ETV Bharat / bharat

ଟ୍ରାକ୍ଟର ପରେଡ ହିଂସା: କ୍ଷମା ପ୍ରାର୍ଥନା କଲେ ଚାଷୀ ନେତା - ଟ୍ରାକ୍ଟର ପରେଡ ହିଂସା

ଚାଷୀଙ୍କ ଏହି ଟ୍ରାକ୍ଟର ପରେଡ ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଛି । ତେବେ ଏହି ହିଂସାକୁ କଡା ନିନ୍ଦା କରିଛି ମିଳିତ ଚାଷୀ ମୋର୍ଚ୍ଚା । ଅଧିକ ପଢନ୍ତୁ...

ଟ୍ରାକ୍ଟର ପରେଡ ହିଂସା: କ୍ଷମା ପ୍ରାର୍ଥନା କଲେ ଚାଷୀ ନେତା

author img

By

Published : Jan 26, 2021, 7:51 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି ବାହାର କରିଥିଲେ ଚାଷୀ । ଚାଷୀଙ୍କ ଏହି ଟ୍ରାକ୍ଟର ପରେଡ ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଛି । ତେବେ ଏହି ହିଂସାକୁ କଡା ନିନ୍ଦା କରିଛି ମିଳିତ ଚାଷୀ ମୋର୍ଚ୍ଚା ।

ଗତ 2 ମାସରୁ ଚାଲିଆସୁଥିବା ଚାଷୀ ଆନ୍ଦୋଳନ ଅଚାନକ ତୀବ୍ରତର ହୋଇଯାଇଛି । ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ପରେଡ ବାହାର କରିବା ପାଇଁ ଚାଷୀଙ୍କୁ ଅନୁମତି ଦେଇଥିଲା ଦିଲ୍ଲୀ ପୋଲିସ । ଏହି ସମୟରେ ଆଇଟିଓ, ଲାଲକିଲା, ନାଙ୍ଗଲୋଇ, ସିଂଘୁ, ଚିକରୀ ଏବଂ ଅନ୍ୟ ସ୍ଥାନରେ ହିଂସା ପ୍ରଦର୍ଶନ ପରେ ଚାଷୀଙ୍କ ମିଳିତ ମୋର୍ଚ୍ଚା ପକ୍ଷରୁ ଘଟଣାକୁ ନେଇ ବୟାନ ଜାରି କରାଯାଇଛି ।

ମିଳିତ ଚାଷୀ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ବୟାନରେ କୁହାଯାଇଛି ଯେ ଆଜି ଚାଷୀ ଟ୍ରାକ୍ଟର ପରେଡରେ ଅଂଶ ଗ୍ରହଣ କରିଥିବାରୁ କୃଷକମାନଙ୍କୁ ଧନ୍ୟବାଦ ଦେଉଛୁ, କିନ୍ତୁ ଆଜି ଘଟିଥିବା ଅବାଞ୍ଛିତ ତଥା ଗ୍ରହଣୀୟ ଘଟଣାକୁ ନିନ୍ଦା କରିବା ସହ ଏଥିରେ ଦୁଃଖିତ। ଯେଉଁମାନେ ଏହିପରି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନେ ଚାଷୀ ସଂଗଠନର ନୁହନ୍ତି ଓ ଏମାନଙ୍କର ଚାଷୀ ଚାଷୀ ଆନ୍ଦୋଳନରେ କୌଣସି ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି ଚାଷୀ ନେତା ।

ଚାଷୀ ସଂଗଠନର ଆମ ସମସ୍ତ ପ୍ରୟାସ ସତ୍ତ୍ବେ କିଛି ସଂଗଠନ ଓ ବ୍ୟକ୍ତି ଆଇନର ଉଲ୍ଲଂଘନ କରିଛନ୍ତି । ସେମାନଙ୍କ ଏହି ହିଂସା ପ୍ରଦର୍ଶନ ନିନ୍ଦନୀୟ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ଅସାମାଜିକ ତତ୍ତ୍ବ ପଶିଆସିଛି । ଆମେ ସର୍ବଦା ଗୁରୁତ୍ବ ଦେଉ ଯେ ଶାନ୍ତି ଆମର ସବୁଠୁ ବଡ ଶକ୍ତି । ତେବେ ଏହାର ଉଲ୍ଲଂଘନ ଯୋଗୁଁ ଆନ୍ଦୋଳନକୁ କ୍ଷତି ପହଞ୍ଚିବ ବୋଲି କହିଛି ମିଳିତ ଚାଷୀ ମୋର୍ଚ୍ଚା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.