ETV Bharat / business

କୋରୋନା କଷଣ: 46 ପ୍ରତିଶତ ଭାରତୀୟ ଘର ଚଳାଇବାକୁ କଲେଣି ଋଣ - ଭାରତୀୟ ପରିବାର

କୋରୋନା ସଙ୍କଟ କାଳରେ 46 ପ୍ରତିଶତ ଭାରତୀୟ ନିଜ ଘର ଚଳାଇବା ପାଇଁ ଉଧାର ସାହାରା ନେଇଛନ୍ତି । ପରିବାରର ଦୈନିକ ଆବଶ୍ୟକତାକୁ ପୂରା କରିବା ପାଇଁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣେ ନିଜ ବନ୍ଧୁ ଓ ପରିଜନଙ୍କ ଠାରୁ ଋଣ କରିଛି । ଅଧିକ ପଢନ୍ତୁ..

କୋରୋନା କଷଣ: 46 ପ୍ରତିଶତ ଭାରତୀୟ ଘର ଚଳାଇବାକୁ କଲେଣି  ଋଣ

author img

By

Published : Nov 3, 2020, 5:06 PM IST

ନୂଆଦିଲ୍ଲୀ: କୋରୋନା ମାଡରେ ଜୀବନ ସହ ଜୀବିକା ମଧ୍ୟ ଗଭୀର ଭାବେ ପ୍ରଭାବିତ । ପ୍ରମୁଖ ସେକ୍ଟରରେ କଟକଣା ଯୋଗୁଁ ଏଠାରେ କାମ କରୁଥିବା ଲୋକ ରୋଜଗାର ହରାଇପଡିଛନ୍ତି । ଯେଉଁଥିପାଇଁ ଗୁଜୁରାଣ ମେଣ୍ଟାଇବାକୁ, ଘର ଚଳାଇବାକୁ ପ୍ରାୟ ଅର୍ଦ୍ଧେକ ଭାରତୀୟ ଋଣର ସାହାରା ନେଇଛନ୍ତି ।

ହୋମ କ୍ରେଡିଟ ଇଣ୍ଡିଆର ଏକ ସର୍ଭେ ରିପୋର୍ଟ ଅନୁସାରେ କୋରୋନା ସଙ୍କଟ କାଳରେ 46 ପ୍ରତିଶତ ଭାରତୀୟ ନିଜ ଘର ଚଳାଇବା ପାଇଁ ଉଧାର ସାହାରା ନେଇଛନ୍ତି । ପରିବାରର ଦୈନିକ ଆବଶ୍ୟକତାକୁ ପୂରା କରିବା ପାଇଁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣେ ନିଜ ବନ୍ଧୁ ଓ ପରିଜନଙ୍କ ଠାରୁ ଉଧାର ନେଇଛନ୍ତି ।

ଆଉ ଯେଉଁଠି ନିଜର ଆବଶ୍ୟକତାକୁ ପୂରା କରିବା ପାଇଁ 46 ପ୍ରତିଶତ ଋଣ କରିଛନ୍ତି , ସେଠାରେ 27 ପ୍ରତିଶତ ଲୋକ ଇଏମଆଇ ବକେୟା ପୈଠ ପାଇଁ ଋଣ ସାହାରା ନେଇଛନ୍ତି । ଏଥିରୁ 14 ପ୍ରତିଶତ ଲୋକ କୋଭିଡ-19 କାଳରେ ଲାଗୁ ଲକଡାଉନ ଯୋଗୁଁ ରୋଜଗାର ହରାଇଥିବାରୁ ବାଧ୍ୟ ହୋଇ ପରିବାର ପୋଷିବାକୁ ଋଣ କରିଛନ୍ତି ।

ମୁମ୍ବାଇ ଓ ଭୋପାଲରେ ସବୁଠୁ ଅଧିକ ଲୋକ (27 ପ୍ରତିଶତ ) ଉଧାର ନେଇଛନ୍ତି । ଏହା ପରେ କ୍ରମଶଃ ଦିଲ୍ଲୀ (26 ପ୍ରତିଶତ) ଓ ପାଟନା (25 ପ୍ରତିଶତ) ଆସୁଛି ।

2019ରେ ମଧ୍ୟ 46 ପ୍ରତିଶତ ଲୋକ ଋଣ କରିଛନ୍ତି । ଏଥିରୁ 33 ପ୍ରତିଶତ ନିଜ ଜୀବନଶୈଳୀ ଖର୍ଚ୍ଚକୁ ଉଠାଇବା ପାଇଁ ଓ ବାକି ପରିବାର ଖର୍ଚ୍ଚକୁ ପୂରା କରିବାକୁ ଋଣ କରିଛନ୍ତି । ଏହି ଫଳାଫଳରୁ ଜଣାପଡିଛି କି କୋରୋନା ଭାଇରସ ମହାମାରୀ ଦେଶର ଅର୍ଥବ୍ୟବସ୍ଥା ଓ ସମାଜରେ ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.