ETV Bharat / bharat

ତେଲେଙ୍ଗାନାରେ ବାଣ ବିକ୍ରିକୁ ସୁପ୍ରିମକୋର୍ଟଙ୍କ ଅନୁମତି

author img

By

Published : Nov 13, 2020, 8:17 PM IST

ତେଲେଙ୍ଗାନାରେ ବାଣ ବିକ୍ରି କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ତେବେ ତେଲେଙ୍ଗାନାରେ କେବଳ 2 ଘଣ୍ଟା ପାଇଁ ବାଣ ବିକ୍ରି ଓ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଅଧିକ ପଢ଼ନ୍ତୁ...

ତେଲେଙ୍ଗାନାରେ ବାଣ ବିକ୍ରିକୁ ସୁପ୍ରିମକୋର୍ଟଙ୍କ ଅନୁମତି
ତେଲେଙ୍ଗାନାରେ ବାଣ ବିକ୍ରିକୁ ସୁପ୍ରିମକୋର୍ଟଙ୍କ ଅନୁମତି

ହାଇଦ୍ରାବାଦ: ତେଲେଙ୍ଗାନାରେ ବାଣ ବିକ୍ରି କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ତେବେ ତେଲେଙ୍ଗାନାରେ କେବଳ 2 ଘଣ୍ଟା ପାଇଁ ବାଣ ବିକ୍ରି ଓ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏହି ସମୟରେ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାନାମାକୁ କଡ଼ାକଡ଼ି ଭାବେ ପାଳନ କିରବାକୁ ସୁପ୍ରିମକୋର୍ଟ ତେଲେଙ୍ଗାନା ବାଣ ବିକ୍ରେତା ସଂଘକୁ ପରାମର୍ଶ ଦେଇଛନ୍ତି।

ମଧ୍ୟମ ଧରଣ କିମ୍ବା ତାଠାରୁ କମ ପ୍ରଦୂଷଣ ଥିବା ସହର କିମ୍ବା ରାଜ୍ୟ ଗୁଡ଼ିକ ଗ୍ରୀନ ଦୀପାବଳି ପାଳିବାକୁ ନିର୍ଦ୍ଦେଶ ଦେଇଥିଲା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ। ଏଥିପାଇଁ ଦୀପାବଳି, ଛଟ ପୂଜା, ଖ୍ରୀଷ୍ଠମାସ ଓ ନୂଆବର୍ଷରେ କେବଳ ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦିଆଯାଉ ବୋଲି ଅପିଲ କରାଯାଇଥିଲା। ତେଲେଙ୍ଗାନା ଏହାର ଅନ୍ତର୍ଗତ ଆସୁଥିବାରୁ ବାଣ ବିକ୍ରି ଉପରେ ରୋକ ଲଗାଇଥିଲେ ରାଜ୍ୟ ସରକାର। ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତେଲେଙ୍ଗାନା ବାଣ ବିକ୍ରେତା ସଂଘ।

ଗ୍ରୀନ ଟ୍ରିବ୍ୟୁନାଲର ଏଭଳି ପରାମର୍ଶ ପରେ ନଭେମ୍ବର 12 ତାରିଖରେ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟରେ ବାଣ ବିକ୍ରି କିମ୍ବା ବାଣ ଫୁଟାଇବା ଉପରେ ସମ୍ପୁର୍ଣ୍ଣ କଟକଣା ଜାରି କରିଥିଲେ। ଏହାପରେ ତେଲେଙ୍ଗାନା ବାଣ ବିକ୍ରେତା ସଂଘ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଆଜି(ଶୁକ୍ରବାର) ସେମାନଙ୍କ ପକ୍ଷରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ନଭେମ୍ବର 9 ତାରିଖରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଦିଲ୍ଲୀ ଏନସିଆରରେ ବାଣ ବିକ୍ରି ଓ ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଥିବା ନେଇ ସୂଚନା ମିଳିଥିଲା। ଏହାର ପରବର୍ତ୍ତୀ ସମୟରେ ଏହି କଟକଣାକୁ ଦେଶର ସମସ୍ତ ବଡ଼ ସହର ଓ ସହରାଞ୍ଚଳ ପାଇଁ ଲାଗୁ ହେବ ବୋଲି ସୂଚନା ମିଳିଥିଲା। ଏହି କଟକଣା ନଭେମ୍ବର 9 ମଧ୍ୟରାତ୍ରରୁ ଡିସେମ୍ବର 1 ତାରିଖ ମଧ୍ୟ ରାତ୍ର ଯାଏଁ ଲାଗୁ କରିଥିଲା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ।

ତେଲେଙ୍ଗାନା ବାଣ ବିକ୍ରେତା ସଂଘର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ତେଲଙ୍ଗାନା ହାଇକୋର୍ଟ ବାଣ ବିକ୍ରେତା ସଂଘ କଥାକୁ ଗୁରୁତ୍ବ ଦେଇ ନାହାନ୍ତି। ଏଭଳି ସମ୍ପୁର୍ଣ୍ଣ କଟକଣା ଜାରି ହେଲେ ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବ। ଏଥିପ୍ରତି ବି ଆମକୁ ଧ୍ୟାନ ଦେବାକୁ ପଡ଼ିବ। ପୂର୍ବରୁ ଲକଡାଉନ ଯୋଗୁଁ ଛୋଟ ବ୍ୟବସାୟୀଙ୍କୁ ବହୁ କ୍ଷତି ସହିବାକୁ ପଡିଛି ।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.