ETV Bharat / bharat

Shraddha Murder Case: ସରିଲା ଅଫତାବର ନାର୍କୋ ଟେଷ୍ଟ, ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ - ଅଫତାବର ନାର୍କୋ ଟେଷ୍ଟ

ଶ୍ରଦ୍ଧା ହତ୍ୟାକାଣ୍ଡରେ ଶେଷ ହେଲା ଅଭିଯୁକ୍ତ ଅଫତାବ ପୁନାଓ୍ବାଲାର ନାର୍କୋ ଟେଷ୍ଟ । ପୂର୍ବାହ୍ନ 10 ରୁ ଆରମ୍ଭ ହୋଇ 12.30 ରେ ହେଲା ଶେଷ (Aaftabs narco test concludes) । ଦିଲ୍ଲୀ ପୋଲିସର ତଦନ୍ତକାରୀ ଟିମକୁ ରିପୋର୍ଟ ହସ୍ତାନ୍ତର କରିବ ଫୋରେନସିକ ଟିମ । ଅଧିକ ପଢନ୍ତୁ

Shraddha murder case: ସରିଲା ଅଫତାବର ନାର୍କୋ ଟେଷ୍ଟ

author img

By

Published : Dec 1, 2022, 5:21 PM IST

Updated : Dec 1, 2022, 11:07 PM IST

ହାଇଦ୍ରବାଦ: ବହୁଚର୍ଚ୍ଚତ ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଶେଷ ହେଲା ଅଭିଯୁକ୍ତ ଅଫତାବ ପୁନାଓ୍ବାଲାର ନାର୍କୋ ଟେଷ୍ଟ । ଏହି ଟେଷ୍ଟ କରାଇଥିବା ଫୋରେନସିକ ଟିମର ସୂଚନା ଅନୁସାରେ ଏହି ଟେଷ୍ଟ ସଫଳତାର ସହ ଶେଷ ହୋଇଛି (Aaftabs narco test concludes)। ଟେଷ୍ଟରେ ମିଳିଥିବା ଏକାଧିକ ତଥ୍ୟ ପୋଲିସର ତଦନ୍ତକାରୀ ଟିମକୁ ପ୍ରଦାନ କରାଯିବ ।

  • Narco test is conducted when all parameters are met, all parameters were met. If needed, a post-narco test is done. Investigation & process of narco is underway, we'll submit the report soon. Case has been taken up on priority: Asst Dir, Forensic Science Lab, Rohini,Sanjeev Gupta pic.twitter.com/AW2L2RSHiI

    — ANI (@ANI) December 1, 2022 " class="align-text-top noRightClick twitterSection" data=" ">

ଆଜି ପ୍ରାୟ ସକାଳ 8.30 ରେ ଅଭିଯୁକ୍ତ ଅଫତାବକୁ ଆମ୍ବେଦକର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପୂର୍ବରୁ ପରୀକ୍ଷା ସମ୍ପର୍କିତ ସମସ୍ତ ବ୍ୟବସ୍ଥା କରାଯାଇ ସାରିଥିଲା । ଦିଲ୍ଲୀ ପୋଲିସର ଅଧିକାରୀ ଓ ଫୋରନସିକ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ । ପୂର୍ବାହ୍ନ ପ୍ରାୟ 10 ରେ ନାର୍କୋ ଟେଷ୍ଟର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ ଅଢେଇ ଘଣ୍ଟା ଧରି ପରୀକ୍ଷା ଚାଲିିଥିବା ବେଳେ ଏହା 12.30 ରେ ଶେଷ ହୋଇଥିଲା (Aaftabs narco test concludes)। ପରେ ତାର ପୁନଃ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ଜେଲକୁ ପଠାଯାଇଛି ।

ଫୋରନସିକ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଟେଷ୍ଟ ସଫଳ ରହିଛି । ଯାହା ତଥ୍ୟ ହାସଲ କରାଯାଇଛି, ତାହାକୁ ଦିଲ୍ଲୀ ପୋଲିସର ତଦନ୍ତକାରୀ ଟିମକୁ ହସ୍ତାନ୍ତର କରିଦିଆଯିବ । ଜେରା ସମୟରେ ଅଭିଯୁକ୍ତ ବାରମ୍ବାର ମତ ବଦଳାଇ ପୋଲିସକୁ ଭ୍ରମିତ କରିବା ସହ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଥିବା ପୋଲିସ କୋର୍ଟଙ୍କୁ ଅବଗତ କରିଥିଲା । ଅଭିଯୁକ୍ତ ଠାରୁ ସଠିକ ତଥ୍ୟ ହାସଲ କରିବା ପାଇଁ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ପୋଲିସ କୋର୍ଟରେ ଆବେଦନ କରି ଅନୁମତି ମାଗିଥିଲା । କୋର୍ଟଙ୍କ ଅନୁମତି ମିଳିବା ପରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 1, 2022, 11:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.