ETV Bharat / bharat

ବଜାର ଯିବାକୁ ମନା କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

author img

By

Published : Dec 20, 2022, 7:09 AM IST

ଝାଡ଼ଖଣ୍ଡ ତୋରପା ପୋଲିସ ଷ୍ଟେସନ ପରିସରରେ ସୋନାପୁରଗଡରେ ବଜାର ଯିବାକୁ ମନା କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ(Wife murdered husband in Khunti)। ଅଧିକ ପଢନ୍ତୁ

Wife murdered husband in Khunti
ଖୁଣ୍ଟିରେ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ରାଞ୍ଚି: ବଜାର ଯିବାକୁ ମନା କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ (Wife murdered husband in Khunti) । ଝାଡ଼ଖଣ୍ଡ ତୋରପା ଥାନା ଅଞ୍ଚଳର ସୋନାପୁରଗଡରେ ଏଭଳି ଏକ ଅଭିଯୋଗ ଆସିଛି । ସ୍ବାମୀକୁ ହତ୍ୟା ଅଭିଯୋଗରେ ପତ୍ନୀ କଳାବତୀ ଦେବୀଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ସୋନାପୁରଗଡର ଖୁଣ୍ଟିରେ ଅର୍ଜୁନ ସିଂ ନାମକ ବ୍ୟକ୍ତି ଘର ନିକଟରେ ଥିବା ନଳକୂପ ଗାଧୋଉ ଥିଲେ। ଏହି ସମୟରେ ଅର୍ଜୁନଙ୍କ ପତ୍ନୀ କଳାବତୀ ଦେବୀ ପହଞ୍ଚି ତାଙ୍କୁ ବଜାରକୁ ଯିବାକୁ କହିଥିଲେ । କିନ୍ତୁ ଅର୍ଜୁନ ବଜାରକୁ ଯିବାକୁ ମନା କରି ଦେଇଥିଲେ । ଏହାପରେ ନଳକୂପ ନିକଟରେ ହିଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହି ବିବାଦ ସମୟରେ କଳାବତୀ ଏକ ଇଟା ଉଠାଇ ସ୍ବାମୀଙ୍କ ମୁଣ୍ଡ ଉପରେ ଆକ୍ରମଣ କରିଥିଲେ । ଏହାପରେ ଘଟଣାସ୍ଥଳରେ ହିଁ ଅର୍ଜୁନ ଆହତ ହୋଇ ତଳେ ପଡ଼ି ଯାଇଥିଲେ । ଏହାସତ୍ତ୍ବେ କଳାବତୀ ଇଟାରେ ଆକ୍ରମଣ କରିବା ବନ୍ଦ କରିନଥିଲେ । ବାରମ୍ବାର ମୁଣ୍ଡ ଉପରକୁ ଆକ୍ରମଣ ପରେ ଗୁରୁତର ହୋଇପଡ଼ିଥିଲେ ଅର୍ଜୁନ ।

ପତି-ପତ୍ନୀ ମଧ୍ୟରେ ବିବାଦ ଚାଲିଥିବା ବେଳେ ଗ୍ରାମବାସୀ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟେ କରିଥିଲେ । ତେବେ ସେମାନଙ୍କୁ ଗାଳିଗୁଲଜ କରି କଳାବତୀ ସମସ୍ତଙ୍କୁ ତଡ଼ି ଦେଇଥିଲେ । ଏହାପରେ ସେ ନିଜେ ତାଙ୍କର ଆହାତ ସ୍ବାମୀଙ୍କୁ ବୋହି ଘରକୁ ଆଣି ତାଙ୍କୁ ଏକ କୋଠରୀରେ ରଖି ବନ୍ଦ କରି ଦେଇଥିଲେ । ଯାହା ଦ୍ବାରା ଅର୍ଜୁନ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଅର୍ଜୁନଙ୍କ ସମ୍ପର୍କୀୟ କାଲେଶ୍ବର ସିଂଙ୍କ ଏତଲା ପରେ କଳାବତୀ ଦେବୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏନେଇ ତୋରପା ପୋଲିସ ଥାନା ଦାୟିତ୍ବରେ ଥିବା ମନୀଷ କୁମାର କହିଛନ୍ତି ଯେ, ହତ୍ୟା ଘଟଣା ପରେ ଅଭିଯୁକ୍ତ କଳାବତୀ ଘରେ ବସିଥିଲେ। ଯେତେବେଳେ ପୋଲିସ କଳାବତୀଙ୍କୁ ପଚରାଉଚରା କଲାବେଳେ ସେ କହିଥିଲେ ଯେ, ବଜାରକୁ ଯିବାକୁ ମନା କରିବାରୁ ସେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ଅଭିଯୁକ୍ତ କଳାବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟ ତାଙ୍କୁ ଜେଲ୍‌କୁ ପଠାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.