ETV Bharat / bharat

ବଡ ବିପଦକୁ ପଢିଲେ 12 ବର୍ଷୀୟା ବୈଜ୍ଞାନିକ, ଚାରିଆଡେ ବାଃ ବାଃ

କୁନି ହାତରେ ବଡ଼ ଆବିଷ୍କାର । ବିଶ୍ବରେ କାୟା ମେଲାଇଚାଲିଥିବା ବଡ ବିପଦ ଗ୍ଲୋବାଲ ୱାର୍ମିଂରୁ ତ୍ରାହି ପାଇବାକୁ 4 ବର୍ଷ ଧରି କଠିନ ପରିଶ୍ରମ କଲେ ତାମିଲନାଡୁର ଛାତ୍ରୀ ବିନିଶା ଉମାଶଙ୍କର । ସେ କରିଥିବା ସ୍ବତନ୍ତ୍ର ସୌର ଆଇରନିଂ ଗାଡି ଆଜି ତାଙ୍କୁ ଦେଇଛି ଦେଶ ତଥା ବିଶ୍ବ ସ୍ତରରେ ପରିଚୟ ।

author img

By

Published : Dec 15, 2020, 9:59 PM IST

12 ବର୍ଷୀୟା ବୈଜ୍ଞାନିକ, ପାଇଛନ୍ତି ବହୁ  ଆୱାର୍ଡ ଓ ସମ୍ମାନ

ଚେନ୍ନାଇ: ନିଆଁ ହୁଳାରେ ପୃଥିବୀ । ବିଭିନ୍ନ ପାରିପାର୍ଶ୍ବିକ ଘଟଣା ଯୋଗୁଁ ଆଜି ସମଗ୍ର ବିଶ୍ଵର ମୁଣ୍ଡବିନ୍ଧା ପାଲଟିଛି ବିଶ୍ବର ଉଷ୍ଣତା ବୃଦ୍ଧି ବା ଗ୍ଲୋବାଲ ୱାର୍ମିଂ । କାରଖାନା ଏବଂ ଯାନବାହାନରୁ ବାହାରୁଥିବା ଧୂଆଁ , ଆମ ପୃଥିବୀକୁ ଉତ୍ତପ୍ତ କରୁଛି । ଏହି କାରଣରୁ, ଉତ୍ତର ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ବରଫ ତରଳୁଛି ଏବଂ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଛି । ଏନେଇ ଅନେକ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଲଗାତାର ଗ୍ଲୋବାଲ ୱାର୍ମିଂକୁ ରୋକିବାକୁ ପ୍ରୟାସ କରୁଛନ୍ତି । ଏହି କ୍ରମରେ ବିଶ୍ବର ବଡ ବିପଦକୁ ବୁଝିପାରି ନବମ ଶ୍ରେଣୀରେ ପଢୁଥିବା କୁନି ବୈଜ୍ଞାନିକ ବିନିଶା ଉମାଶଙ୍କର ଆବିଷ୍କାର କରିଛନ୍ତି ସୋଲାର ଆଇରନିଂ କାର୍ଟ, ଯାହାକି ସୌରଶକ୍ତିରେ ଚାଳିତ ।

12 ବର୍ଷର ବିନିଶା ଅନୁଭବ କରିପାରିଛି ଯେ, କୋଇଲା ଜଳିବା ଦ୍ବାରା ସେଥିରୁ ନିର୍ଗତ ଉତ୍ତାପ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ । ଥରେ ସ୍କୁଲରୁ ଫେରିବା ପରେ ସେ ଡ୍ରେସ ସଫା କରିସାରିବା ପରେ, ବିନିଶା ମନକୁ ଅଙ୍ଗାର ବ୍ୟବହୃତ ଆଇରନ ଦ୍ବାରା ହେଉଥିବା ଖର୍ଚ୍ଚ ଓ ପରିବେଶ ପ୍ରଦୂଷଣ ବିଷୟରେ ବିଚାର ଆସିଲା । ଆଉ ସେ ନିଷ୍ପତ୍ତି ନେଇଥିଲା, କି କିଛି ଇନୋଭେଟିଭ କରିବି । ବଡ କଥା କି, ଏଥିପାଇଁ ତାଙ୍କ ମା’ଓ ବାପା ମଧ୍ୟ ପର୍ଯ୍ୟାପ୍ତ ପ୍ରୋତ୍ସାହନ ଓ ସହଯୋଗ କରିଲେ । ବିନିଶାଙ୍କ ବାପା ଉମାଶଙ୍କର ସତ୍ୟନାରାୟଣ ଝିଅର ଆବିଷ୍କାରକୁ ପ୍ରତିଟି ପଦକ୍ଷେପରେ ପ୍ରେରିତ କରିଚାଲିଥିଲେ । ଆଉ ଝିଅର ସମସ୍ତ ଛୋଟ-ବଡ ସଫଳତାର ଉତ୍ସାହ ମନାଉଥିଲେ । ସେ ତାଙ୍କ ସହ ଠିଆ ହେବା ସହ ପ୍ରତି ସମସ୍ୟାରେ ତାକୁ ଆଗକୁ ବଢାଇବାକୁ ମନୋବଳ ଯୋଗାଉଥିଲେ ।

ବିନିଶା ନିଜ ବିଚାରକୁ ଏକ ମହାନ ଆବିଷ୍କାରରେ ବଦଳାଇବା ପାଇଁ ପ୍ରାୟ 4 ବର୍ଷ ଯାଏଁ କଠିନ ପରିଶ୍ରମ କରିଛନ୍ତି । ତାଙ୍କର ଏହି ଉପଲବ୍ଧିକୁ ସମ୍ମାନ ଜଣାଇ ଗତ ବର୍ଷ କେନ୍ଦ୍ର ସରକାର ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଡ. ଅବଦୁଲ କଲାମ ଇଗନାଇଟ୍ ଆଓ୍ବାର୍ଡ ଦିଆଯାଇଥିଲା ।

ସେହିଭଳି ସ୍ବିଡେନର ‘ଚିଲଡ୍ରେନ୍ସ କ୍ଲାଇମେଟ ଫାଉଣ୍ଡେସନ’ପକ୍ଷରୁ ବିନିଶାଙ୍କୁ ଏକ ଅନଲାଇନ କାର୍ଯ୍ୟକ୍ରମରେ ‘ଚିଲଡ୍ରେନ୍ସ କ୍ଲାଇମେଟ 2020’ପୁରସ୍କାର ମଧ୍ୟ ଦିଆଯାଇଛି । ଯେଉଁଥିରେ ସ୍ବିଡେନର ପରିବେଶ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଇସାବେୱଲା ଲୋଭେ ମଧ୍ୟ ସାମିଲ ଥିଲେ । ପରିବେଶ ସୁରକ୍ଷା କରୁଥିବା ସର୍ବଶ୍ରେଷ୍ଠ ଆବିଷ୍କାରକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ ।

ସାଧାରଣତଃ, ଗାଡିର ସବୁଠୁ ଉପରେ ଏକ ସୌର ପ୍ୟାନେଲ ଲଗାଯାଇଛି । ଏହି ପ୍ୟାନେଲରେ ପଡୁଥିବା ସୂର୍ଯ୍ୟ କିରଣରୁ ବିଦ୍ୟୁତ ଉପନ୍ନ ହୋଇଥାଏ । ଏଥିରୁ ଜାତ ବିଦ୍ୟୁତ ଗାଡିର ବ୍ୟାଟେରୀକୁ ଯିବା ପରେ ଆଇରନ ବକ୍ସକୁ ଆସିଥାଏ । ଏହି ଆଇରନ ବକ୍ସକୁ ଏଭଳି ଭାବେ ଡିଜାଇନ କରାଯାଇଛି କି, ଏହା ବିଦ୍ୟୁତର ସଂରକ୍ଷଣ ମଧ୍ୟ କରିପାରିବ । ଆଉ ଏହାକୁ ବର୍ଷା ଓ ଅନ୍ୟ ପାଗରେ ମଧ୍ୟ ବ୍ୟବହାର କରିପାରିବ ।

ଚାରକୋଲ ସାହାଯ୍ୟରେ ଇସ୍ତ୍ରୀ କରିବା ଦ୍ବାରା ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇଯିବ । ହେଲେ ଏଭଳି ସୌର ଆଇନର ଗାଡିକୁ କମ ଦାମରେ କିଣି କାମ କରାଯାଇପାରିବ । ଏପରିକି ଏଥିରେ କୌଣସି ସମସ୍ୟ ହେଲେ ଯକୌଣସି ଇଲେକ୍ଟ୍ରିସିଆନ୍ ଏହାକୁ ସହଜରେ ତିଆରି କରିପାରିବେ ।

ବିନିଶା ଯେଉଁଭଳି ସ୍ପଷ୍ଟତା ସହ କହନ୍ତି , ତାହା ଏହି ବୟସର ପିଲାଙ୍କଠାରୁ ଆଶା ରହିନଥାଏ । ସେ କହୁନ୍ତି କୌଣସି ସମସ୍ୟା ସମାଧାନ ପାଇଁ ଆବିଷ୍କାର ସେତିକି ଗୁରୁତ୍ବପୂର୍ଣ୍ଣ , ଯେତିକି ସମସ୍ୟା ବିରୋଧରେ ରାସ୍ତାକୁ ଓହ୍ଲାଇ ସଚେତନ କରାଇବା ।

ବିନିଶାଙ୍କୁ ଏ ବର୍ଷ ଥିରୁବାନାମାଲାଇ ଜିଲ୍ଲାର ସର୍ବଶ୍ରେଷ୍ଠ ଛାତ୍ରୀ ଭାବେ ପୁରସ୍କୁତ କରାଯାଇଛି । ଏହା ବ୍ୟତିତ ସେ କେରଳ ଷ୍ଟାର୍ଟଅପ ମିଶନରୁ ପ୍ରଦୀପ୍ ପ ଥେଭାନୁର୍ ଇନୋଭେସନ୍ ଆୱାର୍ଡ ଏବଂ କାଲାମ ଟେକ୍ନିକ ବିଶ୍ବବିଦ୍ୟାଳୟରୁ ସ୍ମାର୍ଟଫୋନ ପାଇଁ ପୁରସ୍କାର ପାଇଛନ୍ତି । ଏହି ସ୍ମାର୍ଟ ଫୋନ ସେନ୍ସର ମାଧ୍ୟମରେ ମନୁଷ୍ୟ ଶରୀରର ଉଷ୍ମତାକୁ ଅନୁଭବ କରିଥାଏ । ଏହା ଅଟୋମେଟିକ ଆକ୍ଟିଭେଟ ହୋଇଥାଏ ।

ଆଜିର ବିକଶିତ ଡିଜିଟାଲ ଯୁଗରେ ସମୟ ସହ ନିଜ ଜ୍ଞାନ କୌଶଳକୁ ବିନିଯୋଗ କରି ସମାଜ ପ୍ରତି ଯୋଗଦାନ ରଖୁଥିବା ବିନିଶା ଆଗାମୀ ପୀଢି ପାଇଁ ଉଦାହରଣ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.