ETV Bharat / business

କୋରୋନା ମୁକାବିଲା : ଚାଲିଛି ଦ୍ବିତୀୟ ଆର୍ଥିକ ପ୍ୟାକେଜ ପ୍ରସ୍ତୁତି - ଦ୍ବିତୀୟ ଆର୍ଥିକ ପ୍ୟାକେଜ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀ

କୋରୋନା ମୁକାବିଲା ପାଇଁ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1.7 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିପାଇଁ ପୁଣି ଅନ୍ୟ ବିକଳ୍ପ ମାଧ୍ୟମରେ ଆଗକୁ ସ୍ଥିତି ସୁଧାରିବାକୁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

Finance Ministry working on second relief package to revive battered economy
କୋରୋନା ମୁକାବିଲା : ଚାଲିଛି ଦ୍ବିତୀୟ ଆର୍ଥିକ ପ୍ୟାକେଜ ପ୍ରସ୍ତୁତି
author img

By

Published : Apr 7, 2020, 6:48 AM IST

ନୂଆଦିଲ୍ଲୀ: କୋରୋନା କବଜାରେ ଥିବା ଅର୍ଥନୀତିକୁ ପୁଣି ଟ୍ରାକକୁ ଆଣିବା ପାଇଁ ରଣନୀତି ଆରମ୍ଭ । ଅର୍ଥମନ୍ତ୍ରୀଙ୍କ ପ୍ରଥମ କୋରୋନା ପ୍ୟାକେଜ ପରେ ଏବେ ଦ୍ବିତୀୟ ଆର୍ଥିକ ବୁଷ୍ଟର ପାଇଁ ପ୍ରସ୍ତୁତି ଚାଲିଛି । ରବିବାର କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି ।

ଲକଡାଉନ ଶେଷ ହେବା ପରେ ସୃଷ୍ଟି ହେବାକୁ ଥିବା ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ନଜର ରହିଛି । ଏଥିପାଇଁ ଆର୍ଥିକ ପ୍ୟାକେଜ ନେଇ ଚର୍ଚ୍ଚା ହେଉଛି । ହେଲେ ଏବେ ସୁଦ୍ଧା ଶେଷ ନିଷ୍କର୍ସ ବାହାରିନି । ତେବେ ସରକାରଙ୍କ ଲକ୍ଷ୍ୟ ଉପଯୋଗୀତା ବା ଚାହିଦା ବୃଦ୍ଧି ଦିଗରେ ରହିଛି । ଏଥିପାଇଁ ଉପାୟ ପ୍ରସ୍ତତି ଆବଶ୍ୟକ ରହିଛି । ଯଦି ଆର୍ଥିକ ପ୍ୟାକେଜର ଘୋଷଣା କରାଯାଏ ତେବେ ଅର୍ଥନୀତିକୁ ସୁଧାରିବା ସହ ମହାମାରୀରେ ପ୍ରଭାବିତଙ୍କୁ ଅଣ୍ଟା ସଳଖିବାରେ ସହଯୋଗ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଗତ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1.7 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସେହିପରି ଅନ୍ୟ ବିକଳ୍ପ ମାଧ୍ୟମରେ ଆଗକୁ ସ୍ଥିତି ସୁଧାରିବାକୁ ସରକାର ଅଣ୍ଚା ଭିଡୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.