ETV Bharat / bharat

Russia Tests New Sarmat Missile: ପୁଟିନଙ୍କ ସିଧା ଚେତାବନୀ, ଧମକ ଦେବା ପୂର୍ବରୁ 2ଥର ଭାବ - ପୁଟିନଙ୍କ ଚେତାବନୀ

ସରମାଟ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମସାଇଲ ସଫଳତାର ସହ ପରୀକ୍ଷଣ କଲା ଋଷ । ପୁଟିନ କହିଲେ କ୍ରେମଲିନଙ୍କୁ ଧମକ ଦେବା ପୂର୍ବରୁ ଶତ୍ରୁଙ୍କୁ ଦୁଇ ଥର ଭାବିବା ଉଚିତ । ଅଧିକ ପଢନ୍ତୁ

Russia Tests New Missile: ପୁଟିନଙ୍କ ସିଧା ଚେତାବନୀ, ଧମକ ଦେବା ପୂର୍ବରୁ 2ଥର ଭାବ

author img

By

Published : Apr 20, 2022, 10:13 PM IST

ମସ୍କୋ: ଜାରି ରହିଥିବା ଯୁଦ୍ଧ ଓ ବଶ୍ବ ସମୂଦାୟର ତମାମ କଟକଣା ସତ୍ତ୍ବେ ମଧ୍ୟ ପଛକୁ ହଟୁନି ଋଷ । ଆଜି ଆଉ ଏକ ଅତ୍ୟାଧୁନିକ କ୍ଷେପାଣାସ୍ତ୍ର ‘ସରମାଟ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମସାଇଲ (Sarmat intercontinental ballistic missile) ସଫଳତାର ସହ ପରୀକ୍ଷଣ କରିଛି ଋଷ । ପରୀକ୍ଷଣ ସଫଳ ହୋଇଥିବା ନିଜେ ରାଷ୍ଟ୍ରପତି ପୁଟିନ ଘୋଷଣା କରିବା ଭିନ୍ନ ଢଙ୍ଗରେ ବିରୋଧୀ ଓ ଶତ୍ରୁଙ୍କୁ କଡା ଚେତାବନୀ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି ।

  • President Putin says Russia has successfully tested Sarmat intercontinental ballistic missile, will make Kremlin's enemies 'think twice': AFP News Agency

    — ANI (@ANI) April 20, 2022 " class="align-text-top noRightClick twitterSection" data=" ">

ପରୀକ୍ଷଣର ସଫଳତା ନେଇ ପୁଟିନ କହିଛନ୍ତି, ଏହି ନୂତନ କ୍ଷେପଣାସ୍ତ୍ର ଆଣବିକ ଅସ୍ତ୍ର ସହ ଦୂରଗାମୀ ଉତକ୍ଷେପଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଋଷକୁ ଧମକ ଦେଉଥିବା ବା ଋଷର ସୁରକ୍ଷା ପ୍ରତି ଆହ୍ବାନ ସୃଷ୍ଟି କରୁଥିବା ରାଷ୍ଟ୍ରମାନେ ଦୁଇ ଥର ଭାବିବା ଉଚିତ । ଫେବୃଆରୀ 24ରେ ଋଷ ୟୁକ୍ରେନରେ ସ୍ବତନ୍ତ୍ର ସାମରିକ ଅଭିଯାନ ଆରମ୍ଭ କରିିଥିଲା । ୟୁକ୍ରେନ ଉପରେ ଏକାଧିକ ମିସାଇଲ ମାଡ କରି ବ୍ୟାପକ କ୍ଷୟକ୍ଷତି କରିସାରିଛି ଋଷ । ପରେ ବିଶ୍ବ ସମୂଦାୟ ଋଷ ଉପରେ ଏକାଧିକ କଟକଣା ଲାଗୁ କରିବା ସହ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଆସୁଛନ୍ତି ।

ଜାତିସଂଘ, ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ ସମେତ ତମାମ ଅନ୍ତର୍ଜାତୀୟ ଶୀର୍ଷ ସଂଗଠନର ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭ୍ରୁକ୍ଷେପ କରି ଯୁଦ୍ଧ ଜାରି ରଖିଛି ଋଷ । ୟୁକ୍ରେନକୁ ସହଯୋଗ କରି ଯୁଦ୍ଧକୁ ବଢାଇବାକୁ ଚାହୁଁଥିବା ରାଷ୍ଟ୍ରମାନଙ୍କୁ ଋଷ ମଧ୍ୟ ଏକାଧିକ ଥର ଚେତାବନୀ ଦେଇସାରିଥିବା ବେଳେ ଆଜି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହେବା ପରେ ପୁଟିନ ମଧ୍ୟ ସିଧା ଚେତାବନୀ ଦେବାକୁ ପଛାଇ ନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.