ETV Bharat / business

48 ଘଣ୍ଟାରେ କୋଟିପତି ହେଲେ 209 କ୍ଷୁଦ୍ର ବ୍ୟବସାୟୀ: ଆମାଜନ

author img

By

Published : Aug 10, 2020, 5:30 PM IST

ଆମାଜନ ପ୍ରାଇମ ଡେ ସେଲ । 48 ଘଣ୍ଟାରେ କୋଟିପତି ହେଲେ 209 କ୍ଷୁଦ୍ର ବ୍ୟବସାୟୀ, 4 ହଜାର ବ୍ୟବସାୟୀ 10 ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରି କରିଛନ୍ତି । ଅଧିକ ପଢନ୍ତୁ..

48 ଘଣ୍ଟାରେ କୋଟିପତି ହେଲେ 209 କ୍ଷୁଦ୍ର ବ୍ୟବସାୟୀ : ଆମାଜନ

ନୂଆଦିଲ୍ଲୀ: ଆମାଜନର 2 ଦିନିଆ ପ୍ରାଇମ ଡେ ସେଲ ବ୍ୟବସାୟୀଙ୍କ ଲାଭଦାୟକ ସାବ୍ୟସ୍ଥ ହୋଇଛି । 48 ଘଣ୍ଟାର ଏହି ସପିଂ ସେଲ ପ୍ରାୟ 91,000 କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀ(SMB)ର ବ୍ୟବସାୟୀ ଭାଗ ନେଇଥିଲେ । ଆଉ ସେଥିରୁ 209 SMB ପ୍ରଫିଟ କମେଇବା ସହ କୋଟିପତି ହୋଇଛନ୍ତି । ସୋମବାର ଆମାଜନ ଇଣ୍ଡିଆ ଏ ନେଇ ସୂଚନା ଦେଇଛି ।

କମ୍ପାନୀ କହିଛି କି ଅଗଷ୍ଟ 6 ରୁ ଆରମ୍ଭ ହୋଇଥିଲା ଏହି ସେଲରେ ସମଗ୍ର ଦେଶର 91 ହଜାର ବ୍ୟବସାୟୀ ଭାଗ ନେଇଥିଲେ । ଆଉ ସେଥିରୁ 62 ହଜାରରୁ ଅଧିକ ନନ ମେଟ୍ରୋଲ ଏବଂ ଟିୟର-2 , ଟିୟର-3 ଭଳି ସହରରୁ ସାମିଲ ହୋଇଥିଲେ । ଏହି ସେଲରେ 31 ହଜାର କ୍ଷୁଦ୍ର ବ୍ୟବସାୟୀ ଏବେ ସୁଦ୍ଧାର ସବୁଠୁ ଅଧିକ ପ୍ରଡକ୍ଟ ବିକ୍ରି କରି ରେକର୍ଡ କରିଛନ୍ତି । ସେହିପରି 4 ହଜାର ବ୍ୟବସାୟୀ 48 ଘଣ୍ଟାରେ 10 ଲକ୍ଷ ଟଙ୍କାରୁ ଅଧିକ ପ୍ରଡକ୍ଟ ବିକ୍ରି କରିଛନ୍ତି ।

ଆମାଜନ ଇଣ୍ଡିଆର ସିନିଅର ଭାଇସ ପ୍ରେସିଡେଣ୍ଟ ଓ କଣ୍ଟ୍ରି ମ୍ୟାନେଜର ଅମିତ ଅଗ୍ରୱାଲ କହିଛନ୍ତି କି, ଏହି ପ୍ରାଇମ ଡେ ଆମର କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା ।

ଆମାଜନ ଇଣ୍ଡିଆ ଅନୁଯାୟୀ ପ୍ରାଇମ-ଡେ 2020ରେ ଗତ ବର୍ଷ ତୁଳନାରେ ଦୁଇଗୁଣା ପ୍ରାଇମ ସଦସ୍ୟ ଅଂଶଗ୍ରହଣ କରିଥିଲେ। 65 ପ୍ରତିଶତରୁ ଅଧିକ ନୂତନ ସଦସ୍ୟ ଦେଶର ଶ୍ରେଷ୍ଠ ୧୦ ସହର ବାହାରୁ ଥିଲେ। ଆମାଜନ ପ୍ରାଇମ-ଡେ ସମୟରେ, ଭର୍ଚୁଆଲ ଆସିଷ୍ଟାଣ୍ଟ ଆଲେକ୍ସା 1 ମିଲିୟନରୁ ଅଧିକ ଗ୍ରାହକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ବ୍ୟତୀତ ସେ ଗ୍ରାହକଙ୍କୁ ଉତ୍ପାଦ, ସର୍ବୋତ୍ତମ କାରବାର, ନୂତନ ଲଞ୍ଚ, ବିଲ ପେମେଣ୍ଟ ଏବଂ ପ୍ରାଇମ ମ୍ୟୁଜିକ୍ ଦେଖିବାରେ ସାହାଯ୍ୟ କରିଥିଲେ ।

ପ୍ରକାଶ ଯେ, ଅଗଷ୍ଟ 11 ଯାଏଁ ଆମାଜନର ଫ୍ରିଡମ ଡେ ସେଲ ଜାରି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.