ୍କଟ ମୁକାବିଲା କଷ୍ଟକର ହୋଇପାରେ ।

ବିଶ୍ବ ବ୍ୟାଙ୍କର ରିପୋର୍ଟରେ ଦର୍ଶାଯାଇଛି କି କୋଭିଡ ଯୋଗୁଁ ବହୁ ଦେଶର ସ୍କୁଲ ବିଭିନ୍ନ ପନ୍ଥା ଆପଣାଇଛନ୍ତି । ପିଲାଙ୍କୁ ପାଠ ପଢା ସହ ଜଡିତ ପାଇଁ ଡିଜିଟାଲ ଉପାୟ ଆପଣାଇଛନ୍ତି । କିନ୍ତି ଡିଜିଟାଲ ପାଠ ପଢା ଅତ୍ୟନ୍ତ କଷ୍ଟକର ହୋଇଛି । ଆଶଙ୍କା ରହିଛି କି ମହାମାରୀ ଯୋଗୁଁ 5.5 ମିଲିୟନ ଛାତ୍ରଛାତ୍ରୀ ଡ୍ରପ ଆଉଟ ବା ପାଠ ଛାଡି ପାରନ୍ତି ।

ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡିକରେ ସରକାରୀ ଓ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ପ୍ରତି ବର୍ଷ ପାଠ ପଢା ପାଇଁ 40,00 କୋଟି ଡଲାର ଖର୍ଚ୍ଚ କରନ୍ତି । ହେଲେ ସ୍କୁଲ ବନ୍ଦ ଦ୍ବାରା ପ୍ରବଳ କ୍ଷତି ଆଶଙ୍କା ରହିଛି । କାରଣ କୋଭିଡ ଆରମ୍ଭ ପରଠୁ ପିଲାମାନେ ସ୍କୁଲ ଯିବା ବନ୍ଦ କରିଥିବା ବେଳେ ଏବେ ସୁଦ୍ଧା ବହୁ ଦେଶରେ ସ୍କୁଲ ବନ୍ଦ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.