ଚେନ୍ନାଇ: ରାଜ୍ୟରେ ଧୀମା ପଡିଥିବା ଅର୍ଥନୀତିକୁ ବଳ ଓ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ପାଇଁ ତାମିଲନାଡୁ ସରକାର ବୁଧବାର 17 ଏମଓୟୁ (MoU)ରେ ସ୍ବାକ୍ଷର କରିଛନ୍ତି । ଏଥିରେ 15,128 କୋଟି ଟଙ୍କାର ନିବେଶ ସାମିଲ ରହିଛି । ଏହା ଦ୍ବାରା ପାଖାପାଖି 47,150 ନିଯୁକ୍ତି ସୃଷ୍ଟି ହେବ ।
![Tamil Nadu](https://etvbharatimages.akamaized.net/etvbharat/prod-images/7370528_02.jpg)
ନିବେଶ କରିଥିବା କମ୍ପାନୀ ଗୁଡିକ ମଧ୍ୟରେ ଜର୍ମାନୀ, ଫିନଲ୍ୟାଣ୍ଡ, ତାଇୱାନ, ଚାଇନା, ଫ୍ରାନ୍ସ, ସାଉଥ କୋରିଆ, ଜାପାନ, ୟୁଏସଏ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡରୁ ଅଛନ୍ତି ।
9ଟି ଏମଓୟୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ. ପଲାନିସ୍ବାମୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଥିଲା ବେଳେ ବାକି ଭିଡିଓ କନଫରେନ୍ସିଂରେ ଜରିଆରେ ହୋଇଛି । ଅଧିକାଂଶ ନିବେଶ ପ୍ରସ୍ତାବ ଚେନ୍ନାଇ ଓ କାଞ୍ଚିପୁରମ ପାଇଁ ରହିଛି ।