ETV Bharat / bharat

ଜଡିବୁଟି ଔଷଧ ଖାଇ ମହିଳାଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର - ପେଟରବାର୍ ବ୍ଲକର ଜଗୁଡିହ ଗାଁ

ଜଡିବୁଟି ଔଷଧ ଖାଇ ମହିଳାଙ୍କର ମୃତ୍ୟୁ । ଜଡିବୁଟି ଦେଇଥିବା 2 ଜଣ ବୈଦ୍ୟ ଅସୁସ୍ଥ ଥିବା ବେଳେ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

Woman dies of herb in Bokaro
Woman dies of herb in Bokaro
author img

By

Published : Jan 30, 2023, 9:52 PM IST

ରାଞ୍ଚି: ପେଟରବାର୍ ବ୍ଲକର ଜଗୁଡିହ ଗାଁର ଧବାଇଗଜାର ଟୋଲାର ଜଣେ ମହିଳା ବୈଦ୍ୟ ଦେଇଥିବା ଜଡିବୁଟି ଖାଇବା ପଡିଲା ମହଙ୍ଗା। ଜଡିବୁଟି ଖାଇବା ପରେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହା ସହିତ ମହିଳାଙ୍କ ସ୍ୱାମୀ ଏବଂ ଦୁଇ ଜଣ ଜଡିବୁଟି ବନାଉଥିବା ବ୍ୟକ୍ତିଙ୍କ ମଧ୍ୟ ଅବସ୍ଥା ଗୁରୁତର ରହିଛି। କୁହାଯାଉଛି ଯେ ଅସୁସ୍ଥ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଭରସା କରାଇବା ପାଇଁ ଉଭୟ ବୈଦ୍ୟ ସେହି ଜଡିବୁଟି ଖାଇଥିଲେ। ଯାହା ପରେ ବୈଦ୍ୟ ଙ୍କ ସ୍ୱାସ୍ଥ୍ୟ ମଧ୍ୟ ଅସୁସ୍ଥ ହୋଇଥିଲା। ଏନେଇ ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ବୋକାରୋ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ମହିଳା ଜଣକ ଚିକିତ୍ସାଧୀନ ଅବସ୍ଥାରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଛନ୍ତି। ସେହିପରି ଅନ୍ୟପଟେ 2 ଜଣ ବୈଦ୍ୟ ମଧ୍ୟ ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି ।

ଜଗୁଡିହ ଗାଁର ବାସିନ୍ଦା ଲଘନୁ ବେଡିଆ ଏବଂ ରାଧେଶ୍ୟାମ୍ ସୋରେନ୍ ନିଜକୁ ଡାକ୍ତର ବୋଲି କହି ଆୟୁର୍ବେଦ ଔଷଧ ସାହାଯ୍ୟରେ ରୋଗୀଙ୍କୁ ଚିକିତ୍ସା କରନ୍ତି। ଏନେଇ ଧବାଇଗଜାର ଟୋଲାର ବାସିନ୍ଦା ରାମଚରନ୍ ମଝୀ ତାଙ୍କ ପତ୍ନୀ ଉପାସୀ ଦେବୀଙ୍କୁ ନେଇ ଗଣ୍ଠି ଜନିତ ରୋଗର ଚିକିତ୍ସା ପାଇଁ ଆସିଥିଲେ। ଏନେଇ ଉଭୟ ବୈଦ୍ୟ ତାଙ୍କୁ ଜଡିବୁଟିରେ ପ୍ରସ୍ତୁତ ଔଷଧ ଖାଇବାକୁ ଦେଇଥିଲେ। ଯାହାପରେ ମହିଳା ଜଣକ ବାନ୍ତି କରିଥିଲେ। ଏଥିସହ ବୈଦ୍ୟ ତାଙ୍କର ସ୍ବାମୀଙ୍କୁ ମଧ୍ୟ ଜଡିବୁଟିର ଉପକାରିତା ବିଷୟରେ କହି ଖାଇବାକୁ କହିଥିଲେ। ହେଲେ ରାମଚରଣ ଖାଇବାକୁ ମନା କରି ଦେଇଥିଲେ। ଏନେଇ 2ଜଣ ବୈଦ୍ୟ ନିଜେ ସେହି ଜଡିବୁଟି ଖାଇଥିଲେ ଯାହା ପରେ ସେମାନଙ୍କୁ ଦେଖି ରାମଚରଣ ମଧ୍ୟ ସେହି ଔଷଧ ଖାଇଥିଲା।

ତେବେ ଔଷଧ ଖାଇବାର ଅଧ ଘଣ୍ଟା ପରେ ହିଁ ସେମାନେ ଅସୁସ୍ଥ ହୋଇ ପଡିଥିଲେ। ରାମଚରଣ ସହିତ ବୈଦ୍ୟ 2 ଜଣଙ୍କର ମଧ୍ୟ ବାନ୍ତି ହୋଇଥିଲା। ଏନେଇ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.