ETV Bharat / business

କୋରୋନା ପ୍ରଭାବିତ ଅର୍ଥନୀତିର ସମୀକ୍ଷା, ଆଗାମୀ ପଦକ୍ଷେପ ନେଇ ପିଏମଙ୍କ ଚର୍ଚ୍ଚା - COVID-19 on economy

କୋରୋନା ମାଡରେ ଟଳମଳ ଅର୍ଥନୀତି । ଆଗକୁ କଣ ରହିବ ପଦକ୍ଷେପ, କେଉଁ ସେକ୍ଟରକୁ ମିଳିବ ରିଲିଫ ପ୍ୟାକେଜ , କିପରି ଟ୍ରାକକୁ ଫେରିବ ଅର୍ଥନୀତି ? ଏ ନେଇ ଅର୍ଥମନ୍ତ୍ରୀ ସହ ପିଏମଙ୍କ ବିଚାରବିମର୍ଶ ...

PM reviews impact of COVID-19 on economy
କୋରୋନା ପ୍ରଭାବିତ ଅର୍ଥନୀତିର ସମୀକ୍ଷା, ଆଗାମୀ ପଦକ୍ଷେପ ନେଇ ପିଏମଙ୍କ ଚର୍ଚ୍ଚା
author img

By

Published : Apr 17, 2020, 12:40 AM IST

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥବ୍ୟବସ୍ଥା ଉପରେ କୋରୋନା ପ୍ରଭାବର ସମୀକ୍ଷା କରିଛନ୍ତି । ପ୍ରଭାବିତ ସେକ୍ଟରକୁ ରିଲିଫ ଦେବା ପାଇଁ ଦ୍ବିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ପାଇଁ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଚର୍ଚ୍ଚା କରିଛନ୍ତି ।

କୋରାନା ମାଡରେ ବିପର୍ଯ୍ୟସ୍ତ ଅର୍ଥନୀତି । ଏମଏସଏମଇ ସେକ୍ଟର ଠାରୁ ରିୟଲଇଷ୍ଟେଟ, ରପ୍ତାନୀ, ବିନିର୍ମାଣ ଉଦ୍ୟୋଗ ସବୁ ମାନ୍ଦାମୁହାଁ । ପରିବହନ ଉପରେ ମଧ୍ୟ ଲାଗିଛି ପ୍ରତିବନ୍ଧକ । ଫଳରେ ଏଥିସହ ଜଡିତ କୋଟି କୋଟି ଜୀବିକା ବିପଦ ଆଡକୁ ଠେଲି ହୋଇଯାଇଛି ।

ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ସମତେ ବହୁ ଆର୍ଥିକ ଏଜେନ୍ସି ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ଦର ଅନୁମାନକୁ କମାଇଛନ୍ତି । ଏ ସବୁ ସମ୍ବନ୍ଧରେ ଆଜିର ବୈଠକରେ ବିଚାରବିମର୍ଶ କରାଯାଉଛି । ଏଥିସହ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ ପାଇଁ ପୁଞ୍ଜି ଏକଜୁଟ ନେଇ ମଧ୍ୟ ଗୁରୁତ୍ବ ଦିଆଯାଇଛି ।

ଆର୍ଥିକ ମାମଲାର ସଚିବ ଅତୁନି ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସରକାର ଏକ ସଶକ୍ତିକରଣ ଗୋଷ୍ଠିର ଗଠନ କରିଛନ୍ତି । ଏହି ଗୋଷ୍ଠୀ ଲକଡାଉନ ପରବର୍ତ୍ତୀ ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇବା ନେଇ ପରାମର୍ଶ ଦେବେ । ଏହା ବ୍ୟତୀତ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ସହିତ ଗରିବ ତଥା ଦିନ ମଜୁରିଆଙ୍କୁ ରିଲିଫ ଓ କଲ୍ୟାଣମୂଳକ ପଦକ୍ଷେପ ଉପରେ କାର୍ଯ୍ୟ କରିବାକୁ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଛି ।

ତେବେ ଆଗାମୀ ଦିନରେ ଆଉ ଏକ ଆର୍ଥିକ ପ୍ୟାକେଜ ଆଣିବା ନେଇ ଅର୍ଥମନ୍ତ୍ରୀ ସଙ୍କେତ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.