ETV Bharat / bharat

Shraddha murder case: ୧୩ ଦିନିଆ ନ୍ୟାୟିକ ହେପାଜତକୁ ଗଲା ଅଭିଯୁକ୍ତ ଅଫତାବ - ଶ୍ରଦ୍ଧା ହତ୍ୟା ମାମଲା

୧୩ ଦିନିଆ ନ୍ୟାୟିକ ହେପାଜତକୁ ଗଲା ଶ୍ରଦ୍ଧା ମର୍ଡର କେସର ଅଭିଯୁକ୍ତ ଅଫତାବ ପୁନାଓ୍ବାଲା (Shraddha murder case) । 28 ରେ ହୋଇପାରେ ନାର୍କୋ ଟେଷ୍ଟ । ଆବଶ୍ୟକ ବ୍ୟବସ୍ଥାରେ ଲାଗିଛି ପୋଲିସ । ପିତାଙ୍କ ଡିଏନଏ ସହ ମେଳା ଖାଇଲା ଶ୍ରଦ୍ଧାଙ୍କ ମୃତଦେହରୁ ସଂଗୃହିତ ନମୂନା । ଅଧିକ ପଢନ୍ତୁ

Shraddha murder case: 13 ଦିନିଆ ନ୍ୟାୟିକ ହେପାଜତକୁ ଗଲା ଅଭିଯୁକ୍ତ ଅଫତାବ

author img

By

Published : Nov 26, 2022, 5:30 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ (Shraddha murder case) ମାମଲାର ଅଭିଯୁକ୍ତ ଅଫତାବକୁ ନ୍ଯାୟିକ ହାଜତକୁ ପଠାଇଛନ୍ତି କୋର୍ଟ । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ଭିଡିଓ କନଫରେନ୍ସିଂ ଜରିଆରେ ଅଭିଯୁକ୍ତକୁ ଦିଲ୍ଲୀର ସାକେତ କୋର୍ଟରେ ହାଜର କରାଯାଇଥିଲା (judicial custody of accused Aftab Poonawalla)। ତେବେ ତାକୁ ୯ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି କୋର୍ଟ ।

ସୋମବାର (୨୮ ତାରିଖ) ଅଭିଯୁକ୍ତର ନାର୍କୋ ଟେଷ୍ଟ କରିପାରେ ପୋଲିସ । ଏଥିପାଇଁ ପୋଲିସ ଫରେନସିକ ଟିମ ସହଯୋଗରେ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା ଗ୍ରହଣ କରିବାରେ ଲାଗିଛି । ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଟିମକୁ ଅଫତାବ କ୍ରମାଗତ ଭ୍ରମିତ କରିବାରେ ଲାଗିଛି । ସେଥିପାଇଁ ପୋଲିସ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟରେ ଆବେଦନ କରି ଅନୁମତି ମଧ୍ୟ ପାଇଛି । ଟେଷ୍ଟ ପୂର୍ବରୁ ଅଭିଯୁକ୍ତର ରୁଟିନ ମେଡିକାଲ ଚେକଅପ କରିଛି ପୋଲିସ ।

ଅନ୍ଯପଟେ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯାଇ ପାରିନଥିବା ମଧ୍ୟ ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଶ୍ରଦ୍ଧାଙ୍କ ମୃତଦେହରୁ ମିଳିଥିବା DNA ନମୂନା ସହ ତାଙ୍କ ପିତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ଡିଏନଏ ନମୂନା ମେଳ ଖାଇଛି । ତେଣୁ ମିଳିଥିବା ମୃତଦେହର ଅଂଶବିଶେଷ ଶ୍ରଦ୍ଧାଙ୍କର ବୋଲି ସ୍ପଷ୍ଟ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.