ETV Bharat / sports

ଓଡିଶା ଫେରିଲେ ଓଡ଼ିଆ ଅଲମ୍ପିଆନ - odia hockey players returned

two olympic medal winner birendra lakra and amit rohidas reached to bhubaneswar airport
ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିଲେ ଓଡ଼ିଆ ଅଲମ୍ପିଆନ
author img

By

Published : Aug 10, 2021, 8:53 PM IST

Updated : Aug 11, 2021, 7:10 AM IST

20:46 August 10

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଓଡ଼ିଆ ଅଲମ୍ପିଆନ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲେ ଓଡ଼ିଆ ଅଲମ୍ପିକ ପଦକ ବିଜୟୀ ଦୁଇ ହକି ଖେଳାଳି । ଭାରତୀୟ ହକି ଦଳର ଉପଅଧିନାୟକ ବିରେନ୍ଦ୍ର ଲାକ୍ରା ଓ ଡିଫେଣ୍ଡର ଅମିତ ରୋହିଦାସ । ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି । ତାଙ୍କ ସହ ଭାରତୀୟ ମହିଳା ହକି ଦଳର ଉପ ଅଧିନାୟିକା ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଠାରୁ ସେମାନେ ନିଜ ନିଜ ଘର ଅଭିମୁଖେ ଯାତ୍ରା କରିବେ । ତାଙ୍କୁ ପାଛୋଟି ନେବା ପାଇଁ ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର. ଭିନେଲ କ୍ରିଷ୍ଣା ଭୁବନେଶ୍ବର ବିମାନ ବନ୍ଦରରେ ଉପସ୍ଥିତ ଥିଲେ । 

୪୧ ବର୍ଷ ପରେ ଇତିହାସ ରଚି ଟୋକିଓ ଅଲମ୍ପିକ୍ସ ଗେମ୍ସରେ କାଂସ୍ୟ ପଦକ ହାସଲ କରିଛି ଭାରତୀୟ ହକି ଦଳ । ଏଥିରେ ଦୁଇ ଓଡ଼ିଆ ଖେଳାଳିଙ୍କ ଭୂମିକା ପ୍ରମୁଖ ରହିଥିଲା । ଏହାସହ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଦଳ ଅଲମ୍ପିକ୍ସର ସେମିଫାଇନାଲରେ ପହଞ୍ଚି ପାରିଥିଲା । ଏଥିରେ ମଧ୍ୟ ଡିଫେଣ୍ଡର ଦୀପ ଗ୍ରେସ ଏକ୍କା ଓ ନମିତା ଟପ୍ପୋ ଦମଦାର ପ୍ରଦର୍ଶନ କରିଥିଲେ ।  ସାରା ରାଜ୍ୟ ଓ ଦେଶ ଓଡ଼ିଆ ଅଲମ୍ପିକ୍ସ ଖେଳାଳିଙ୍କୁ ନେଇ ଗର୍ବ କରୁଛି । ଏହାସହ ଦୁଇଜଣ ପଦକ ହାସଲ କରିବା ପରେ ଓଡ଼ିଶାରେ ପଦକ ମରୁଡ଼ିକୁ ଏଡ଼ାଇଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ଚାରି ଅଲମ୍ପିିଆନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । 

ଓଡ଼ିଆ ଅଲମ୍ପିଆନ ଫେରିବା ଖୁସିରେ ବିମାନ ବନ୍ଦରେ ଖଚାଖଚ୍ ଭିଡ଼ ମଧ୍ୟ ଦେଖିବାକୁ ମଳିଥିଲା । କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଆ ଅଲମ୍ପିଆନଙ୍କୁ ପାଛୋଟି ନିଆଯାଇଥିବା ବେଳେ ବିମାନ ବନ୍ଦରରେ ସେମାନଙ୍କ ଉପରେ ପୁଷ୍ପଗୁଚ୍ଛ ଓ ପୁଷ୍ପବୃଷ୍ଟି ହୋଇଥିଲା । ବିମାନ ବନ୍ଦରରେ ପହଞ୍ଚିବାରେ ଓଡ଼ିଆ ଅଲମ୍ପିଆନମାନେ ଖୁସି ଜାହିର କରିବା ସହିତ ସଭିଙ୍କୁ ଧନ୍ୟବାଦ ଦେଇଥିଲେ । 

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 11, 2021, 7:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.