ETV Bharat / bharat

ମୁମ୍ବାଇରେ ୪୦ତମ ହୁନର ହାଟ ଉଦଘାଟିତ, 9 ଲକ୍ଷ ନିଯୁକ୍ତି ଲକ୍ଷ୍ୟ

ସ୍ବଦେଶୀ ସାମଗ୍ରୀକୁ ପ୍ରୋତ୍ସାହିତ କରିବାକୁ ହୁନରହାଟ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପଲେକ୍ସର ଏମଏମଆରଡିଏ ମୈଦାନରେ ଆୟୋଜିତ ହୋଇଛି । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଏହି ହାଟ ଆସନ୍ତା ୨୭ ତାରିଖ ଯାଏଁ ଚାଲିବ । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

author img

By

Published : Apr 19, 2022, 6:55 AM IST

ମୁମ୍ବାଇରେ ୪୦ ତମ ହୁନର ହାଟ ଉଦଘାଟିତ, 9 ଲକ୍ଷ ନିଯୁକ୍ତି ଲକ୍ଷ୍ୟ

ମୁମ୍ବାଇ: କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ମୁମ୍ବାଇଠାରେ ୪୦ତମ ହୁନର ହାଟକୁ ଉଦଘାଟନ କରିଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭିଙ୍କ ଉପସ୍ଥିତିରେ ଏହା ଉଦଘାଟିତ ହୋଇଛି ।

ସ୍ବଦେଶୀ ସାମଗ୍ରୀକୁ ପ୍ରୋତ୍ସାହିତ କରିବାକୁ ଏହି ହୁନରହାଟ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପଲେକ୍ସର ଏମଏମଆରଡିଏ ମୈଦାନରେ ଆୟୋଜିତ ହୋଇଛି । ଏପ୍ରିଲ ୧୬ ରୁ ଆରମ୍ଭ ହୋଇଥିବା ଏହି ହାଟ ଆସନ୍ତା ୨୭ ତାରିଖ ଯାଏଁ ଚାଲିବ । ଏହାକୁ ଉଦଘାଟନ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଠାକୁର କହିଛନ୍ତି ଯେ ‘ହୁନର ହାଟ” ଆୟୋଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ ପ୍ରକ୍ରିୟା ମଜବୁତ ହେଉଛି । ଏହି ୪୦ତମ ହୁନର ହାଟରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଏକ ହଜାରରୁ ଅଧିକ କାରିଗର ଓ ଶିଳ୍ପୀ ୪୦୦ ଷ୍ଟଲ ଖୋଲିଛନ୍ତି ।

ସେ କହିଛନ୍ତି ଯେ ଭାରତରେ ପ୍ରତିଭାର ଅଭାବ ନାହିଁ । ସଙ୍କଟ ସମୟରେ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ ଭାରତ କିପରି ଗ୍ରହଣ କରି କାର୍ଯ୍ୟ କଲା ସେ କଥା ସେ ସ୍ମରଣ କରାଇଥିଲେ । ସେ କହିଥିଲେ ଯେ ଆମେ ଏକ ଅତ୍ୟନ୍ତ ଜଟିଳ କ୍ଷଣରେ ଦେଶରେ ପିପିଇ କିଟ୍ସ, ମାସ୍କ ଓ ଭେଣ୍ଟିଲେଟର ଆଦି ଉତ୍ପାଦନ କରିବା ଆରମ୍ଭ କରିଥିଲୁ ।

ମନ୍ତ୍ରୀ ଠାକୁର ମଧ୍ୟ ଏହି ଅବସରରେ ସରକାରଙ୍କ ଗୋଟିଏ ଜିଲ୍ଳା ଗୋଟିଏ ଉତ୍ପାଦ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ । ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ସାମଗ୍ରୀ ପ୍ରସ୍ତୁତ କରିବାକୁ ହୋଇଥିବା ଯୋଜନା ମାଧ୍ୟମରେ ଲୋକଙ୍କୁ ରୋଜଗାରର ସୁଯୋଗ ମିଳିବା ସହିତ ଆଖାପାଖର ଅନେକ ଲୋକଙ୍କୁ ପରୋକ୍ଷ କର୍ମନିଯୁକ୍ତି ମିଳିଲା । ଫଳରେ ମହାମାରୀ ଭଳି ସଙ୍କଟ କାଳରେ ଲୋକେ ସ୍ଥାନୀୟଭାବେ ରୋଜଗାରର ସୁଯୋଗ ପାଇଥିଲେ ।

ସମଗ୍ର ବିଶ୍ବର ଅର୍ଥନୀତି ମହାମାରୀ ଯୋଗୁଁ ଗୁରୁତରଭାବେ ପ୍ରଭାବିତ ହୋଇଥିବାବେଳେ ଭାରତରେ ଏଭଳି କାର୍ଯ୍ୟକ୍ରମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ଓ ରୋଜଗାର ସୁବିଧା ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି। ସ୍କିଲ ଇଣ୍ଡିଆ’କାର୍ଯ୍ୟକ୍ରମ ମାଧ୍ୟମରେ ଭାରତକୁ ଦକ୍ଷ ଓ କୁଶଳୀ କରିବାକୁ ପ୍ରଧାନମନ୍ତ୍ରୀ କିପରି ଉଦ୍ୟମ କରୁଛନ୍ତି ଠାକୁର ସମ୍ପର୍କରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଲୋକଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ କୁଶଳୀ କରିବାର ଅର୍ଥ ସେମାନେ ଚାକିରି ପଛରେ ନ ଧାଇଁ ନିଜେ କିଛି କରି ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ରୋଜଗାରର ସୁଯୋଗ ଦେଇପାରିବେ । ସେ କହିଥିଲେ ଯେ ପୂର୍ବରୁ ଆମ ସଂସ୍କୃତି ଓ ଶିକ୍ଷା ଶ୍ରମର ଗୌରବ ଓ ମର୍ଯ୍ୟାଦା ଉପରେ ବିଶେଷ ଦୃଷ୍ଟି କେନ୍ଦ୍ରୀତ କରି ନ ଥିଲା । ପ୍ରଧାନମନ୍ତ୍ରୀ ମୋଦି ଏବେ ଶ୍ରମର ମୂଲ୍ୟ ଓ ମର୍ଯ୍ୟାଦା ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି ।

ଏହି ଅବସରରେ ସେ ‘ତେଜସ’ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଦକ୍ଷ ଓ କୁଶଳୀ ଲୋକଶକ୍ତି ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଇବ । ବର୍ଷକ ମଧ୍ୟରେ ୩୦ ହଜାର କୁଶଳୀ ନିଯୁକ୍ତି ପ୍ରତ୍ୟାଶୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସକୁ ପଠାଯିବ । ଏହାବାଦ ମନ୍ତ୍ରୀ କହିଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ବିଭିନ୍ନ ବିଶ୍ବବିଦ୍ୟାଳୟ, କଲେଜ ଓ ସ୍କୁଲ ସହ ଯୋଗସୂତ୍ର ରକ୍ଷା କରି ସେଠାକାର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ‘ଏକ୍ସପୋ”କୁ ଆଣି ଆବର୍ଜନାରୁ କିପରି ଅତି ସୁନ୍ଦର ସାମଗ୍ରୀ ନିର୍ମାଣ କରାଯାଇପାରିବ ତାହାର ପ୍ରଦର୍ଶନୀ ବୁଲାଇ ଦେଖାଇବା ଉଚିତ । ଭବିଷ୍ୟତରେ ଆୟୋଜିତ ହେବାକୁ ଥିବା ହୁନର ହାଟରେ ସ୍ବଳ୍ପ ମିଆଦି ସ୍କିଲ ଟ୍ରେନିଂ କୋର୍ସ ପ୍ରବର୍ତ୍ତନ କରିବା କଥା ସଂଖ୍ୟାଲଘୁ ମନ୍ତ୍ରଣାଳୟ ଚିନ୍ତା କରିବା ଉଚିତ ବୋଲି ମନ୍ତ୍ରୀ ଠାକୁର ପରାମର୍ଶ ଦେଇଥିଲେ ।

ଏହି ହୁନର ହାଟରେ ଖୋଲିଥିବା ଷ୍ଟଲଗୁଡିକରେ ସାମଗ୍ରୀ ଓ ତାହାର ବିଶେଷତ୍ବ ସମ୍ପର୍କରେ ଗୁରୁତ୍ବ ଦେବାକୁ ମନ୍ତ୍ରୀ ଠାକୁର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଏହା ଦ୍ବାରା ଲୋକଙ୍କ ପାଖରେ ସମ୍ପୃକ୍ତ ସାମଗ୍ରୀ ସମ୍ପର୍କରେ ସୂଚନା ପହଞ୍ଚିବ ଏବଂ ଏହାର ଆଦର ବଢିବା ସହିତ ସେସବୁକୁ ମାନ୍ୟତା ମିଳିବ । ଏହି ସବୁ ସାମଗ୍ରୀକୁ ମୁମ୍ବାଇର ଉଦ୍ୟୋଗଜଗତ କିଣି ଦୀପାବଳୀ ଓ ଅନ୍ୟାନ୍ୟ ଉତ୍ସବରେ ଉପହାହର ଆକାରରେ ସ୍ବଦେଶୀ ସାମଗ୍ରୀକୁ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ଦୀପାବଳୀ ଆହୁରି ୫-୬ ମାସ ଅଛି । ତଥାପି ଉଦ୍ୟୋଗଜଗତ ନିଜର ଉପହାର ପାଇଁ ଏବେଠୁ ବରାଦ ଦେବା ଆବଶ୍ୟକ ବୋଲି ସେ କହିଥିଲେ ।

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭି ଏହି ହୁନର ହାଟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଏହାର ଆୟୋଜନ କରୁଛି । ଏହି ହାଟରେ ଲୋକେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଅନୁଭବ ପାଇପାରିବେ । ଏଥିରେ ବିବିଧତା ମଧ୍ୟରେ ଏକତାର ସାରମର୍ମ ରହିଛି । କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କଟକ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସଂସ୍କୃତି ଓ ଶିଳ୍ପ କାରିଗରୀର ଅନୁଭବ ଏହି ହାଟରେ ମିଳିପାରିବ । ଗତ ସାତବର୍ଷ ମଧ୍ୟରେ ହୁନର ହାଟ ମାଧ୍ୟମରେ ଦେଶର ନ ଲକ୍ଷରୁ ଅଧିକ କାରିଗର ଓ ଶିଳ୍ପୀଙ୍କୁ ନିଯୁକ୍ତି ସୁଯୋଗ ମିଳିଛି ବୋଲି ସେ କହିଥିଲେ ।

ଏହି ହାଟ ବୁଲି ଦେଖିବା ଓ କିଣାକିଣି କରିବାକୁ ପ୍ରବେଶ ଫି ନାହିଁ । ଏଥିରେ ‘ବେଷ୍ଟ ଫ୍ରମ ଦି ୱେଷ୍ଟ’, ‘ଭୋକାଲ ଫର ଲୋକାଲ ’, ବିଷୟବସ୍ତୁ ଗୁରୁତ୍ବ ପାଇଛି ଓ ସାମଗ୍ରୀଗୁଡିକ ତଦନୁସାରେ ନିର୍ମିତ । ପ୍ଲାଷ୍ଟିକ, କାଗଜ, ପ୍ଲାଏ, କାଠ, କାଚ, ସେରାମିକ, ଝୋଟ, ତୁଳା, ପଶମ, କଦଳୀ ପଟୁଆ, ଆଖୁମଣ୍ଡ, କୁଣ୍ଡା ଓ ଧାନ ଏବଂ ଗହମ କୁଟା, ରବର, ଲୁହା, ପିତଳ ଆଦିରେ ପ୍ରସ୍ତୁତ ସାମଗ୍ରୀ ଏହି ହୁନର ହାଟରେ ଉପଲବ୍ଧ ।

ବିଶ୍ବକର୍ମା ବାଟିକା

ଏହି ହୁନର ହାଟର ପ୍ରମୁଖ ଆକର୍ଷଣ ହେଉଛି ବିଶ୍ବକର୍ମା ବାଟିକା । ପାରମ୍ପରିକ ସାମଗ୍ରୀ କିପରି ନିର୍ମିତ ହୁଏ ତାହା ଏହିଠାରେ କାରିଗର ଓ ଶିଳ୍ପୀମାନେ ପ୍ରଦର୍ଶନ କରୁଛନ୍ତି । ଏହାଛଡା ହାଟର ‘ମେରା ଗାଓଁ, ମେରା ଦେଶ’ ନାମରେ ଏକ ଥେମାଟିକ ଫୁଡକୋର୍ଟ ରହିଛି । ଏଠାରେ ୬୦ ରୁ ଅଧିକ ଫୁଡ ଷ୍ଟଲରେ ଦେଶର ବିଭିନ୍ନ ରାଜ୍ୟର ସୁସ୍ବାଦୁ ଖାଦ୍ୟ ପରିବେଷଣର ବ୍ୟବସ୍ଥା ଅଛି ।

ପ୍ରତିଦିନ ସନ୍ଧ୍ୟା ଛ’ଟାରୁ ରାତି ଦଶଟା ପର୍ଯ୍ୟନ୍ତ ବିଶିଷ୍ଟ କଳାକାରମାନଙ୍କ ଦ୍ବାରା ହୁନର ହାଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ବ୍ୟବସ୍ଥା କରାଯାଇଛି । ଏହାଛଡା ଏଠାରେ ‘ଲେଜର ଲାଇଟ ଶୋ’ର ଆୟୋଜନ ହୋଇଛି । ଏହି ହାଟକୁ ମଧ୍ୟ ଆଭାସୀ ବ୍ୟବସ୍ଥାରେ ଦେଖି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.