ETV Bharat / bharat

UP Polls: ଅପରାହ୍ନ ୩ଟା ସୁଦ୍ଧା 48.24 ପ୍ରତିଶତ ମତଦାନ, ଗାଜିଆବାଦରେ ସର୍ବନିମ୍ନ

author img

By

Published : Feb 10, 2022, 4:19 PM IST

ଉତ୍ତରପ୍ରଦେଶରେ ମତଦାନ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ । ଅପରାହ୍ନ 3ଟା ସୁଦ୍ଧା ରାଜ୍ୟରେ 48.24 ପ୍ରତିଶତ ଭୋଟିଂ । ଶ୍ୟାମଲିରେ ସର୍ବାଧିକ ଓ ଗାଜିଆବାଦ ସବୁଠୁ ପଛରେ । ଅଧିକ ପଢନ୍ତୁ

UP Voting:  ଅପରାହ୍ନ ୩ ସୁଦ୍ଧା 48.24 ପ୍ରତିଶତ ମତଦାନ, ଗାଜିଆବାଦରେ ସର୍ବନିମ୍ନ
UP Voting: ଅପରାହ୍ନ ୩ ସୁଦ୍ଧା 48.24 ପ୍ରତିଶତ ମତଦାନ, ଗାଜିଆବାଦରେ ସର୍ବନିମ୍ନUP Voting: ଅପରାହ୍ନ ୩ ସୁଦ୍ଧା 48.24 ପ୍ରତିଶତ ମତଦାନ, ଗାଜିଆବାଦରେ ସର୍ବନିମ୍ନ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ତେବେ ଭୋଟିଂ ପ୍ରତିଶତକୁ ଦେଖିଲେ ଭୋଟରଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ପରି ପରିଲକ୍ଷିତ ହେଉଛି । ଅପରାହ୍ନ ୩ଟା ସୁଦ୍ଧ ରାଜ୍ୟରେ ସାମଗ୍ରିକ ଭୋଟିଂ ପ୍ରତିଶତ 48.24 ରେକର୍ଡ କରାଯାଇଛି । ରାଜ୍ୟର ଶ୍ୟାମଲି ବିଧାନସଭା କ୍ଷେତ୍ରରେ ଏପର୍ଯ୍ୟନ୍ତ ସର୍ବାଧିକ ଭୋଟିଂ ହୋଇଥିବାବେଳେ ଏହି କ୍ରମରେ ସର୍ବନିମ୍ନ ସ୍ଥାନରେ ରହିଛି ଗାଜିଆବାଦ ।

ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 11ଟି ଜିଲ୍ଲାର 58ଟି ବିଧାନସଭା ଆସନରେ ପାଇଁ ମତଗ୍ରହଣ କରାଯାଉଛି । ସକାଳ 7 ଟାରୁ ଆରମ୍ଭ ହୋଇଥିବା ମତାଦାନ ପ୍ରକ୍ରିୟା ସଂନ୍ଧ୍ୟା ୬ରେ ଶେଷ ହେବ । ଆଜି ମତଦାନ ଜାରି ରହିଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମଥୁରା, ମୁଜାଫରନଗର, ମିରଟ, ଗାଜିଆବାଦ, ବୁଲନ୍ଦଶହର, ହାପୁର, ଶାମଲି, ବାଗପାଟ, ଆଲିଗଡ, ଆଗ୍ରା ଏବଂ ଗୌତମବୁଦ୍ଧ ନଗର ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର କୌଣସି ସ୍ଥାନରେ ବଡ ଧରଣର ହିଂସା କିମ୍ବା ଉତ୍ତେଜନା ମଧ୍ୟ ଘଟି ନଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.