ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM
TOP NEWS@9AM
author img

By

Published : Dec 8, 2020, 9:08 AM IST

1-ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ନୀତି

ଆଜି ପବିତ୍ର ପ୍ରଥମାଷ୍ଟମୀ । ଏହି ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁ ପୋଢ଼ୁଆଁ ହୋଇଥାନ୍ତି । ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ହୋଇଥାଏ | ଏହାପରେ ପାଳିଆ ପୁଷ୍ପାଳକ ଶ୍ରୀବିଗ୍ରହମାନଙ୍କୁ ନୂତନ ବସ୍ତ୍ର ଲାଗି କରାଇଥାନ୍ତି |

2-ଭାରତ ବନ୍ଦ: ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ଯାଏଁ ଚକା ଜାମ୍‌

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଆଜି ଭାରତ ବନ୍ଦର ଡାକରା ଦେଇଛନ୍ତି । ଯାହାକୁ 18ଟି ରାଜନୈତିକ ଦଳ ନିଜର ସମର୍ଥନ ଜଣାଇଛନ୍ତି ।

3-ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି; ତଦନ୍ତ କରିବ ଭିଜିଲାନ୍ସ

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ଭିଜିଲାନ୍ସ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ।

4-ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ

ପୁଣି ଅନଲାଇରେ ମହାପ୍ରସାଦ ବିକ୍ରି ଅଭିଯୋଗ ଆସିଛି । ଯାହାକୁ ନେଇ ସେବାୟତଙ୍କ ପକ୍ଷରୁ ଏତଲା ଦେବାକୁ ଯୋଜନା କରାଯାଉଥିବା ସୂଚନା ମିଳିଛି ।

5-ଭାରତ ବନ୍ଦ: କଟକରେ କିପରି ରହିବ କଂଗ୍ରେସର ଆଭିମୁଖ୍ୟ, ଶୁଣନ୍ତୁ କଣ କହୁଛନ୍ତି ବିଧାୟକ...

କଟକ: କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ କଂଗ୍ରେସ ସମର୍ଥନ କରିଛି । କଟକରେ ଏହି ବନ୍ଦକୁ ସଫଳ କରିବାକୁ ସାମିଲ ହେବେ ଦଳର ନେତା ଓ କର୍ମୀ ।

6-ଲେମନ ଗ୍ରାସର ପ୍ରଥମ ପ୍ଲାଣ୍ଟ ଉଦଘାଟିତ

ଉଦଘାଟିତ ହୋଇଯାଇଛି ସଦର ବ୍ଲକ ଲକର୍ମା ଗାଁରେ ଲେମନ ଗ୍ରାସ ଚାଷର ଏକ ପ୍ରୋସେସିଂ ପ୍ଲାଣ୍ଟ । ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓରମାସ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ପ୍ଲାଣ୍ଟର ଆନୁଷ୍ଠାନିକ ଆରମ୍ଭ କରିଛନ୍ତି ।

7-ସମ୍ବଲପୁରରେ ଜେନେରିକ ମେଡିସିନ ସେବାର ହେଉନି ସଫଳ ରୂପାୟନ, ଆବଶ୍ୟକ ରହିଛି ଜନସଚେତନତା

ଗରିବ ଲୋକଙ୍କୁ ସ୍ବାସ୍ଥ୍ୟଗତ ଅଧିକାର ଯୋଗାଇବା ତଥା ଚିକିତ୍ସା ଜନିତ ଖର୍ଚ୍ଚ ଯୋଗାଇବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଜେନେରିକ ମେଡିସିନ ସେବା ତଥା ଜନ ଔଷଧି କେନ୍ଦ୍ର ।

8-ବଢିବ ସେନାର ଶକ୍ତି, ଖୁବଶୀଘ୍ର ଭାରତକୁ ମିଳିବ 200 ମେଡ୍‌ ଇନ ଇଣ୍ଡିଆ ହୋବିତଜର

ସେନାର ଆବଶ୍ୟକତା ପୁରା କରିବା ପାଇଁ ମାତ୍ର 18 ମାସରେ 200ରୁ ଅଧିକ ସ୍ବଦେଶୀ ତଥା ମେଡ ଇନ ଇଣ୍ଡିଆ ଆଡଭାନ୍ସ ଟାୱାର ଆର୍ଟିଲାରୀ ଗନ ସିଷ୍ଟମ(ATAGS) ତିଆରି କରିବ ଡିଆରଡିଓ ।

9-ଚାଷୀ ଆନ୍ଦୋଳନ ମଧ୍ୟରେ ମୋଦିଙ୍କ ବୟାନ, ନୂଆ ବ୍ୟବସ୍ଥା ପାଇଁ ସୁଧାର ନିତାନ୍ତ ଆବଶ୍ୟକ

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଶତାବ୍ଦୀର ଆଇନକୁ ନେଇ ଆଗାମୀ ଦଶକର ନିର୍ମାଣ କରାଯାଇପାରିବ ନାହିଁ । ତେବେ ଗତ ଦଶକର ଉପଯୋଗୀ ଆଇନ ଆଗାମୀ ଶତାବ୍ଦୀ ପାଇଁ ବୋଝ ପାଲଟିଯାଏ ।

10-ନିଖୋଜ MiG-29K ପାଇଲଟଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର କଲା ନୌସେନା

ନିଖୋଜ ମିଗ୍‌-29କେ ପାଇଲଟ କମାଣ୍ଡର ନିଶାନ୍ତ ସିଂହଙ୍କ ମୃତ ଦେହ ସମୁଦ୍ରରୁ 70 ମିଟର ତଳୁ ଉଦ୍ଧାର କରିଛି ନୌସେନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.