ETV Bharat / briefs

ପଥର ମାଫିଆଙ୍କ ଆକ୍ରମଣରେ ଏଏସଆଇ ଗୁରୁତର - STONE MAFIA

ପଥର ମାଫିଆଙ୍କ ଆକ୍ରମଣରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏସଏସଆଇ ଗୁରୁତର । ଏକ ପୁରୁଣା ମାମଲାରେ ମାଫିଆଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : May 13, 2019, 5:04 PM IST

ବାରିପଦା: ପୋଲିସ ଏଏସଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଏସଏସଆଇଙ୍କୁ ଟାର୍ଗେଟ କରିଛନ୍ତି ମାଫିଆ । ଏକ ପୁରୁଣା ମାମଲାରେ ମାଫିଆଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାନୁସାରେ, କପ୍ତିପଦା ଥାନା ଅଞ୍ଚଳ ଡାହିସାହି ଗ୍ରାମର ଜଣେ ପଥର ମାଫିଆ ପୂର୍ବରୁ ପଥର ଚୋରା ଚାଲାଣ କରୁଥିବା ବେଳେ ଆରଆଇ ଗାଡିକୁ ଜବତ କରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଉକ୍ତ ଘଟଣାକୁ ନେଇ କପ୍ତିପଦା ତହସିଲଦାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଆଧାରରେ ରବିବାର ରାତିରେ କପ୍ତିପଦା ଥାନାର ଏଏସଆଇ ଶୁଭେନ୍ଦୁ ବେହେରା ଡାହିସାହି ସ୍ଥିତ ମାଫିଆ ଘରକୁ ତାକୁ ଗିରଫ କରିବାକୁ ଯାଇଥିଲେ ।

ଏହି ସମୟରେ ମାଫିଆ ବସନ୍ତ କୁମାର ବେହେରା ଏବଂ ହେମନ୍ତ ବେହେରାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଥାନା ଏଏସଆଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଏଏସଆଇ ଗୁରୁତର ହୋଇ ପଡିଥିବା ବେଳେ ପୋଲିସ୍‌ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଛି । ଅନ୍ୟ ପଟେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ହେମନ୍ତ ବେହେରା, ତା' ସ୍ତ୍ରୀ ଜୟନ୍ତୀ ବେହେରା ଏବଂ ବସନ୍ତ ବେହେରାଙ୍କ ସ୍ତ୍ରୀ ଇକି ବେହେରାକୁ ପୋଲିସ ଗିରଫ କରିଛି । ସେପଟେ ବସନ୍ତ ଏବଂ ତାଙ୍କ ବାପା କିଶୋର ଚନ୍ଦ୍ର ବେହେରା ଫେରାର ଥିବା ସୂଚନା ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.