ETV Bharat / bharat

Ukraine war: ଋଷ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଗଲା ୟୁକ୍ରେନ - ୟୁକ୍ରେନର ନୂଆ ପଦକ୍ଷେପ

ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନରେ ଭୟାବହ ସ୍ଥିତି । ଋଷ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଗଲା ୟୁକ୍ରେନ । ଋଷ ବର୍ବରତାର ସହ ନିରୀହ ନାଗରିକଙ୍କୁ ଆକ୍ରମଣ କରୁଥିବା ଦର୍ଶାଇଲା ୟୁକ୍ରେନ । ଅଧିକ ପଢନ୍ତୁ

Ukraine war: ଋଷ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ଗଲା ୟୁକ୍ରେନ

author img

By

Published : Feb 27, 2022, 6:07 PM IST

କିବ: ୟୁକ୍ରେନରେ ଋଷ ପ୍ରବଳ ଆକ୍ରମଣ ଜାରି ରଖିଥିବା ବେଳେ ଆକ୍ରମଣରୁ ରକ୍ଷା ପାଇବା ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଦ୍ବାରସ୍ଥ ହୋଇଛି ୟୁକ୍ରେନ । ୟୁକ୍ରେନ ଏକ ସ୍ବାଧୀନ ରାଷ୍ଟ୍ର ହୋଇଥିବା ବେଳେ ଋଷ ତାର ଅଖଣ୍ଡତା ଓ ସାର୍ବଭୌମତ୍ବ ଉପରେ ବର୍ବରୋଚିତ ଆକ୍ରମଣ କରିଛି, ଯାହା ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ଦର୍ଶାଇ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଦ୍ବାରସ୍ଥ ହୋଇଛି ୟୁକ୍ରେନ । ଏନେଇ ରାଷ୍ଟ୍ରପତି ଜେଲେନସ୍କି ଟ୍ବିଟ କରି ସୂଚନା ଦେଇଛନ୍ତି ।

  • Ukraine has submitted its application against Russia to the ICJ. Russia must be held accountable for manipulating the notion of genocide to justify aggression. We request an urgent decision ordering Russia to cease military activity now and expect trials to start next week.

    — Володимир Зеленський (@ZelenskyyUa) February 27, 2022 " class="align-text-top noRightClick twitterSection" data=" ">

ଆବେଦନରେ ୟୁକ୍ରେନ ଦର୍ଶାଇଛି, ଏପରି ବର୍ବର ଆକ୍ରମଣ କରି ଋଷ ଅନ୍ତର୍ଜାତୀୟ ନିୟମ ଉଲ୍ଲଙ୍ଘନ କରିଛି । ତେଣୁ ଜାତିସଙ୍ଘ ସୁରକ୍ଷା ପରିଷଦରୁ ତାର ସଦସ୍ୟତା ରଦ୍ଦ କରିବା ଆବଶ୍ୟକ । ଅନ୍ୟପଟେ ପଶ୍ଚିମ ରାଷ୍ଟ୍ରମାନଙ୍କ ତମାମ ବିରୋଧ ଓ ନିନ୍ଦା ସତ୍ତ୍ବେ ମଧ୍ୟ ଋଷ ତାର ସାମରିକ ଅଭିଯାନ ଜାରି ରଖିଛି । ଋଷ ସେନା ବର୍ତ୍ତମାନ ୟୁକ୍ରେନରେ ପ୍ରବେଶ କରିସାରିଥିବା ବେଳେ ରାଜଧାନୀ କୀବ ଅଭିମୁଖେ ଅଗ୍ରସର ହେବାରେ ଲାଗିଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ଋଷ ବର୍ବରତାର ସହ ଆକ୍ରମଣ ଜାରି ରଖିଛି । ୟୁକ୍ରେନର ଅନେକ ସାଧାରଣ ଜନତା ମଧ୍ୟ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଲେଣି । ଋଷର ଏପରି ଯୁଦ୍ଧନୀତିକୁ ନରସଂହାର ବୋଲି କହିବାକୁ ହେବ । ଯାହାକୁ ଯେତେ ନିନ୍ଦା କଲେ ମଧ୍ୟ ତାହା କମ ହେବ ବୋଲି ସେ କହିବା ସହ ଏହ ବିରୋଧରେ ବିଶ୍ବ ସମୁଦାୟ ଓ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ବିଚାର କରି ରୋକ ଲଗାଇବା ସହ ଜାତିସଙ୍ଘ ସୁରକ୍ଷା ପରିଷଦରୁ ଋଷର ସଦସ୍ୟତା ରଦ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ଋଷ କୌଣସି କଟକଣାକୁ ସ୍ବୀକାର କରିବା ପରିବର୍ତ୍ତେ ତାର ଯୁଦ୍ଧ ଅଭିଯାନ ଜାରି ରଖିଛି । ଅନ୍ୟ ପଟେ ୟୁକ୍ରେନ ମଧ୍ୟ ୪ଦିନ ଯୁଦ୍ଧ ପରେ ମଧ୍ୟ ଲଢିବା ଜାରି ରଖିଛି । ଅନ୍ୟପଟେ ବେଲାରୁଷରେ ଋଷ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ୟୁକ୍ରେନ ପକ୍ଷରୁ ଏହାକୁ ପ୍ରତ୍ୟାଖାନ କରାଯାଇଥିବା ସୂଚନା ମିଳିଛି । ବେଲାରୁଷ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନକୁ ବାଛିବା ପାଇଁ ପ୍ରସ୍ତାବ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.