ETV Bharat / bharat

Covid-19: ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ, ପୂର୍ଣ୍ଣ ଯାତ୍ରୀଙ୍କୁ ନେଇ ଚାଲିବ ମେଟ୍ରୋ

author img

By

Published : Jan 4, 2022, 5:23 PM IST

ଦିଲ୍ଲୀରେ ଗତ ସପ୍ତାହ ମଧ୍ୟରେ ବୃଦ୍ଧି ପାଇଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଥିଲାଗି ଦିଲ୍ଲୀରେ ପୁଣି ସପ୍ତାହନ୍ତ କର୍ଫ୍ୟୁକୁ ମଙ୍ଗଳବାରଠାରୁ ଲାଗୁ କରାଯାଇଛି । ଅଧିକ ପଢନ୍ତୁ

Covid-19: ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଲାଗିଲା ସପ୍ତାହନ୍ତ କର୍ଫ୍ୟୁ । ଆଜି(ମଙ୍ଗଳବାର)ଠାରୁ ଏହି କର୍ଫ୍ୟୁକୁ ଲାଗୁ କରାଯାଇଥିବାବେଳେ ପୂର୍ଣ୍ଣ ଯାତ୍ରୀଙ୍କୁ ନେଇ ଚାଲିବ ବସ୍‌ ଓ ମେଟ୍ରୋ । ଏହି କର୍ଫ୍ୟୁ ଲାଗୁ କରିବା ପାଇଁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(DDMA) ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ଆଲୋଚନା କରିବା ପାଇଁ DDMA ମଙ୍ଗଳବାର ଦିଲ୍ଲୀରେ ଏକ ପ୍ରେସମିଟ କରିଥିଲା । ଏଥିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପୁଣି ମେଟ୍ରୋ ଓ ବସ୍‌ ପୂର୍ଣ୍ଣ ଯାତ୍ରୀଙ୍କୁ ନେଇ ଚାଲିବ ବୋଲି ସେ କହିଛନ୍ତି । ଷ୍ଟେସନ ଓ ବସଷ୍ଟପ୍‌ରେ ଭିଡ଼କୁ ଏଡ଼ାଇବା ପାଇଁ ସେ ଏପରି ନିଷ୍ପତ୍ତି ନେଇଛନ୍ତି । ପ୍ରତି ଶନିବାର ଓ ରବିବାର ଦିଲ୍ଲୀରେ ଏହି କର୍ଫ୍ୟୁ ଲାଗୁ କରାଯିବ । ଏହାସହିତ ଘରୋଇ କାର୍ଯ୍ୟାଳୟଗୁଡ଼ିକରେ କର୍ମଚାରୀମାନେ ୱାର୍କ ଫ୍ରମ ହୋମ(Work from Home) କାମ କରିବାକୁ ନିର୍ଦ୍ଦେଶ ରହିଥିବାବେଳେ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ ।

ଦିଲ୍ଲୀରେ ଗତ ୮ରୁ ୧୦ ଦିନ ମଧ୍ୟରେ ୧୧ ହଜାର ପଜିଟିଭ ମାମଲା ଚିହ୍ନଟ ହୋଇଛି । ତନ୍ମଧ୍ୟରୁ ୩୫୦ ଜଣ ହସ୍ପିଟାଲରେ ଥିବା ବେଳେ ୧୨୪ ଜଣ ରୋଗୀ ଅକ୍ସିଜେନ ଆବଶ୍ୟକ କରୁଥିବା ବେଳେ ୭ ଜଣ ଭେଣ୍ଟିଲେଟରରେ ରହିଛନ୍ତି । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଙ୍ଗଳବାର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪୦୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା

ସେପଟେ ଦିଲ୍ଲୀରେ ୧୦ ହଜାର ୯୮୬ଟି ସକ୍ରିୟ ମାମଲା ରହିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୫୮ ହଜାର ୨୨୦ରେ ପହଞ୍ଚିଛି । ସେପଟେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୫ ହଜାର ୧୦୦ ଜଣଙ୍କର ମୃତ୍ୟୁ ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.