ETV Bharat / bharat

Sharddha Murder Case: VC ଜରିଆରେ ସାକେତ କୋର୍ଟରେ ହାଜର ହେଲା ଅଫତାବ

author img

By

Published : Dec 9, 2022, 7:35 AM IST

Updated : Dec 9, 2022, 10:34 AM IST

ଭିଡିଓ କନଫରେସିଂ ଜରିଆରେ ସାକେତ କୋର୍ଟରେ ହାଜର ହେଲା ତିହାର ଜେଲରେ ସଜା କାଟୁଥିବା ଅଫତାବ । ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା(Shraddha murder case ) । ଆଜି(ଶୁକ୍ରବାର) ସାକେତ କୋର୍ଟରେ ହାଜର ହୋଇଛି ହତ୍ୟାକାରୀ ଅଫତାବ ପୁନଓ୍ବାଲା । କଡା ସୁରକ୍ଷା ମଧ୍ୟରେ ଆଜି ଅଫତାବକୁ କୋର୍ଟରେ ହାଜର କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷ ତୃତୀୟ ବାଟାଲିୟନକୁ ନିର୍ଦ୍ଦେଶ ଦେଇଥିଲେ । ଭିଡିଓ କନଫରେସିଂ ଯୋଗେ ଅଫତାବ କୋର୍ଟରେ ହାଜର ହୋଇଥିବା ବେଳେ ପଚରାଉଚରା ଜାରି ରହିଛି ।

ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ଅଫତାବ ପୁନାୱାଲାକୁ ଗିରଫ କରିଥିଲା ପୋଲିସ । ଗିରଫ ହେବା ଦିନ ଠାରୁ ପୋଲିସ ରିମାଣ୍ଡରେ ରହିଥିଲା ଅଭିଯୁକ୍ତ । ଏହାପରେ ଗତ ନଭେମ୍ବର ୨୬ ତାରିଖର ୧୩ ଦିନ ପାଇଁ ଅଫତାବକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ । ତିହାର ଜେଲରେ ଥିବା ସମୟରେ ସାହିତ୍ୟ ଉପନ୍ୟାସ ବହି ପଢିବାକୁ ନିବେଦନ କରିଥିଲା ଅଫତାବ । ପ୍ରସିଦ୍ଧ ଲେଖକ ପଲ ରୁକ୍ସଙ୍କ ରଚିତ ଦି ଗ୍ରେଟ ରେଲୱେ ବଜାର(The Great Railway Bazaar) ନୋବେଲ ପଢିବାକୁ ମାଗିଥିଲା । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିବା ସହ ଅଫତାବକୁ ନୋବେଲ ଯୋଗାଇ ଦେଇଥିଲେ ଜେଲ କର୍ତ୍ତୃପକ୍ଷ ।

ମିଳିଥିବା ସୂଚନା ଅନୁଯାୟୀ, ଏକ ଅନଲାଇନ ଡେଟିଂ ଆପ ଜରିଆରେ ପ୍ରଥମେ ପରସ୍ପର ସହ ପରିଚିତ ହୋଇଥିଲେ ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ଓ ଅଭିଯୁକ୍ତ ଅଫତାବ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଭିନ୍ନ ଧର୍ମର ହୋଇଥିବା କାରଣରୁ ପରିବାର ଲୋକେ ଏହାକୁ ବାରଣ କରିଥିଲେ । ପରେ ଉଭୟ ଦିଲ୍ଲୀର ମେହେରୁଲିରେ ଏକ ଭଡା ଆପାର୍ଟମେଣ୍ଟରେ ଲିଭ୍‌-ଇନ-ରିଲେସନସିପରେ ରହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ସମ୍ପୃକ୍ତ ଯୁବତୀ ବିବାହ ପାଇଁ ବାରମ୍ବାର ଅଭିଯୁକ୍ତ ଉପରେ ଚାପ ପକାଇଥିଲା । ଉଭୟଙ୍କ ମଧ୍ୟରେ ଏହି ଘଟଣାକୁ ବଚସା ହେବା ସହ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି ହିମାଚଳରେ କଂଗ୍ରେସ ବିଧାୟକଙ୍କ ବୈଠକ: ସ୍ଥିର ହେବେ ମୁଖ୍ୟମନ୍ତ୍ରୀ

ଗତ ମେ’ ମାସରେ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ନାଟକୀୟ ଭାବେ ଏକାଧିକ ବୀଭତ୍ସ କାଣ୍ଡ କରିବାକୁ ମଧ୍ୟ ପଛାଇ ନଥିଲା ଅଫତାବ । ଇଣ୍ଟରନେଟ ସହାୟତାରେ ମୃତଦେହକୁ କିପରି ବିନା ସନ୍ଦେହରେ ନଷ୍ଟ କରାଯାଇ ପାରିବ ତାହା ଶିଖିଥିଲା ଅଭିଯୁକ୍ତ । ମୃତଦେହକୁ ୩୫ଖଣ୍ଡ କରି କାଟିବା ପରେ ଏକ ଫ୍ରିଜରେ ରଖିଥିଲା । ପ୍ରତିଦିନ ମଧ୍ୟରାତ୍ରୀରେ ନିକଟରେ ଥିବା ଜଙ୍ଗଲରେ ମୃତଦେହର କିଛି କିଛି ଖଣ୍ଡ ଫିଙ୍ଗୁଥିଲା । ଶେଷରେ ହତ୍ୟାକାଣ୍ଡର ଦୀର୍ଘ ୫ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ବିଶେଷଜ୍ଞଙ୍କ ମତରେ ଏଭଳି ଅପରାଧ ପଛରେ ଅଧିକ କ୍ରୋଧ କିମ୍ବା ହିଂସକ ଅପରାଧର କାହାଣୀ ରହିଥାଏ ।

Last Updated : Dec 9, 2022, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.