ETV Bharat / bharat

Sedition Charges: ପ୍ରଧାନମନ୍ତ୍ରୀ ମୋଦି ଓ କଙ୍ଗନାଙ୍କ ବିରୋଧରେ ମାମଲା ଦାୟର

author img

By

Published : Nov 23, 2021, 8:51 PM IST

ଅଭିନେତ୍ରୀ କଙ୍ଗନା ରଣାୱତ (Kangana Ranaut) ଏବଂ ପ୍ରଧାନମନ୍ତ୍ରୀ ମୋଦି (PM Modi)ଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ । ମାମଲା ଦାୟର କଲେ ଉତ୍ତରପ୍ରଦେଶ ଆଗ୍ରାର ଜଣେ ଆଇନଜୀବୀ । ନଭେମ୍ବର 25ରେ ହେବ ଶୁଣାଣି । ଅଧିକ ପଢନ୍ତୁ

PM ଓ କଙ୍ଗନାଙ୍କ ବିରୋଧରେ sedition charges
PM ଓ କଙ୍ଗନାଙ୍କ ବିରୋଧରେ sedition charges

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ମୋଦି (PM Modi)ଏବଂ ଅଭିନେତ୍ରୀ କଙ୍ଗନା ରଣାୱତ (Kangana Ranaut)ଙ୍କ ବିରୋଧରେ ଦାୟର ହେଲା ଦେଶଦ୍ରୋହ ମାମଲା(sedition charges) । ୧୯୪୭ ଦେଶକୁ ସ୍ବାଧୀନତା ଭିକରେ ମିଳିଥିବା ନେଇ କଙ୍ଗନାଙ୍କ ବିବାଦୀୟ ବୟାନ ପରେ ଏହି ଦେଶଦ୍ରୋହ ମାମଲା(sedition charges) ଦାୟର କରିଛନ୍ତି ଉତ୍ତରପ୍ରଦେଶ ଆଗ୍ରାର ଆଇନଜୀବୀ ରାମଶଙ୍କର ଶର୍ମା।

ଆବେଦନକାରୀ ଓକିଲ ରାମଶଙ୍କର ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, କଙ୍ଗନାଙ୍କ ଏପରି ବିବାଦୀୟ ତଥା ରାଷ୍ଟ୍ର ବିରୋଧୀ ବୟାନ ଫଳରେ ଦେଶବାସୀ ମାନସିକ ଭାବେ ଆଘାତ ପାଇବା ସହ ସମାଜରେ ଅରାଜକତା ଓ ବିଶୃଙ୍ଖଳା ବିସ୍ତାର କରୁଛି । ତେଣୁ ଏପରି ରାଷ୍ଟ୍ରବିରୋଧୀ ମନ୍ତବ୍ୟକୁ ରାଷ୍ଟ୍ରଦ୍ରୋହ ଦର୍ଶାଇ ସେ ଅଭିନେତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ପଦ୍ମଶ୍ରୀରେ ସମ୍ମାନିତ ହେବା ପରେ କଙ୍ଗନା ରଣାଓ୍ବତ ଦେଶର ସ୍ବାଧୀନତା ନେଇ ପ୍ରଶ୍ନ ଉଠାଇବା ସହ ୨୦୧୪ରେ ଦେଶକୁ ସ୍ବାଧୀନତା ମିଳିଥିଲା ବୋଲି କହିଥିଲେ । ସେହିପରି ୧୯୪୭ ରେ ଦେଶକୁ ଭିକ୍ଷାରେ ସ୍ବାଧୀନତା ମିଳିଥିବା ନେଇ ମଧ୍ୟ କହିବାକୁ ପଛାଇ ନଥିଲେ କଙ୍ଗନା । ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ବିଭିନ୍ନ ବିରୋଧୀ ଦଳ କଙ୍ଗନାଙ୍କ ସମେତ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଆଗ୍ରାର ଆଇନଜୀବୀ ରାମଶଙ୍କର ଶର୍ମା ନଭେମ୍ବର 17 ରେ କଙ୍ଗନା ରଣାୱତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କୋର୍ଟରେ ପିଟିସନ ଦାୟର କରିଥିଲେ ।

କଙ୍ଗନାଙ୍କ ଏପରି ମନ୍ତବ୍ୟ ଦେଶଭକ୍ତ, ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଦେଶପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କୁ ଅପମାନିତ କରିଛି ବୋଲି ଆଡଭୋକେଟ୍ ରାମଶଙ୍କର ଶର୍ମା ପିଟିସନରେ ଦର୍ଶାଇଛନ୍ତି । ସେହିପରି ଦେଶକୁ ଅପମାନିତ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ ଥିବା ମଧ୍ୟ ପିଟିସନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀ ଓକିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.