ଆନ୍ଧ୍ର ପ୍ରଦେଶରେ ସ୍ଥାନୀୟ ନିର୍ବାଚନ ପ୍ରସଙ୍ଗରେ ଚାଲିଥିବା ବର୍ଷେବ୍ୟାପୀ ବିବାଦ ପରେ ତାର୍କିକ ନିଷ୍କର୍ସ ବାହାର କରିଛନ୍ତି ସୁପ୍ରିମକୋର୍ଟ । ରାଜନୈତିକ ଦଳଗୁଡିକ ମଧ୍ୟରେ ବ୍ୟାଲଟ ଲଢେଇ ପରିବର୍ତ୍ତେ ଏହି ପ୍ରସଙ୍ଗ ସାମ୍ବିଧାନିକ ବ୍ୟବସ୍ଥାଗୁଡିକ ମଧ୍ୟରେ ଏକ ବିବାଦ ସୃଷ୍ଟି କରିଥିଲା । ଆଉ ଏଥିପାଇଁ ଆନ୍ଧ୍ର ପ୍ରଦେଶର ଶାସକ ଦଳକୁ ଦାୟୀ କରାଯାଉଛି । ନିର୍ବାଚନ କରିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ନିର୍ବାଚନ କମିଶନ ହାତରେ ସମାନ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ଆଗରୁ ଏକାଧିକ ଥର କହିସାରିଛନ୍ତି । ତେବେ, ସ୍ଥାନୀୟ ନିର୍ବାଚନ ସ୍ଥଗିତ ରଖିବା ନେଇ ଅଯଥାରେ ବିବାଦ ସୃଷ୍ଟି ହୋଇଛି । ଏ କ୍ଷେତ୍ରରେ ରାଜ୍ୟ ନିର୍ବାଚନ କମିଶନକୁ ଉପେକ୍ଷା କରିବା ପାଇଁ ହୋଇଥିବା ଉଦ୍ୟମକୁ ନିଷ୍ଫଳ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏଭଳି ଅଶୋଭନୀୟ ଘଟଣା ପାଇଁ କ୍ଷମତାରେ ଥିବା ଦଳକୁ ହିଁ ନିନ୍ଦା କରାଯାଇପାରେ ।
ଚାରି ଦିନ ପୂର୍ବେ, ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଦର୍ଶାଇଥିଲେ ଯେ, ନିର୍ବାଚନ ପାଇଁ ସଠିକ ତାରିଖ ଧାର୍ଯ୍ୟ କରିବାର ଚୂଡାନ୍ତ କ୍ଷମତା ରାଜ୍ୟ ନିର୍ବାଚନ କମିଶନ ( ଏସଇସି )ଙ୍କ ପାଖରେ ରହିଛି । ଉଭୟ ନିର୍ବାଚନ ଓ ଟିକାକରଣ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ହାଇକୋର୍ଟ କହିଥିଲେ । ଏହି ବିବାଦରେ ଜଡିତ ଥିବା ଦୁଇ ପକ୍ଷ ଉଭୟ ନିର୍ବାଚନ ଓ ଟିକାକରଣ ସୁନିଶ୍ଚିତ କରିବା ଦରକାର ବୋଲି କହିଥିଲେ ହାଇକୋର୍ଟ । ଏହାପରେ ଆନ୍ଧ୍ର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଯୁକ୍ତି ଥିଲା ଯେ, କୋଭିଡ ଟିକାକରଣ ଅଭିଯାନ ଚାଲିଥିବାରୁ ନିର୍ବାଚନ କରାଯାଇ ପାରିବ ନାହିଁ । କିନ୍ତୁ ସୁପ୍ରିମକୋର୍ଟରେ ବି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିରାଶ ହେବାକୁ ପଡିଛି । ଯେତେବେଳେ କୋଭିଡ ମହାମାରୀର ପ୍ରକୋପ ଅଧିକ ଥିଲା,ସେତେବେଳେ ରାଜ୍ୟ ସରକାର ନିର୍ବାଚନ କରିବା ପାଇଁ ଅଡି ବସିଥିଲେ । କିନ୍ତୁ ଏବେ ମହାମାରୀ ପ୍ରକୋପ ହ୍ରାସ ପାଉଥିବାରୁ କାହିଁକି ମନା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ପର୍ଯ୍ୟବେକ୍ଷଣ ଆନ୍ଧ୍ର ସରକାରଙ୍କୁ ଅଡୁଆରେ ପକାଇଛି ।
ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ରୁଲିଂ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ନିର୍ବାଚନ କମିଶନଙ୍କ ଭୁଲ କେଉଁଠି ରହିଲା ଓ କାହିଁକି ଅମଲାତନ୍ତ୍ର ତାଙ୍କ ବିରୋଧରେ ସ୍ୱରତ୍ତୋଳନ କରିଛନ୍ତି ବୋଲି ଆନ୍ଧ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ମାମଲାରେ ରାଜ୍ୟ ନିର୍ବାଚନ କମିଶନଙ୍କ ହିଁ ନିଷ୍ପ ହିଁ ଚୂଡାନ୍ତ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାର ନିର୍ବାଚନ କରିବାକୁ ଚାହୁଁ ନ ଥିବା ପଛରେ ଅନ୍ୟ କିଛି କାରଣ ରହିଥିବା ଜଣାପଡୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି
।
ଭାରତର ସମ୍ବିଧାନ ନିର୍ବାଚନ କମିଶନଙ୍କୁ କିଛି ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛି । ନିର୍ବାଚନ ସଂପର୍କିତ ମାମଲାରେ କମିଶନଙ୍କ ନିଷ୍ପ ହିଁ ଚୂଡାନ୍ତ । ଯଦିଓ ପଂଚାୟତ ନିର୍ବାଚନ ମାମଲାରେ ରାଜ୍ୟ ସରକାର କିଛିଟା ନିଷ୍ପ ନେଇପାରିବେ, ତଥାପି ସାମଗ୍ରିକ ଭାବେ ନିର୍ବାଚନ କରିବା ନେଇ ଚୂଡାନ୍ତ ନିଷ୍ପ ନେବା କ୍ଷମତା ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ହିଁ ରହିଛି । ନିକଟରେ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି, ଯାହା ଫଳରେ ପଂଚାୟତ ନିର୍ବାଚନ ତିନି ସପ୍ତାହ ପରିବର୍ତ୍ତେ ଦୁଇ ସପ୍ତାହ ମଧ୍ୟରେ ହେବ ।
ସାମ୍ବିଧାନିକ ନିୟମ ସ୍ପଷ୍ଟ କରୁଛି ଯେ, ପଂଚାୟତ ନିର୍ବାଚନ ବାବଦରେ ରାଜ୍ୟ ନିର୍ବାଚନ କମିଶନ, ରାଜ୍ୟ ସରକାରଙ୍କ ସହ ପରାମର୍ଶ କରିପାରିବେ । କିନ୍ତୁ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ଦରକାର ନାହିଁ । କିନ୍ତୁ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଗୃହୀତ ହୋଇଥିବା ଏକ ପ୍ରସ୍ତାବ ଅନୁସାରେ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ, ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ । ସମ୍ବିଧାନକୁ ଉପହାସ କରିବା ଭଳି ଆଉ ଏକ ବିଡମ୍ବନାର ବିଷୟ ହେଲା ଯେ, ଆନ୍ଧ୍ରର ସମଗ୍ର ଅମଲାତନ୍ତ୍ର ପଂଚାୟତ ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ସହ ଯୋଗ ନ କରିବାକୁ ନିଷ୍ପ ନେଇଛନ୍ତି ।
ଏକ ସାମ୍ବିଧାନିକ ସଂସ୍ଥା ପ୍ରତି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ଏପରି ମନୋଭାବ ବାସ୍ତବିକ ଅଦ୍ଭୁତପୂର୍ବ । ସାମ୍ବିଧାନିକ ସଂସ୍ଥାଗୁଡିକୁ ନିଜ ଇଚ୍ଛାରେ ପରିଚାଳିତ କରିବାର ଏଭଳି ପ୍ରବୃ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । କ୍ଷମତାରେ ଥିବା ଦଳର ଇଚ୍ଛାନୁସାରେ ଯଦି ନିର୍ବାଚନ ହେବ, ତାହା ହେଲେ ଗଣତନ୍ତ୍ରର ମର୍ଯ୍ୟାଗା ହାନି ହେବା ନିଶ୍ଚିତ । ରାଜ୍ୟ ନିର୍ବାଚନ କମିଶନ -ଏସଇସି ନିଜର ସ୍ୱତନ୍ତ୍ର କ୍ଷମତା ବାସ୍ତବବାଦୀ ଭାବେ ବ୍ୟବହାର କରିବେ ବୋଲି ବିଶ୍ୱାସ କରାଯାଇପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯଦି ଏହି କ୍ଷମତାର ଠିକ୍ ରୂପେ ପ୍ରୟୋଗ କରା ନ ଯାଏ,ତାହା ହେଲେ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିରସ୍ତ୍ର କରାଯିବ ବୋଲି ମଧ୍ୟ ସୁପ୍ରିମକୋର୍ଟ ପୂର୍ବରୁ କହିସାରିଛନ୍ତି । ସାମ୍ବିଧାନିକ ଢା । ମଧ୍ୟରେ ରହି ହିଁ ପ୍ରତ୍ୟେକ ସାମ୍ବିଧାନିକ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଜରୁରୀ । ଏହା ନ ହେଲେ ଲୋକଙ୍କର ହିଁ କ୍ଷତିସାଧନ ହେବ ।