ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS AT 11AM
ବର୍ତ୍ତମାନର ବଡ ଖବର
author img

By

Published : Dec 6, 2020, 11:10 AM IST

1-ଦେଶରେ ଦିନକରେ 36,011 ଆକ୍ରାନ୍ତ ଚିହ୍ନଟ, 482 ମୃତ

ଦେଶରେ ଲଗାତାର 28 ଦିନ ଧରି 50 ହଜାରରୁ ତଳକୁ ରହୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 36 ହଜାର 11 ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଯେଉଁଥିରେ 482 ଜଣଙ୍କର ମୃତ୍ୟୁ ହୋଇଛି ।

2-ପଞ୍ଜାବୀ ମଠ ଉଚ୍ଛେଦ ପକ୍ରିୟା ଜାରି

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସାମ୍ନାରେ ଥିବା ପଞ୍ଜାବୀ ମଠ ଜମି ଅଧିଗ୍ରହଣ ପ୍ରକ୍ରିୟାର ଶତକଡା 95 ଭାଗ ଇଲାକା ଦଖଲ କରାଯାଇଛି ।

3-ମୁମ୍ବାଇରେ ଫାଟିଲା ଗ୍ୟାସ ସିଲିଣ୍ଡର, 16 ଆହତ

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ ଏଥିରେ 16ଜଣ ଆହତ ହୋଇଛନ୍ତି ।

4-ପୁରୀ ସହରରେ ବାରହା ଆତଙ୍କ, ଆକ୍ରମଣରେ 3 ଆହତ

ପୁରୀ ସହରରେ ବାରହା ଆକ୍ରମଣରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି ।

5-ଟ୍ରକ ଧକ୍କାରେ ୨ ବାଇକ ଆରୋହୀ ମୃତ, ଡ୍ରାଇଭର ଘଟଣାସ୍ଥଳରୁ ଫେରାର

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଘଟିଛି ଏକ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

6-ତାମିଲନାଡୁରୁ ଆସୁଥିବା ବେଳେ 4 କିଲୋ ସୁନା 235 କିଲୋ ରୁପା ଜବତ

ଗୋଷାଣିନୂଆଗାଁ ଥାନା ପୋଲିସ ଏକ କାରରେ ବ୍ରହ୍ମପୁର ସହରକୁ ଆସୁଥିବା ପ୍ରାୟ ୨୩୫ କିଲୋଗ୍ରାମ ଓଜନର ରୂପା ସମେତ ଚାରି କିଲୋ ସୁନାକୁ ଧରି ଏହାର ତନାଘନା ଆରମ୍ଭ କରିଛି ।

7-ଦେଶରେ କୋରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର

ଭାରତରେ ଜରୁରୀକାଳୀନ କୋରୋନା ଟୀକା ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର । ଗତ 4ତାରିଖେ ଡିସିଜିଆଇକୁ ଅନୁମତି ମାଗିଛି ଫାଇଜର ।

8-ପୂର୍ବ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି

ଶିରୋମଣି ଅକାଳୀ ଦଳର ନେତ୍ରୀ ହରସିମରତ କୌର ବାଦଲ ହସ୍ପିଟାଲରେ ଭର୍ତ୍ତି । ଶ୍ବାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

9-ଚୀନର କୋଇଲା ଖଣିରେ ଅଘଟଣ, 23 ଶ୍ରମିକ ମୃତ

ଚୀନର ଏକ କୋଇଲା ଖଣିରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ୍ କରିବାରୁ 23ଜଣଙ୍କ ପ୍ରାଣ ଯାଇଛି ।

10-କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରଶଂସାରେ ବିଜେପି ଯୁବ ମୋର୍ଚ୍ଚା

ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ । ଯେଉଁଥିରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.