ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 9AM
ବର୍ତ୍ତମାନର ବଡ଼ ଖବର
author img

By

Published : Nov 25, 2020, 9:11 AM IST

1-ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ

ଆଜି ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ପ୍ରଥମ ଦିନରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହେବ ।

2-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ । ଏହି ବରିଷ୍ଠ କଂଗ୍ରେସ ନେତା କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ।

3-ବାଘ ପାଇଁ କାଠଗଡାରେ ସାତକୋଶିଆ କର୍ତ୍ତୃପକ୍ଷ

ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଶକ୍ତ ଧକ୍କା । ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରାଯିବା ବେଳେ କୌଣସି ଏସଓପି ପାଳନ କରାଯାଇ ନଥିବା ନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛି ଏକ ସ୍ବେଚ୍ଛାସେବୀ ସଂଗଠନ ।

4-ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ନାମିତ ହେବ ଅଯୋଧ୍ୟା ବିମାନ ବନ୍ଦର

ଯୋଗୀ କ୍ୟାବିନେଟଙ୍କ ବଡ ନିଷ୍ପତ୍ତି । ବର୍ତ୍ତମାନ ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ବିମାନବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏୟାରପୋର୍ଟ ନାମରେ ନାମିତ ହେବ ।

5-ଡଙ୍ଗା ଭସା ଉପରେ ଲାଗିଲା ରୋକ

ଚଳିତ ବର୍ଷ ଭାସିବ ନାହିଁ ଡଙ୍ଗା ! ଡଙ୍ଗା ଭସା, ବୋଇତ ବନ୍ଦାଣ ଉପରେ ରୋକ ଲଗାଇଲେ ସରକାର । କୋଭିଡ 19 ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର।

6-କୋରୋନା ମୁକାବିଲାରେ ଖର୍ଚ୍ଚ ହୋଇଛି 223 କୋଟି

ରାଜ୍ୟରେ 23 ଜିଲ୍ଲାରେ କୋରୋନା ପରୀକ୍ଷା, ମୁକାବିଲା ଓ ରୋଗୀଙ୍କ ମାଗଣା ଚିକିତ୍ସା ବାବଦକୁ ଖର୍ଚ୍ଚ ହୋଇଛି 223 କୋଟି ଟଙ୍କା ।

7-ଅମାନିଆ ସାବଧାନ, କଡ଼ାକଡ଼ି ହେବ ହେଲମେଟ ଚେକିଂ

ନୟାଗଡରେ ସରକାରଙ୍କ ନିର୍ଦ୍ଦେଶ ପରେ କୋରୋନା ପାଇଁ ବନ୍ଦ ରହିଥିବା ହେଲମେଟ ଚେକିଂ ପୁଣି କଡାକଡି ହେବ ।

8-ପୁଣି ଥରେ ହ୍ବିଟ୍ ବ୍ଲାଷ୍ଟ୍ ରୋଗ ବ୍ୟାପିବା ନେଇ ପ୍ରଶାସନ ଓ କୃଷି ବିଜ୍ଞାନୀ ଚିନ୍ତିତ

ଗହମ ଚାଷରେ ଭୟଙ୍କର ଭାବେ ବ୍ୟାପୁଥିବା ହ୍ବିଟ୍ ବ୍ଲାଷ୍ଟ ଡିଜିଜ୍ ରୋକିବା ସକାଶେ କେନ୍ଦ୍ର ସରକାର 2017ରେ ପଶ୍ଚିମ ବଙ୍ଗର ମୁର୍ସିଦାବାଦ୍ ଏବଂ ନାଦିଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମାବର୍ତ୍ତୀ ବ୍ୟାପକ ଅଞ୍ଚଳରେ ଗହମ ଉତ୍ପାଦନକୁ ନିଷିଦ୍ଧ ଘୋଷଣା କରିଥିଲେ।

9-ଆଜି କେଭଡିୟା ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ବୁଧବାର ଗୁଜୁରାଟର କେଭଡିୟା ଗସ୍ତ କରି 80 ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର କନଫରେନ୍ସ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

10-କୋଭାକ୍ସିନର ପରୀକ୍ଷଣ ଜାରି, ପାର୍ଶ୍ବ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

ସ୍ବଦେଶୀ କୋଭାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବଶୀଘ୍ର ଶେଷ ହୋଇଯିବ । ତେବେ ଏହି ଟୀକାକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ସମୟରେ କୋଭାକ୍ସିନ ଟୀକା ପାର୍ଶ୍ବ ପ୍ରତିକ୍ରିୟା ଦେଖାଇପାରେ ବୋଲି ପୂର୍ବାନୁମାନ କରିଛି କେନ୍ଦ୍ର ସ୍ବାସ୍ଥ୍ୟବିଭାଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.