ETV Bharat / bharat

ତେଲେଙ୍ଗାନା ଫାଇଟ୍‌ରେ କଂଗ୍ରେସ ହିରୋ ରେବନ୍ତ ରେଡ୍ଡି, ସରକାର ଗଠନରେ ନେବେ ମୁଖ୍ୟ ଭୂମିକା - ତେଲେଙ୍ଗାନାରେ ସରକାର ଗଠନ କରିବ କଂଗ୍ରେସ

ତେଲେଙ୍ଗାନାରେ ସ୍ପଷ୍ଟ ବହୁମତ ସହ ବହୁତ ଆଗରେ ରହିଛି କଂଗ୍ରେସ । ଏପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କଂଗ୍ରେସର ପ୍ରାର୍ଥୀ ଆଗୁଆ ଥିବାରୁ ଦଳ ଏଥର ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି । ତେବେ ଏକଦା କଂଗ୍ରେସମୁକ୍ତ ହେବାକୁ ଯାଉଥିବା ପରି ମନେ ହେଉଥିବା ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରିବାରେ ପିସିସି ସଭାପତି ରେବନ୍ତ ରେଡ୍ଡିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଅଧିକ ପଢ଼ନ୍ତୁ

ତେଲେଙ୍ଗାନା ଫାଇଟ୍‌ରେ କଂଗ୍ରେସର ହିରୋ ରେଭାନ୍ତ ରେଡ୍ଡି

author img

By ETV Bharat Odisha Team

Published : Dec 3, 2023, 1:57 PM IST

Updated : Dec 3, 2023, 6:29 PM IST

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଆଶାତୀତ ସଫଳତା । କିଛିବର୍ଷ ପୂର୍ବରୁ କଂଗ୍ରେସମୁକ୍ତ ହେବାକୁ ଯାଉଥିବା ପରି ମନେ ହେଉଥିଲା ତେଲେଙ୍ଗାନା । ହେଲେ ଏବେ ରାଜ୍ୟର ସର୍ବବୃହତ ଦଳ ଭାବେ ଉଭା ହୋଇଛି ଦେଶର ସର୍ବପୂରାତନ ଦଳ । କଂଗ୍ରେସକୁ ତେଲେଙ୍ଗାନାରେ ଏଭଳି ଅପ୍ରତ୍ୟାଶିତ ସଫଳତା ଦେବାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ପିସିସି ସଭାପତି ରେବନ୍ତ ରେଡ୍ଡି । ଏପରିକି କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରେସ୍‌ରେ ମଧ୍ୟ ସେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି । ନଜର ପକାନ୍ତୁ ଏହି ଚତୁର ରାଜନେତା ଅନୁମୁଲା ରେବନ୍ତ ରେଡ୍ଡିଙ୍କ ରାଜନୈତିକ କ୍ୟାରିୟର ଉପରେ ।

ଏବିଭିପିରୁ ଟିଡିପି, ରେବନ୍ତଙ୍କ ପ୍ରାରମ୍ଭିକ ଜୀବନ: ୧୯୬୯ ନଭେମ୍ବର ୮ ତାରିଖରେ ମେହେବୁବନଗର କୋଣ୍ଡାରେଡ୍ଡିରେ ଜନ୍ମଗ୍ରହଣ କରିଥିଲେ ଅନୁମୁଲା ରେବନ୍ତ ରେଡ୍ଡି । ଓସମାନିଆ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥଲେ ସେ । ଏହି ସମୟରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରୁ ଛାତ୍ର ରାଜନୀତି ଆରମ୍ଭ କରିଥିଲେ । ସେ ତେଲୁଗୁ ଦେଶମ ପାର୍ଟି (TDP)ରୁ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ସେ ୩ ଥର ବିଧାୟକ ଏବଂ ଥରେ ସାଂସଦ ହୋଇଛନ୍ତି । ୨୦୦୯ ଏବଂ ୨୦୧୪ରେ ଟିଡିପି ଟିକେଟରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ ରେବନ୍ତ ରେଡ୍ଡି । ୨୦୧୭ ଅକ୍ଟୋବରରେ ଟିଡିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ ।

ରେବନ୍ତଙ୍କ ନେତୃତ୍ବରେ ସରକାର ଗଢ଼ିବ କଂଗ୍ରେସ: କଂଗ୍ରେସରେ ଯୋଗଦେବା ପରେ ୨୦୧୮ ବିଧାନସଭା ନିର୍ବାଚନରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ଲଗାତର ତୃତୀୟ ବିଜୟ ହାସଲ କରିଥିଲେ ରେବନ୍ତ ରେଡ୍ଡି । ଏହାପରେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ି ମଧ୍ୟ ସଫଳ ହୋଇଥିଲେ । କଂଗ୍ରେସ ଟିକେଟ୍‌ରୁ ସେ ମାଲକାଜଗିରି ଆସନରୁ ବିଜୟୀ ହୋଇ ସାଂସଦ ଅଛନ୍ତି । ରେବନ୍ତଙ୍କୁ ୨୦୨୧ରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ରେବନ୍ତଙ୍କ ନେତୃତ୍ବରେ ୨୦୨୩ ବିଧାନସଭା ନିର୍ବାଚନ ଲଢ଼ିଛି କଂଗ୍ରେସ ପାର୍ଟି । ସେ ନିଜେ ଏଥର ଦୁଇଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଛନ୍ତି । ନିଜର ପାରମ୍ପରିକ ଆସନ କୋଡଙ୍ଗଲ ସମେତ, କାମାରେଡ୍ଡିରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିରୋଧରେ ମଧ୍ୟ ସିଧା ସଳଖ ଲଢ଼େଇ କରି ଆଗରେ ରହିଛନ୍ତି ରେବନ୍ତ ।

ଏହା ମଧ୍ୟ ପଢ଼ନ୍ତୁ...ତେଲେଙ୍ଗାନାରେ କଂଗ୍ରେସ ଆଗୁଆ: ମୁଖ୍ୟମନ୍ତ୍ରୀ କେସିଆର କାମାରେଡ୍ଡିରେ ପଛରେ, ଆଗରେ ପିସିସି ସଭାପତି ରେଭାନ୍ତ

ତେଲେଙ୍ଗାନାରେ ୨୦୧୪ ରେଜଲ୍ଟ: ୨୦୧୨ରେ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ଗଠନ ପରେ ୨୦୧୪ରେ ହୋଇଥିଲା ପ୍ରଥମ ବିଧାନସଭା ନିର୍ବାଚନ । ତେଲେଙ୍ଗାନା ରାଜ୍ୟ ଗଠନ ଅଭିଯାନର ପ୍ରଧାନ ପୁରୋଧା କେସିଆର୍‌ଙ୍କୁ ୨୦୧୪ ନିର୍ବାଚନରେ ମିଳିଥିଲା ପୂର୍ଣ୍ଣ ବହୁମତ । ତେଲେଙ୍ଗାନା ବିଧାନସଭାର ମୋଟ ୧୧୯ ଆସନ ମଧ୍ୟରୁ, ଟିଆର୍‌ଏସ୍ (ବର୍ତ୍ତମାନର ବିଆର୍‌ଏସ୍‌)କୁ ମିଳିଥିଲା ୬୩ ଆସନ । କଂଗ୍ରେସ ପାଇଥିଲା ୨୧ ଆସନ । ଟିଡିପି ୧୫ ଆସନରେ ବିଜୟୀ ହୋଇଥିବାବେଳେ, ଏଆଇଏମ୍‌ଆଇଏମ୍‌ ୭ ଆସନ ହାତେଇଥିଲା । ବିଜେପି ପ୍ରାର୍ଥୀ ୫ଟି ଆସନରେ ବିଜୟୀ ହୋଇଥିବା ବେଳେ, ଅନ୍ୟାନ୍ୟ ପ୍ରାର୍ଥୀ ୮ ଆସନରେ ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମଧ୍ୟ ପ୍ରଦେଶ-ରାଜସ୍ଥାନ-ଛତିଶଗଡରେ ବିଜେପିକୁ ବହୁମତ, ତେଲେଙ୍ଗାନାରେ କଂଗ୍ରେସର ଜବରଦସ୍ତ ପ୍ରଦର୍ଶନ

ତେଲେଙ୍ଗାନାରେ ୨୦୧୮ ବିଧାନସଭା ରେଜଲ୍ଟ: ୨୦୧୪ ପରେ ୨୦୧୮ରେ ଆଗୁଆ ନିର୍ବାଚନ ହୋଇଥିଲେ ହେଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ତେଲେଙ୍ଗାନାରେ ପୂର୍ଣ୍ଣ ବହୁମତ ପାଇ ବିଜୟୀ ହୋଇଥିଲା ଟିଆର୍‌ଏସ୍ (ବର୍ତ୍ତମାନର ବିଆର୍‌ଏସ୍‌) । ମୋଟ ୧୧୯ ମଧ୍ୟରୁ କେସିଆର୍‌ଙ୍କ ଦଳ ଏକାକୀ ୮୮ଟି ସିଟ୍‌ରେ ବିଜୟୀ ହୋଇଥିବାବେଳେ, କଂଗ୍ରେସକୁ ମିଳିଥିଲା ୧୯ଟି ଆସନ । ଏଆଇଏମ୍‌ଆଇଏମ୍‌ ୭ ସିଟ୍ ପାଇଥିବାବେଳେ, ବିଜେପିକୁ କେବଳ ଗୋଟିଏ ଆସନ ମିଳିଥିଲା । ଅନ୍ୟପଟେ ଟିଡିପିକୁ ୨ଟି ଓ ୨ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 6:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.