ETV Bharat / briefs

ଜାତୀୟ କ୍ୟାମେରୀ ଦିବସରେ ରାଜଧାନୀରେ କ୍ୟାମେରା ପ୍ରଦର୍ଶନୀ - celebrated

ସାରା ଦେଶ ଜୁନ 29 ତାରିଖରେ ଜାତୀୟ କ୍ୟାମେରା ଦିବସ ପାଳନ କରିଥାଏ । ରାଜଧାନୀର ଜୟଦେବ ଭବନରେ ଏକ କ୍ୟାମେରା ପ୍ରଦର୍ଶନୀ ଆୟୋଜିତ ହୋଇଛି।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 29, 2019, 11:59 PM IST

ଭୁବନେଶ୍ୱର: ଫଟୋ ବା ଚିତ୍ର ଉତ୍ତୋଳନ କରୁଥିବା ଉପକରଣକୁ କ୍ୟାମେରା କୁହାଯାଏ । । ଯାହାକି ଦୈନନ୍ଦିନ ଜୀବନର ଅନେକ ଅନ୍ତରଙ୍ଗ, ବ୍ୟକ୍ତିଗତ ଏପରିକି ଗୁରୁତ୍ୱପୂର୍ଣ୍ଣ ସମୟକୁ ସାଇତି ରଖିବା ସହିତ ସ୍ମୃତିର ସନ୍ତକ ପାଲଟିଯାଏ । ଖାଲି ସେତିକି ନୁହେଁ କ୍ୟାମେରାରେ ଉତ୍ତୋଳିତ ଫଟୋ ଏବଂ ଭିଡିଓ ଚିତ୍ର ସେହି ସମୟରେ ଯେତିକି ଆନନ୍ଦ ପ୍ରଦାନ କରେ ପରବର୍ତ୍ତୀ ସମୟରେ ଏହା ଅଧିକ ଖୁସି ଆଣି ଦେଇଥାଏ । ଆଉ ସେହି ପୁରୁଣା ସମୟକୁ ନେଇ ଯାଇଥାଏ ।

ଏହି କ୍ରମରେ ସାରା ଦେଶ ଜୁନ 29 ତାରିଖକୁ ଜାତୀୟ କ୍ୟାମେରା ଦିବସ ପାଳନ କରିଥାଏ । ରାଜଧାନୀରେ ମଧ୍ୟ ଆଜି ଏହି ଦିନକୁ ବେଶ୍ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ଥାନୀୟ ଜୟଦେବ ଭବନରେ ଏକ କ୍ୟାମେରା ପ୍ରଦର୍ଶନୀ ଆୟୋଜିତ ହୋଇଛି । ଯେଉଁଥିରେ 1850 ମସିହାରୁ କ୍ୟାମେରାର ଉଦ୍ଭାବନ ହେବା ଦିନଠାରୁ ବର୍ତ୍ତମାନ ଡିଜିଟାଲ ଯୁଗରେ ପ୍ରଚଳିତ ହେଉଥିବା ପ୍ରାୟ 200 କ୍ୟାମେରାକୁ ପ୍ରଦର୍ଶିତ କରାଯାଇଛି । ଯାହାର ଆୟୋଜନ ଡ଼ଃ ସନ୍ତୋଷ କୁମାର ମିଶ୍ର(ପୂର୍ବତନ ବୈଜ୍ଞାନିକ ସିଏସଆଇ ଆରଆଇଆଇଏମଟି, ଭୁବନେଶ୍ୱର)କରିଥିବା ବେଳେ ଉଦଘାଟନ କରିଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ କ୍ୟାମେରା ମ୍ୟାନ ରାଜୁ ମିଶ୍ର । ଯାହାକି କେବଳ ଗୋଟିଏ ଦିନ ପାଇଁ ପ୍ରଦର୍ଶିତ ହେବା ନେଇ ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ବର୍ତ୍ତମାନର ଡିଜିଟାଲ ଯୁଗରେ ଲୋକଙ୍କୁ କ୍ୟାମେରା ଓ ତତସହିତ ଜଡିତ ବିବର୍ତ୍ତନ ବିଷୟରେ ଜାଣିବାକୁ ଏପରି ଉଦ୍ୟମ କରିଥିବା କହିଛନ୍ତି ବୈଜ୍ଞାନିକ ସନ୍ତୋଷ ମିଶ୍ର । ସେହିପରି ଆୟୋଜିତ ପ୍ରଦର୍ଶନୀରେ କ୍ୟାମେରା ଉଭାବନ ହେବା ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାମେରା ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସମୟରେ ଏଭଳି ଏକ ଭିନ୍ନ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନିଜର ପ୍ରତିଛବି କୁ ଯାହା ମାଧ୍ୟମରେ ତୋଳି ଧରାଯାଏ ତାକୁ କ୍ୟାମେରା କୁହାଯାଏ।ଯାହାକି ଦୈନନ୍ଦିନ ଜୀବନର ଅନେକ ଅନ୍ତରଙ୍ଗ,ବ୍ୟକ୍ତିଗତ ଏପରିକି ଗୁରୁତ୍ୱପୂର୍ଣ୍ଣ ସମୟକୁ ସାଇତି ରଖିବା ସହିତ ସ୍ମୃତିର ସନ୍ତକ ପାଲଟି ଥାଏ।ଏହା ମାଧ୍ୟମରେ ଉତ୍ତୋଳିତ ଫଟୋ ଓ ଭିଡିଓ ଚିତ୍ର ସେହି ସମୟରେ ଯେତିକି ଆନନ୍ଦ ପ୍ରଦାନକାରୀ ହୋଇଥାଏ ତାହା ସେହି ସମୟ ଅତିକ୍ରାନ୍ତ ହେବାର ବହୁ ଦିନ ପରେ ମଧ୍ୟ ଅନେକ ଗୁଣରେ ମନରେ ରୋମାଞ୍ଚ ଭରିବା ସହିତ ତାହାକୁ ମନ ପକାଇ ଦେଇ ସେହି ପୁରୁଣା ସମୟକୁ ନେଇ ଯାଏ।Body:ସାରା ଦେଶରେ ଆଜିର ଦିବସ ଅର୍ଥାତ ଜୁନ 29 ତାରିଖକୁ ଜାତୀୟ କ୍ୟାମେରା ଦିବସ ପାଳନ କରାଯାଉଥିବା ବେଳେ ରାଜଧାନୀ ରେ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଛି ।ଏହି ଅବସରରେ ଏକ କ୍ୟାମେରା ପ୍ରଦର୍ଶନୀ ଆୟୋଜିତ ହୋଇଛି।ଯେଉଁଥିରେ 1850 ମସିହାରୁ କ୍ୟାମେରା ର ଉଦ୍ଭାବନ ହେବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଡିଜିଟାଲ ଯୁଗରେ ପ୍ରଚଳିତ ହେଉଥିବା ପ୍ରାୟ 200 କ୍ୟାମେରାକୁ ପ୍ରଦର୍ଶିତ କରାଯାଇଛି।ଯାହାର ଆୟୋଜନ ଡ଼ଃ ସନ୍ତୋଷ କୁମାର ମିଶ୍ର(ପୂର୍ବତନ ବୈଜ୍ଞାନିକ ସି ଏସ ଆଇ ଆର -ଆଇ ଆଇ ଏମ ଟି ,ଭୁବନେଶ୍ୱର)କରିଥିବା ବେଳେ ଏହାକୁ ଉଦଘାଟନ କରିଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ବିଶିଷ୍ଟ କ୍ୟାମେରା ମ୍ୟାନ ରାଜୁ ମିଶ୍ର।ଯାହାକି କେବଳ ଗୋଟିଏ ଦିନ ପାଇଁ ପ୍ରଦର୍ଶିତ ହେବ ବୋଲି ଜଣାପଡିଛି।ଆଜିର ଡିଜିଟାଲ ଯୁଗରେ ଲୋକମାନଙ୍କୁ କ୍ୟାମେରା ଓ ତା ସହିତ ଜଡିତ ବିବର୍ତ୍ତନ ବିଷୟରେ ଜାଣିବାକୁ ଏପରି ଉଦ୍ୟମ କରିଥିବା କହିଛନ୍ତି ବୈଜ୍ଞାନିକ ଶ୍ରୀ ମିଶ୍ର।Conclusion:ଏକ ସାଙ୍ଗରେ ଏତେଗୁଡିଏ କ୍ୟାମେରା ତାହା ପୁଣି ଏହାର ଆରମ୍ଭ ହେବା ଦିନ ଠାରୁ ଏପର୍ଯ୍ୟନ୍ତ ମିଳୁଥିବା ସମସ୍ତ ପ୍ରକାର ଦେଖିବାକୁ ବହୁ ସଂଖ୍ୟାରେ ଲୋକମାନେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି।ସେମାନେ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହା କ୍ୟାମେରା ପ୍ରତି ରୁଚି ରଖୁଥିବା ସମସ୍ତଙ୍କ ପାଇଁ ଅନେକ ଫଳପ୍ରଦ ହେବ ବୋଲି ପ୍ରକାଶ କରିଛନ୍ତି।
ବାଇଟ-ଆୟୋଜକ-ଡ଼ଃ ସନ୍ତୋଷ କୁମାର ମିଶ୍ର,
ବାଇଟ-ଦର୍ଶକ 1,2
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.