ETV Bharat / bharat

ମୁଖ୍ୟମନ୍ତ୍ରୀ ଥଣ୍ଡା ଚା’ ପିଇବାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍, କଟାକ୍ଷ କଲା କଂଗ୍ରେସ - ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା' ପିଇବାକୁ ଦେବାରୁ ଯୋଗାଣ ଅଧିକାରୀଙ୍କୁ ମିଳିଲା କାରଣ ଦର୍ଶାଅ ନୋଟିସ୍ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ବିରୋଧି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ଥଣ୍ଡା ଚା ପିଇବାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍, ଏମିତି କହିଲେ ବିରୋଧି

author img

By

Published : Jul 12, 2022, 8:39 PM IST

ଭୋପାଳ: ନିକଟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୌର ନିର୍ବାଚନ ପ୍ରଚାର ପାଇଁ ଛତରପୁର ଗସ୍ତ କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ କିଛି ସମୟ ଅଟକି ଥିଲେ । ସେଠାରେ ତାଙ୍କୁ ଚା' ପିଇବାକୁ ଦିଆଯାଇଥିଲା, ଯାହାକି ସ୍ବାଦହୀନ ଏବଂ ଥଣ୍ଡା ଥିଲା । ଏହି ଭୁଲ୍ ପାଇଁ ରାଜନଗରର କନିଷ୍ଠ ଯୋଗାଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍‌ର କପି ବର୍ତ୍ତମାନ ସୋସିଆଲ ମିଡିଆର ଭାଇରାଲ ହେଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ସମେତ ବିଜେପିକୁ କଟାକ୍ଷ କରିଛି ବିରୋଧି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ଥଣ୍ଡା ଚା ପିଇବାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍, ଏମିତି କହିଲେ ବିରୋଧି
ମୁଖ୍ୟମନ୍ତ୍ରୀ ଥଣ୍ଡା ଚା ପିଇବାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍, ଏମିତି କହିଲେ ବିରୋଧି

କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ପଚାରିଛି ମାମାଜୀ, ଚା'ବାଲା ପ୍ରତି ଏତେ ଘୃଣା କାହିଁକି ? ଏଥିସହ ବିରୋଧି ଏହିଭଳି କିଛି ପୁରୁଣା କଥା ମଧ୍ୟ ଉଠାଇଛନ୍ତି । ପୂର୍ବରୁ ଇନ୍ଦୋରରେ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ପରଷା ଯିବାରୁ ଖାଦ୍ୟ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଆଉ ଥରେ, ସିଧି ସ୍ଥିତ ଗେଷ୍ଟହାଉସରେ ମୁଖ୍ୟମନ୍ତ୍ରୀଙ୍କୁ ମଶା କାଡିବାରୁ ଗେଷ୍ଟହାଉସ ଦାୟିତ୍ବରେ ଥିବା ଇଞ୍ଜିନିୟରଙ୍କ ଉପରେ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ବର୍ତ୍ତମାନ ଏହି ଥଣ୍ଡା ଚା' ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ସେପଟେ ସୋସିଆଲ ମିଡିଆରେ କାରଣ ଦର୍ଶାଅ ନୋଟିସ କପି ଭାଇରାଲ ହେବା ପରେ ସ୍ଥାନୀୟ ଜିଲ୍ଲାପାଳ ଏହାକୁ ଫେରସ୍ତ ନେଇଛନ୍ତି । ଯାହା ସୂଚନା ରହିଛି, ରାଜନଗରର କନିଷ୍ଠ ଯୋଗାଣ ଅଧିକାରୀ ରାକେଶ କହ୍ନେୱାଙ୍କୁ ଏସଡିଏମ ଏହି ନୋଟିସ୍ ଜାରି କରିଥିଲେ ଏବଂ ୨ ରୁ ୩ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.