ଲକ୍ଷ୍ନୌ: ଜମିଜମା ବିବାଦକୁ ନେଇ ଗଡିଲା ମୁଣ୍ଡ । ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ରୁଦ୍ରପୁର ଗ୍ରାମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ଏହା ମଧ୍ୟ ପଢନ୍ତୁ-ମଧ୍ୟପ୍ରଦେଶରେ ହନୁମାନ ମୂର୍ତ୍ତିକୁ ନେଇ ଗୋଷ୍ଠୀ ସଂଘର୍ଷ, 144 ଧାରା ଜାରି
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା । ଯାହା ଶେଷରେ ଉଗ୍ର ରୂପ ଧାରଣ କରିଥିଲା । ଦୁଇ ପରିବାର ମୁହାଁମୁହିଁ ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଛି । ପିଟିପିଟି ଛଅ ଜଣଙ୍କୁ ହତ୍ୟା କରାଯାଇଥିବା ଜଣା ପଡ଼ିଛି । ମୃତକଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଅଛନ୍ତି । ଦୀର୍ଘ ଦିନରୁ ଗ୍ରାମରେ ଜମିଜମା ବିବାଦ ଲାଗି ରହିଥିବା ପୋଲିସ କହିଛି । ଆଜି ସକାଳ ସମୟରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-ଇନଷ୍ଟାଗ୍ରାମ୍ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୧୪୪ ଧାରା ଲାଗୁ
ପୋଲିସର କହିବା ଅନୁଯାୟୀ, ରୁଦ୍ରପୁର ଗ୍ରାମରେ ପୂର୍ବତନ ପଞ୍ଚାୟତ ସଦସ୍ୟ ପ୍ରେମ ଯାଦବଙ୍କୁ ମାଡ଼ ମରା ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ଅନ୍ୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରୁ ପ୍ରକାଶ ଦୁବେଙ୍କୁ ହତ୍ୟା କରାଯାଇଥିଲା । ଅନ୍ୟ ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ରହିଥିବା ବେଳେ ଜଣେ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ତେଲେଙ୍ଗାନାରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ୩ ଆହତ
ଗତ ମେ' ମାସରେ ଇନ୍ଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ଓ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ଜଣକର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏଥିରେ ଦୁଇ ଜଣ ପୋଲିସ କର୍ମୀଙ୍କ ସମେତ ୮ ଜଣ ଆହତ ହୋଇଥିଲେ । ମହାରାଷ୍ଟ୍ର ଅକୋଲା ଅନ୍ତର୍ଗତ ସିଟି ପୋଲିସ ଷ୍ଟେସନ ନିକଟରେ ଏହି ହିଂସା ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଉଗ୍ର ରୂପ ଧାରଣ କରିବା ପରେ ପୋଲିସ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା ।