ETV Bharat / bharat

ଗୁଜୁରାଟରେ ବୁଡିଲା ପିକନିକ ବୋଟ: 12 ଛାତ୍ରଛାତ୍ରୀ ଓ 2 ଶିକ୍ଷକ ମୃତ, ଏକାଧିକ ନିଖୋଜ - Gujarat boat collapse news

Picnic boat overturns in Gujarat: ସ୍କୁଲ ପିଲାଙ୍କ ପିକନିକ ବେଳେ ବୁଡିଲା ବୋଟ । 12 ଛାତ୍ରଛାତ୍ରୀ ଓ 2 ଶିକ୍ଷକ ମୃତ । ନିଖୋଜଙ୍କୁ ଖୋଜିବା ପାଇଁ ଉଦ୍ଧାରକାର୍ଯ୍ୟରେ NDRF ସାମିଲ । ଅଧିକ ପଢନ୍ତୁ

ଗୁଜୁରାଟରେ ବୁଡିଲା ପିକନିକ ବୋଟ, ଏକାଧିକ ଛାତ୍ରଛାତ୍ରୀ ମୃତ ଆଶଙ୍କା

author img

By ETV Bharat Odisha Team

Published : Jan 18, 2024, 7:57 PM IST

Updated : Jan 19, 2024, 9:37 AM IST

ଗାନ୍ଧୀନଗର: ଗୁଜୁରାଟର ଭଦୋଦୋରାରେ ସ୍କୁଲ ପିଲାଙ୍କୁ ପିକନିକ ନେଇଯାଉଥିବା ଏକ ବୋଟ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଯାଇଛି । ଫଳରେ ବହୁ ଛାତ୍ରାଛାତ୍ରୀ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରୁ 14 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ 12 ଛାତ୍ରଛାତ୍ରୀ ଓ 2 ଜଣ ଶିକ୍ଷକ ଥିବା କୁହାଯାଉଛି । ଭଦୋଦରା ସହର ନିକଟବର୍ତ୍ତୀ ଏକ ହ୍ରଦରେ ଆଜି(ଗୁରୁବାର) ଅପରାହ୍ନରେ ଏହି ଅଘଟଣ ଘଟିଛି । ବୋଟରେ ପ୍ରାୟ 27 ଜଣ ଛାତ୍ରଛାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଛି । ଏବେ ମଧ୍ୟ ନିଖୋଜଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇନି । ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ ହ୍ରଦରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । କିଛି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ ଅନେକ ନିଖୋଜ ଥିବା ଜଣାପଡିଛି ।

ସୂଚନା ଅନୁସାରେ, ସ୍ଥାନୀୟ ଏକ ସ୍କୁଲରୁ ପ୍ରାୟ 27 ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଏକ ବୋଟରେ ଭଦଦୋରା ସହରର ଉପକଣ୍ଠରେ ଥିବା ହାରନି ହ୍ରଦକୁ ପିକନିକ ପାଇଁ ଯାଉଥିଲେ । କୌଣସି କାରଣରୁ ବୋଟଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗ ଓ ପରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ମଧ୍ୟ ଉଦ୍ଧାର ଅପରେସନ ସାମିଲ ହୋଇଥିଲା । କିଛି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇନଥିବା ବେଳେ ଏବେ ସୁଦ୍ଧା 14 ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ :- ସରକାରୀ ବଙ୍ଗଳା ଛାଡିବାକୁ ନାରାଜ ମହୁଆ, ଦିଲ୍ଲୀ ହାଇକୋର୍ଟର ହେଲେ ଦ୍ବାରସ୍ଥ

ଗୁଜୁରାଟ ଶିକ୍ଷାମନ୍ତ୍ରୀ କୁବେର ଦିନଦୋର କହିଛନ୍ତି, ଏବେ 14 ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ଏନଡିଆରଏଫ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଜିଲ୍ଲାଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଖୋଜଙ୍କୁ ଠାବ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ କେଉଁ କାରଣରୁ ବୋଟଟି ଦୁର୍ଘଟଣାର ଶିକାର ହେଲା ସେ ସମ୍ପର୍କରେ ମଧ୍ୟ ଜଣାପଡିନି । ମାତ୍ରାଧିକ ଯାତ୍ରୀ ଯାତ୍ରା କରିବା କିମ୍ବା ଯାନ୍ତ୍ରିକ ତ୍ରୁଟି ହିଁ ଦୁର୍ଘଟଣାର କାରଣ ବୋଲି ସନ୍ଦେହ କରାଯାଉଛି । ଉଦ୍ଧାର ଅପରେସନ ଶେଷ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ନେଇ ସ୍ଥାନୀୟ ଜିଲ୍ଲାଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2024, 9:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.