ETV Bharat / business

ଟ୍ରାକକୁ ଫେରୁଛି ହୋଟେଲ ଓ ପର୍ଯ୍ୟଟନ ବ୍ୟବସାୟ

author img

By

Published : Sep 3, 2020, 5:29 PM IST

ହୋଟେଲ, ରିସର୍ଟ ଏବଂ ହିଲ ଷ୍ଟେସନକୁ ଘରୋଇ ପର୍ଯ୍ୟଟକଙ୍କ ଗମନାଗମନ ଧୀରେ ଧୀରେ ବୃଦ୍ଧି ପାଉଛି। ତେବେ ହୋଟେଲ ଏବଂ ପର୍ଯ୍ୟଟକ ବ୍ୟବହାର ସମ୍ପୂର୍ଣ୍ଣ ରୂପେ ସ୍ବାଭାବିକ ପାଇଁ ଆହୁରି ଅଢେଇରୁ ତିନି ବର୍ଷ ଲାଗିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅଧିକ ପଢନ୍ତୁ..

ଟ୍ରାକକୁ ଫେରୁଛି ହୋଟେଲ ଏବଂ ପର୍ଯ୍ୟଟନ ବ୍ୟବସାୟ

ନୂଆଦିଲ୍ଲୀ: କୋରୋନା କାଳରେ ସର୍ବାଧିକ ପ୍ରଭାବିତ ପର୍ଯ୍ୟଟନ ଏବଂ ଆତିଥ୍ୟ ସେକ୍ଟର ଏବେ ସୁଧୁରିଛି । ଅନଲକ ସହ ପୁଣି ସ୍ଥିତି ହେଉଛି ସ୍ବାଭାବିକ । ଅନଲକ-4 ରେ ଦିଆଯାଇଥିବା କୋହଳ ଓ ରିଲିଫ ଯୋଗୁଁ ଏହି କ୍ଷେତ୍ର ଆହୁରି ସୁଧୁରିବ ବୋଲି ଆଶା କରାଯାଉଛି ।

ହୋଟେଲ, ରିସର୍ଟ ଏବଂ ହିଲ ଷ୍ଟେସନକୁ ଘରୋଇ ପର୍ଯ୍ୟଟକଙ୍କ ଗମନାଗମନ ଧୀରେ ଧୀରେ ବୃଦ୍ଧି ପାଉଛି । ତେବେ ଏହି ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ଟ୍ରାକକୁ ଫେରିବା ପାଇଁ ଆହୁରି ଅଢେଇରୁ ତିନି ବର୍ଷ ଲାଗିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଆଇଟିସିର ପୂର୍ବତନ ସିଇଓ ତଥା ଶିଳ୍ପ ସଂସ୍ଥା CIIର ପର୍ଯ୍ୟଟନ ଏବଂ ଆତିଥ୍ୟ ନ୍ୟାସନାଲ କମିଟିର ପରାମର୍ଶଦାତା ଦୀପକ ହକସର କହିଛନ୍ତି ଯେ, ଘରୋଇ ପର୍ଯ୍ୟଟକମାନେ ବର୍ତ୍ତମାନ ବୁଲିବାକୁ ଯାଉଛନ୍ତି । ଏହି କାରଣରୁ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଉଛି ।

ସେ କହିଛନ୍ତି ଯେ ବର୍ତ୍ତମାନ ଘରୋଇ ପର୍ଯ୍ୟଟକଙ୍କଠାରୁ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ଉନ୍ନତି ହେବ ବୋଲି ଆଶା କରାଯାଉଛି । ବିଦେଶୀ ପର୍ଯ୍ୟଟକମାନେ ଆସିବା ବିଷୟରେ ଏବେ ଚିନ୍ତା ମଧ୍ୟ କରାଯାଇପାରିବ ନାହିଁ ।

ଭାରତରେ ଅଧିକାଂଶ ହୋଟେଲ ବ୍ୟବସାୟ ବିଜନେସ ଟ୍ରାଭେଲର୍ସ ଅର୍ଥାତ କାରବାର ସମ୍ବନ୍ଧରେ ଯାତ୍ରା କରିଥିବା ପର୍ଯ୍ୟଟକଙ୍କ ଚାହିଦା ଅନୁଯାୟୀ ଚାଲିଥାଏ । କିନ୍ତୁ ଏହାର ସୁଧାର ପାଇଁ ସମୟ ଲାଗିବ । ସେ କହିଛନ୍ତି କି, ତୃତୀୟ ସେଗମେଣ୍ଟ ମିଟିଂଇନସେଣ୍ଟିଭ୍, କନଭେନସନ୍ ଏବଂ ଇଭେଣ୍ଟସ୍ (MICE) । ଯେଉଁଥିରେ ସମ୍ଭାବନା ରହିଛି ହେଲେ କିଛି କଟକଣା ରହିଛି ।

ଅନଲକ-4ରେ ସରକାର ସେପ୍ଟେମ୍ବର 21ରୁ ସାମାଜିକ, ଏକାଡେମିକ୍, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ତଥା ରାଜନୈତିକ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏଥିରେ ଭାଗ ନେବାକୁ ଲୋକଙ୍କ ସଂଖ୍ୟା 100ରୁ ଅଧିକ ହେବ ନାହିଁ ।

ଏହା ବ୍ୟତୀତ ବୈବାହିକ ଆୟୋଜନରେ ବର୍ତ୍ତମାନ ସେପ୍ଟେମ୍ବେର 20 ଯାଏଁ କେବଳ 50 ଲୋକ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଏହା ପରେ ଏଥିରେ 100 ଲୋକ ଯାଏଁ ସାମିଲ ହୋଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.