ETV Bharat / business

ମାଗଣା ଟୁରିଷ୍ଟ ଭିସା ପ୍ଲାନ: ଲାଭବାନ ହେବ କି ଭାରତ ?

author img

By

Published : Jun 29, 2021, 6:24 PM IST

କୋରୋନା ପ୍ରହାରରେ ନଇଁପଡିଥିବା ପର୍ଯ୍ୟଟନ ଶିଳ୍ପ ସଳଖିବ ଅଣ୍ଟା । ମିଳିଲା ଭିଟାମିନ ଡୋଜ । ଜାଣନ୍ତୁ ସରକାରଙ୍କ ଘୋଷିତ ମାଗଣା ଟୁରିଷ୍ଟ ଭିସା ପ୍ଲାନରେ କେତେ ଉପକୃତ ହେବ ଭାରତର ପର୍ଯ୍ୟଟନ ଶିଳ୍ପ ..

ମାଗଣା ଟୁରିଷ୍ଟ ଭିସା ପ୍ଲାନ :  ଲାଭବାନ ହେବ କି ଭାରତ ?

ନୂଆଦିଲ୍ଲୀ: କୋରୋନା ପ୍ରହାରରେ ନଇଁପଡିଥିବା ପର୍ଯ୍ୟଟନ ଶିଳ୍ପ ସଳଖିବ ଅଣ୍ଟା । ଟ୍ରାଭେଲ ଓ ଟୁରିଜିମ ସେକ୍ଟରକୁ ଭିଟାମିନ ଡୋଜ ଦେଲେ ସରକାର । ଏଥିରେ ପ୍ରଥମ 5 ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଟୁରିଷ୍ଟ ଫ୍ରି ଭିସା ଦିଆଯିବା ନେଇ ହୋଇଛି ଘୋଷଣା । 2022 ମାର୍ଚ୍ଚ 31 ଯାଏଁ ଭିସା ସ୍କିମ ଜାରି ରହିବ ।

ଜଣେ ଟୁରିଷ୍ଟଙ୍କୁ କେବଳ ଥରେ ହିଁ ଫ୍ରି ଭିସା ସ୍କିମର ଫାଇଦା ମିଳିବ । ଏହା ଅଧିନରେ 100 କୋଟି ଟଙ୍କାର ଆର୍ଥିକ ସହଯୋଗ ମିଳିବ । ବିଦେଶୀ ପର୍ଯ୍ୟଟକଙ୍କୁ ଭିସା ଅନୁମତି ମିଳିବା ପରେ ସେ ଏହି ପ୍ଲାନର ଲାଭ ନେଇପାରିବେ ହେଲେ ଥରେ ।

ପଞ୍ଜୀକୃତ ଟୁରିଷ୍ଟ ଗାଇଡ ଓ ଟ୍ରାଭେଲ ଟୁରିଜମ ଅଂଶୀଦାରଙ୍କୁ ବି ମିଳିବ ଆର୍ଥିକ ସହାୟତା । ଲାଇସେନ୍ସଧାରୀ ଟୁର ଗାଇଡଙ୍କୁ ଲକ୍ଷେ ଟଙ୍କା ଏବଂ ଟୁରିଷ୍ଟ ଏଜେନ୍ସିଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ଏହି ଋଣର 100 ପ୍ରତିଶତ ଗ୍ୟାରେଣ୍ଟି ଦିଆଯିବ । ଏଥିପାଇଁ ପ୍ରୋସେସିଂ ଖର୍ଚ୍ଚ ବି ଦେବାକୁ ପଡିବ ନାହିଁ । ଫଳରେ 10,700 ଟ୍ବିରିଷ୍ଟ ଗାଇଡ ଓ ଟ୍ରାଭେଲ ଏବଂ ଟୁରିଜମ ଅଂଶୀଦାର ହେଲେ ଉପକୃତ ।

ପ୍ରତି ବର୍ଷ ଦେଶକୁ କୋଟିଏରୁ ଉର୍ଦ୍ଧ୍ବ ପର୍ଯ୍ୟଟନ ଆସିଥାନ୍ତି । 2019 ରେ 1.93 କୋଟି ବିଦେଶୀ ପର୍ଯ୍ୟଟନ ଆସିଥିଲେ ଭାରତ । ଭାରତର ମୋଟ ରୋଜଗାରରେ ପ୍ରାୟ 10 ପ୍ରତିଶତ ଯୋଗଦାନ ରଖିଥାଏ ପର୍ଯ୍ୟଟନ ।

2020 ଆରମ୍ଭରୁ କୋରୋନା ମହାମାରୀ ଦୁନିଆରେ କାୟା ମେଲାଇବା ସହ କାଟିଦେଇଛି ପର୍ଯ୍ୟଟନ ଶିଳ୍ପର ଡେଣା । ସଂକ୍ରମଣ ପ୍ରତିହିତ ପାଇଁ ଲକଡାଉନ, ଉଡାଣ ପ୍ରତିବନ୍ଧକ , ପର୍ଯ୍ୟଟନ ସ୍ଥଳ ବନ୍ଦ ସହ ବିଭିନ୍ନ କଟକଣା କାରଣରୁ ଠପ ହୋଇପଡିଛି ଏହି ଶିଳ୍ପ ସହ ଜଡିତ ଲୋକଙ୍କ ଜୀବିକା । ହଜାର ହଜାର ଲୋକ ରୋଜଗାର ହରାଇଥିବା ବେଳେ ବଡ ଟୁରିଷ୍ଟ ଗାଇଡ ଓ ଏଜେନ୍ସିଙ୍କ ହାତ ପଡିଯାଇଛି । ଏଥିପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ବାରମ୍ବାର ବାରମ୍ବାର ଦାବି ହୋଇଆସୁଥିଲେ ସୁଦ୍ଧା ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ମେଗା ପ୍ୟାକେଜ । ଆଉ ଏହା ଅଧିନରେ ଟୁରିଷ୍ଟ ସେକ୍ଟରକୁ ମିଳିଛି ବୁଷ୍ଟର ।

ଯେବେ ଭାରତକୁ ବିଦେଶୀ ପର୍ଯ୍ୟଟକ ବୁଲିବା ପାଇଁ ଆସିଥାନ୍ତି , ସେମାନେ ଅନେକ ପ୍ରକାରରେ ଭାରତରେ ଟଙ୍କା କରିଥାନ୍ତି । ଏହା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବହୁତ ଲୋକଙ୍କୁ ରୋଜଗାର ମିଳିଥାଏ । 2019 ରେ ଦେଶକୁ ଆସିଥିବା ବିଦେଶୀ ଟୁରିଷ୍ଟ 30 ଅରବ ଡଲାରରୁ ଅଧିକ ଖର୍ଚ୍ଚ କରିଥିଲେ । ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକ ସାଧାରଣତଃ 21 ଦିନ ପାଇଁ ଆସିଥାନ୍ତି । ଆଉ ସେମାନେ ଦୈନିକ ହାରାହାରୀ 34 ଡଲାର ଖର୍ଚ୍ଚ କରିଥାନ୍ତି । ଏଥିରେ ରହିବା , ଖାଇବା , ପିଇବା ଓ ବୁଲିବା ଆଦି ସାମିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.