ETV Bharat / business

କଂଗ୍ରେସର କାଉଣ୍ଟର ଆଟାକ: ‘ସୀତାରମଣ ଅର୍ଥବ୍ୟବସ୍ଥା ପାଇଁ ହାନିକାରକ’

author img

By

Published : Feb 14, 2021, 7:57 AM IST

ରାହୁଲଗାନ୍ଧୀଙ୍କ ବୟାନକୁ ନେଇ ସୀତାରମଣ ପାଲଟା ଆକ୍ରମଣ କରିଥିଲା ବେଳେ ପୁଣି ଏହାର ଜବାବରେ କଂଗ୍ରେସ କରିଛି ବୟାନବାଜି । ଅଧିକ ପଢନ୍ତୁ..

କଂଗ୍ରେସର କାଉଣ୍ଟର ଆଟାକ: ‘ସୀତାରମଣ  ଅର୍ଥବ୍ୟବସ୍ଥା ପାଇଁ ହାନିକାରକ’
କଂଗ୍ରେସର କାଉଣ୍ଟର ଆଟାକ: ‘ସୀତାରମଣ ଅର୍ଥବ୍ୟବସ୍ଥା ପାଇଁ ହାନିକାରକ’

ନୂଆଦିଲ୍ଲୀ: ଶନିବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ଆଉ ବଜେଟର ଚର୍ଚ୍ଚା ନେଇ କଂଗ୍ରେସ ଓ ସୀତାରମଣଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଫେସଅପ । ରାହୁଲଗାନ୍ଧୀଙ୍କ ବୟାନକୁ ନେଇ ସୀତାରମଣ ପାଲଟା ଆକ୍ରମଣ କରିଥିଲା ବେଳେ ପୁଣି ଏହାର ଜବାବରେ କଂଗ୍ରେସ କରିଛି ବୟାନବାଜି ।

କଂଗ୍ରେସ କହିଛି କି ସୀତାରମଣ ଭାରତର ଅର୍ଥବ୍ୟବସ୍ଥା ପାଇଁ ‘ହାତିକାରକ’ । ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ‘ଆମେ ଦୁଇ ଆଉ ଆମର ଦୁଇ’ । ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହା ଦାବି ମଧ୍ୟ କରିଛନ୍ତି କି ଯେବେ ସରକାର ଓ ତାଙ୍କ ମନ୍ତ୍ରୀ ଦେଶ ଏବଂ ଅର୍ଥବ୍ୟବସ୍ଥାର ସ୍ଥିତି ସମ୍ଭାଳି ପାରିଲେ ନାହିଁ, ସେହି ସମୟରେ କଂଗ୍ରେସ ନେତାଙ୍କ ଉପରେ ‘ଅପମାନଜନକ’ ଟିପ୍ପଣୀ କରୁଛନ୍ତି ।

ସଂସଦ ପରିସରରେ ସମ୍ବାଦଦାତାଙ୍କ ସହ ଆଲୋଚନା ବେଳେ ସେ ଅଭିଯୋଗ କରିଛନ୍ତି କି, ‘ସୀତାରମଣ ଅର୍ଥମନ୍ତ୍ରୀ ନୁହଁନ୍ତି, ସେ ଆଗ୍ରୀ ମନ୍ତ୍ରୀ । ସେ ଦେଶର ଅର୍ଥବ୍ୟବସ୍ଥା ପାଇଁ ହାନିକାରକ । ପ୍ରଧାନମନ୍ତ୍ରୀଙ୍କ ସହ ମିଶି ସେ ଦେଶକୁ କ୍ଷୟ କରିବାରେ ଲାଗିଛନ୍ତି । ତାଙ୍କର ଏକମାତ୍ର ଲକ୍ଷ୍ୟ ଆମେ ଦୁଇ ଆମର ଦୁଇ ।

ସେ କହିଛନ୍ତି କି ଅକ୍ସଫାମ ରିପୋର୍ଟରେ କୁହାଯାଇଛି କି ଲକଡାଉନ ଯୋଗୁଁ ଭାରତର ଅବରପତି 35 ପ୍ରତିଶତ ଧନୀ ହୋଇଛନ୍ତି । ଯେତେବେଳେ କି କୋଟି କୋଟି ଲୋକଙ୍କ ଆୟ ହ୍ରାସ ହୋଇଛି । ଆମର ଅର୍ଥମନ୍ତ୍ରୀଙ୍କୁ ପଚାରିବାକୁ ଚାହିଁବୁ କି ଏହା କଣ ହେଲା ?

ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାର ପୁଞ୍ଜିପତିମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି, କିନ୍ତୁ ଚାଷୀଙ୍କ ପାଇଁ ବଜେଟ ହ୍ରାସ କରୁଛି । ଚୌଧୁରୀ କହିଛନ୍ତି ଯେ MNREGA ଏବଂ ଅନ୍ୟାନ୍ୟ ସାମାଜିକ ଯୋଜନା ପାଇଁ ଆବଣ୍ଟନ କଟାଯାଇଛି ।

ସେ କହିଛନ୍ତି, ‘ଯେତେବେଳେ ଦେଶର ସ୍ଥିତି ଏବଂ ଅର୍ଥନୀତିକୁ ସମ୍ଭାଳି ପାରୁ ନାହାନ୍ତି ସେତେବେଳେ ସରକାର ଏବଂ ସେମାନଙ୍କ ମନ୍ତ୍ରୀମାନେ ଆମ ଉପରେ ରାଗୁଛନ୍ତି । ଅର୍ଥମନ୍ତ୍ରୀ ଆମ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । ଏହି ସରକାର ବିରୋଧୀ ଦଳର ନେତା ଓ କର୍ମୀଙ୍କୁ ସମ୍ମାନ କରନ୍ତି ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.