ETV Bharat / bharat

ଏନସିପି ମୁଖ୍ୟ ଶରତ ପାୱାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଏନସିପି ମୁଖ୍ୟ ଶରତ ପାୱାରଙ୍କ ଷ୍ଟୋନ ଅପରେସନ ପରେ ସେ ଭଲ ଅଛନ୍ତି ବୋଲି କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ଯମନ୍ତ୍ରୀ ରାଜେଶ ଟୋପେ । ଅଧକ ପଢନ୍

author img

By

Published : Mar 31, 2021, 12:36 PM IST

ଶରତ ପାୱାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର
ଶରତ ପାୱାରଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ମୁମ୍ବାଇ: ଏନସିପି ମୁଖ୍ୟ ଶରତ ପାୱାରଙ୍କ ସ୍ବସ୍ଥ୍ୟବସ୍ଥା ସ୍ଥିର ରହିଛି । ଅପରେସନ ପରେ ସେ ଭଲ ଅଛନ୍ତି ବୋଲି କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ଯମନ୍ତ୍ରୀ ରାଜେଶ ଟୋପେ ।

ଶରତ ପାୱାର ଜୀଙ୍କ ଗାଲ୍ ବ୍ଲାଡରରେ ଷ୍ଟୋନ ଅପରେସନ ସଫଳତାର ସହିତ ଶେଷ ହୋଇଛି । ଏହା ଏଣ୍ଡେସ୍କୋପି ଦ୍ବାରା କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ହେଇଛନ୍ତି ରାଜେଶ ଟୋପେ ।

ପ୍ରଥମେ ଶରତ ପାୱାରଙ୍କର କିଛି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯିବାକୁ ସ୍ଥିର କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତଥାପି ସେ ଡାକ୍ତରଙ୍କ ନୀରିକ୍ଷଣରେ ରହିବେ ବୋଲି କହିଛନ୍ତି ଡାକ୍ତର ଅମିତ ମେଦେଓ ।

ଜାତୀୟ କଂଗ୍ରେସ ପାର୍ଟିର ମୁଖ୍ୟ ଶରତ ପାୱାର କିଛିଦନି ତଳେ ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ଡାଇଗ୍ନୋସିସ କରିବା ପରେ ଗାଲ୍ ବ୍ଲାଡରରେ ଷ୍ଟୋନ ହୋଇଥିବା ଜଣାପଡିଥିଲା । ଏହା ପରେ ସେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ଡାକ୍ତଖାନାରେ ଭର୍ତ୍ତି ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.