ETV Bharat / bharat

ଚଳନ୍ତା ବସରେ ନିଆଁ ଲାଗି 26 ଯାତ୍ରୀ ଜୀବନ୍ତ ଦଗ୍ଧ, ସହାୟତା ରାଶି ଘୋଷଣା କଲେ ସିନ୍ଦେ - ମହାରାଷ୍ଟ୍ରରେ ଅଭାବନୀୟ ଘଟଣା

ମହାରାଷ୍ଟ୍ର ବୁଲଧାନାରେ ଚଳନ୍ତା ବସରେ ନିଆଁ ଲାଗି 26 ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

several people charred to death
several people charred to death
author img

By

Published : Jul 1, 2023, 6:59 AM IST

Updated : Jul 1, 2023, 2:23 PM IST

several people charred to death

ମୁମ୍ବାଇ: ମହାରାଷ୍ଟ୍ରରେ ଦୁଃଖଦ ଘଟଣା । ଚଳନ୍ତା ବସରେ ନିଆଁ ଲାଗି 26 ଯାତ୍ରୀ ଜୀବନ୍ତ ଦଗ୍ଧ । ବୁଲଧାନାର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ ୱେରେ ଏହି ଦୁଃଖଦ ଘଟଣା ଘଟିଛି । ଯାତ୍ରୀବାହୀ ବସଟି ମହାରାଷ୍ଟ୍ରର ୟାଭାଟମାଲରୁ ପୁଣେ ଅଭିମୁଖେ ଯାଉଥିଲା । ଏଥିରେ 33 ଜଣ ଯାତ୍ରୀ ଥିଲେ । 26 ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ଅନ୍ୟ ସମସ୍ତେ ଆହତ ହୋଇଛନ୍ତି । 8 ଜଣ ଆହତଙ୍କୁ ବୁଲଧାନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ବସରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ 3 ଶିଶୁ ରହିଛନ୍ତି ।

ସହାୟତା ରାଶି ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ 5 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ମାଗଣା ଚିକିତ୍ସା କରାଯିବା ନେଇ କହିଛନ୍ତି ।

  • An ex-gratia of Rs. 2 lakh from PMNRF would be given to the next of kin of those who lost their lives in the bus mishap in Buldhana. Rs. 50,000 would be given to the injured: PM @narendramodi

    — PMO India (@PMOIndia) July 1, 2023 " class="align-text-top noRightClick twitterSection" data=" ">

ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲଧାନ ସହରରେ ଘଟିଥିବା ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ଓ ଆହତଙ୍କୁ 50 ହଜାର ଲେଖାଏଁ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ମହାରାଷ୍ଟ୍ରର ୟାଭାଟମାଲରୁ ପୁଣେ ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ । ମୋଟ 33 ଜଣ ଯାତ୍ରୀ ବସରେ ଯାତ୍ରା କରୁଥିଲେ । ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ବସଟି ପହଞ୍ଚିଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ବସ ଭିତରେ ଥିବା 26 ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତେ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରାଯାଇ ବୁଲଧାନା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ବୁଲଧାନା ପୋଲିସ ଡେପୁଟି ଏସପି ବାବୁରାଓ ମହାମୁନି କହିଛନ୍ତି,'' ବସରେ ମୋଟ 33 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସରେ ନିଆଁ ଲାଗିବାରୁ 26 ଜଣଙ୍କର ମୃତ୍ୟୁ ହୋଇଛି ଓ 8 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁଲଧାନ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ତଦନ୍ତ ଚାଲିଛି ।''ତେବେ ନିଆଁ ଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା 26 ମୃତକଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ । ପୋଲିସର ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଓ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Road Mishap: ନଦୀକୁ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୨ ଜୀବନ

ଏନେଇ ବଲଧାନା ଏସପି ସୁନୀଲ କାଣ୍ଡସେନା କହିଛନ୍ତି, ''ବସଟି ନାଗପୁରରୁ ପୁଣେ ଯାଉଥିବା ବେଳେ ବିଳମ୍ବିତ ରାତି ପ୍ରାୟ 1ଟା 30 ସମୟରେ ନିଆଁ ଲାଗିଯାଇଥିଲା । ଡ୍ରାଇଭରର କହିବା ମୁତାବକ ଟାୟାର ଫାଟିଯିବା ପରେ ବସରେ ନିଆଁ ଲାଗିଯାଇଥିଲା । ପରେ ଡିଜେଲ ଟାଙ୍କିରେ ନିଆଁରେ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 3ଜଣ ଶିଶୁ ରହିଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।''

Last Updated : Jul 1, 2023, 2:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.