ETV Bharat / bharat

ବିଶ୍ବ ବ୍ୟାଙ୍କ ରିପୋର୍ଟ: ମହାମାରୀ ଓ ପରବର୍ତ୍ତୀ ସମୟରେ ଶିକ୍ଷାର ନକ୍ସା - ମହାମାରୀ ସମୟରେ ଶିକ୍ଷାର ନକ୍ସା

ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ ହେବା ଯୋଗୁଁ ଶିକ୍ଷା କ୍ଷେତ୍ରରେ ଅଧିକ ମାତ୍ରାରେ ପ୍ରଭାବ ପଡିଛି । ବିଶ୍ବରେ 72 ନିୟୁତ ବିଦ୍ୟାର୍ଥୀ ବିଦ୍ୟାଳୟ ଛାଡିଥିବାବେଳେ ଛାତ୍ରୀମାନଙ୍କ ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଇଛି ବୋଲି ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

World Bank Report: education status during and after pandemic
ବିଶ୍ବ ବ୍ୟାଙ୍କ ରିପୋର୍ଟ: ମହାମାରୀ ଓ ପରବର୍ତ୍ତୀ ସମୟରେ ଶିକ୍ଷାର ନକ୍ସା
author img

By

Published : Dec 10, 2020, 7:23 PM IST

ହାଇଦ୍ରାବାଦ: କୋଭିଡ ମହାମାରୀ ଯୋଗୁଁ ବିଦ୍ୟାଳୟ ବନ୍ଦ ହେବା ଫଳରେ ଏହା ଅନେକ ପିଲାମାନଙ୍କ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଗଭୀର ମାତ୍ରାରେ ପ୍ରଭାବ ପଡିଛି । ଯାହା ଦ୍ବାରା ବିଶ୍ବରେ ପ୍ରାୟ 72 ନିୟୁତ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ଶିକ୍ଷା କ୍ଷେତ୍ରର ଦାରିଦ୍ର୍ୟ ଦିଗକୁ ଅଜାଣତରେ ଠେଲି ହୋଇଯାଇଛନ୍ତି ଅର୍ଥାତ୍‌ ସେମାନେ 10 ବର୍ଷ ବୟସ ପର୍ଯ୍ୟନ୍ତ ଏକ ସରଳ ପାଠ ପଢିବା ଏବଂ ବୁଝିବାରେ ଅସମର୍ଥ ହୋଇପଡିବେ ବୋଲି ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟରେ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ, ପ୍ରଯୁକ୍ତିବିଦ୍ୟା ସମେତ ପୁଞ୍ଜି ବିନିଯୋଗ ଏବଂ ନୀତିକୁ ଦର୍ଶାଯାଇଛି । ଏହି ନୂତନ ଦୃଷ୍ଟିଭଙ୍ଗୀକୁ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦେଶ ନିଜ ଶିକ୍ଷା କ୍ଷେତ୍ରରେ ବ୍ୟବହାର କରିପାରିବେ ।

ମହାମାରୀ ସମୟରେ ଶିକ୍ଷା କ୍ଷେତ୍ରରେ ଦାରିଦ୍ର୍ୟତା

ଏହି ମହାମାରୀ ବିଶ୍ବର ଶିକ୍ଷା ସଙ୍କଟକୁ ବଢାଉଛି ଯାହା ପୂର୍ବରୁ ରହିଥିଲା । ଏହା ନିମ୍ନ ଏବଂ ମଧ୍ୟବିତ୍ତ ଦେଶରେ ପ୍ରାଥମିକ ବିଦ୍ୟାଳୟ ବୟସର ପିଲାମାନଙ୍କର ଶିକ୍ଷା ସଙ୍କଟକୁ ଶତକଡ଼ା 53 ଭାଗରୁ 63 ପ୍ରତିଶତକୁ ବୃଦ୍ଧି କରୁଛି । ଏହି ପିଲାମାନେ ଭବିଷ୍ୟତର ଜୀବନ-ରୋଜଗାରରେ ପ୍ରାୟ 10 ଟ୍ରିଲିୟନ ଡଲାର ହରାଇବାର ବିପଦ ମଧ୍ୟ ସୃଷ୍ଟି କରିଛି, ଯାହା ବିଶ୍ବ ଜିଡିପିର ପ୍ରାୟ 10 ପ୍ରତିଶତ ସହିତ ସମାନ ବୋଲି ରିପୋର୍ଟରେ ଦର୍ଶାଯାଇଛି । ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଭବିଷ୍ୟତରେ ନୂଆ ଶିକ୍ଷାନୀତି ସମ୍ପର୍କରେ ଏକ ଦୃଷ୍ଟିକୋଣ ଦିଆଯାଇଛି । ତେବେ ଏହି ରିପୋର୍ଟକୁ ଆଧାର କରି ଦେଶଗୁ଼ଡିକ ପ୍ରଭାବଶାଳୀ ଶିକ୍ଷା ପ୍ରଣାଳୀ ପ୍ରସ୍ତୁତ କରିପାରିବେ, ଯାହାଦ୍ବାରା ସମସ୍ତ ପିଲାମାନେ ବିଦ୍ୟାଳୟରେ ଏବଂ ବାହାରେ ଆନନ୍ଦ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଶିକ୍ଷା ଗ୍ରହଣ କରିପାରିବେ ।

କୋଭିଡ-19 ମହାମାରୀ ଦୁଇଟି ବଡ଼ ସମସ୍ୟା ଆଣିଛି । ବିଦ୍ୟାଳୟ ବନ୍ଦ ହେବା ଦ୍ବାରା ବିଶ୍ବରେ ଅଧିକାଂଶ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ଛାଡି ଦେଇଥିବା ଏବଂ ଏପ୍ରିଲ୍ 2020 ରେ 1.6 ବିଲିୟନ ଛାତ୍ର ବିଦ୍ୟାଳୟ ଛାଡିଥିବା ରିପୋର୍ଟରେ ଦର୍ଶାଯାଇଛି । ମହାମାରୀ ଯୋଗୁଁ ପାରିବାରିକ ଆୟ ଉପରେ ଅଦୃଶ୍ୟ ବିଶ୍ବ ଅର୍ଥନୈତିକ ସଂକୋଚନର ନକାରାତ୍ମକ ପ୍ରଭାବ ପଡିଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡିବାର ଆଶଙ୍କା ବଢାଇଛି । ମହାମାରୀ ସମୟରେ ଯୁବତୀମାନଙ୍କର ବିବାହ ଶୀଘ୍ର ହୋଇଯାଉଥିବା ଦେଖିବାକୁ ମିଳୁଛି, ଯାହାଦ୍ବାରା ଯୁବତୀମାନେ ଶିକ୍ଷାରୁ ଅଧିକ ପରିମାଣରେି ପ୍ରଭାବିତ ହୋଇଛନ୍ତି ।

ଛାତ୍ରଛାତ୍ରୀ ଏହି ଶିକ୍ଷା ଅସମାନତାକୁ ଦୂର କରିବାକୁ ହେଲେ ଘରେ ରହି ମଧ୍ୟ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିପାରିବେ । ସରକାରଙ୍କ ଦ୍ବାରା ଟେଲିଭିଜନ ଓ ରେଡିଓରେ ପ୍ରସାରଣ ହେଉଥିବା ଶିକ୍ଷାଦାନକୁ ଗ୍ରହଣ କରି ମହାମାରୀ ସମୟରେ ମଧ୍ୟ ଶିକ୍ଷା ଗ୍ରହଣ କରିପାରିବେ । ବର୍ତ୍ତମାନ ଡିଜିଟାଲ ଯୁଗ ହୋଇଥିବାରୁ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.