ରାୟପୁର: ଛତିଶଗଡ ନାରାୟଣପୁରରେ ସୁରକ୍ଷାକର୍ମୀଙ୍କ ଉପରେ ବଡ ଧରଣର ଆକ୍ରମଣ କରିଛନ୍ତି ନକ୍ସଲ । ଏହି ଆକ୍ରମଣରେ 3 ଯବାନ ଶହୀଦ ହୋଇଥିବାବେଳେ 8ରୁ ଊର୍ଦ୍ଧ୍ବ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ଯବାନମାନେ ଏକ ବସରେ କୁମ୍ବିଂ ଅପରେସନ ପାଇଁ ଯାଉଥିବାବେଳେ ନକ୍ସଲମାନେ ଆଇଡି ବିସ୍ଫୋରଣ ଘଟାଇଥିଲେ । ଏଥିରେ ବସଟି ସମ୍ପୂର୍ଣ୍ଣ ମାତ୍ରାର କ୍ଷତିଗ୍ରସ୍ତ ହୋଇଥିବାବେଳେ 3 ଜଣ ଯବାନ ଘଟଣାସ୍ଥଳରେ ହିଁ ଶହୀଦ ହୋଇଛନ୍ତି । ଆହତ ଯବାନଙ୍କୁ ନିକଟସ୍ଥ ଧୋଡାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଘଟଣ ସ୍ଥାନରେ ଭାରି ମାତ୍ରାରେ ସୁରକ୍ଷାବଳ ମୁତୟନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିବା ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ