ETV Bharat / bharat

Sputnik-V ପ୍ରସ୍ତୁତ ଲାଗି ଟେକ୍ନୋଲୋଜି ଯୋଗାଇବ ଋଷିଆ

author img

By

Published : Jun 7, 2021, 8:47 AM IST

Sputnik-V ଟିକାର ପ୍ରସ୍ତୁତ ଲାଗି ଋଷିଆ ଟେକ୍ନୋଲୋଜି ଯୋଗାଇବ ବୋଲି ରାଷ୍ଟ୍ରପତି ପୁଟିନ କହିଛନ୍ତି । ଅଧିକ ପଢନ୍ତୁ...

Sputnik-V ପ୍ରସ୍ତୁତ ଲାଗି ଟେକ୍ନୋଲୋଜି ଯୋଗାଇବ ଋଷିଆ
Sputnik-V ପ୍ରସ୍ତୁତ ଲାଗି ଟେକ୍ନୋଲୋଜି ଯୋଗାଇବ ଋଷିଆ

ନୂଆଦିଲ୍ଲୀ: ଋଷିଆ କୋରୋନା ମହାମାରୀ ବିରୋଧରେ ନିଜର ସ୍ବଦେଶୀ ଟିକା ସ୍ପୁଟନିକ-ଭି ପ୍ରସ୍ତୁତ କରିବା ପାଇଁ ଯୋଗାଇବ ଟେକ୍ନୋଲୋଜି । ଋଷିଆ ଏକମାତ୍ର ରାଷ୍ଟ୍ର ଭାବେ ନିଜ ସ୍ବଦେଶୀ ଟିକା ପ୍ରସ୍ତୁତ ବ୍ୟବହାର କରୁଥିବା ଟେକ୍ନୋଲୋଜି ଯୋଗାଇବାକୁ ରାଜି ହୋଇଛି । ତେବେ ଭାରତର ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଋଷର ଏହି ଟିକା ‘ସ୍ପୁଟନିକ ଭି’କୁ ତିଆରି କରିବ । ଏଥିଲାଗି DCGI ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (SII)କୁ ଅନୁମତି ଦେଇଛନ୍ତି ।

ଋଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଶନିବାର ଟେକ୍ନୋଲୋଜି ଯୋଗାଇବେ ବୋଲି ସୂଚନା ଦେଇଛନ୍ତି । ଋଷ ଟେକ୍ନୋଲୋଜି ଯୋଗାଇବା ସହିତ ଟିକା ମଧ୍ୟ ଯୋଗାଇବ । ଋଷ ପ୍ରାୟ 66ଟି ଅନ୍ୟ ରାଷ୍ଟ୍ରକୁ ଟିକା ଯୋଗାଇ ସାରିଛି । ଭାରତରେ Panacea ବାୟୋଟେକ ଋଷିଆନ ସୋଭେରିନ ୱେଲଥ ଫଣ୍ଡ RDIF ସହିତ ମିଶି ଭାରତରେ ସ୍ପୁଟନିକ-ଭି ଟିକାର ଉତ୍ପାଦନ ଆରମ୍ଭ କରିଦେଇଛି । ସ୍ପୁଟନିକ ଭି ଟିକା ପ୍ରଭାବକୁ ନେଇ ହୋଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଋଷର ରାଷ୍ଟ୍ରପତି କହିଥିଲେ ଯେ ୟୁରୋପରେ ଏହି ଟିକା ପଞ୍ଜିକରଣରେ ବିଳମ୍ବ ହେଉଛି। ତେବେ ଏହା ପଛରେ ପ୍ରତିଯୋଗିତା ସହିତ ବ୍ୟବସାୟିକ ସ୍ବାର୍ଥ ରହିଛି ବୋଲି ସେ କହିଛନ୍ତି ।

ପୁଟିନ ଏହି ମନ୍ତବ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଦେଇଥିବା ବେଳେ ବୈଠକରେ ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆ, ଆସୋସିଏଟେଡ୍ ପ୍ରେସ ଏବଂ ରଏଟର୍ସ ସମେତ ପ୍ରମୁଖ ଆନ୍ତର୍ଜାତୀୟ ସମ୍ବାଦ ଏଜେନ୍ସିର ବରିଷ୍ଠ ସମ୍ପାଦକଙ୍କ ଉପସ୍ଥିତ ଥିଲେ । ସ୍ପୁଟନିକ-ଭି 66ଟି ଦେଶରେ ବିକ୍ରି କରାଯାଉଥିବା ବେଳେ ଏଥିଲାଗି ବଜାରରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ତେବେ ବ୍ୟବସାୟିକ ସ୍ବାର୍ଥ ଦୃଷ୍ଟିରୁ ସ୍ପୁଟନିକ-ଭିର ପ୍ରଭାବକୁ ନେଇ ପ୍ରଶ୍ନ ଉଠିଛି ବୋଲି ପୁଟିନ କହିଛନ୍ତି । କୋରୋନା ମହାମାରୀ ଭାଇରସର ଉତ୍ପତ୍ତି ସମ୍ପର୍କରେ ପୁଟିନ କହିଛନ୍ତି ଯେ ଖବର ଅନୁସାରେ ଚୀନର ଉହାନ ଲାବ୍ରୋଟୋରୀରୁ ଭାଇରସର ସୃଷ୍ଟି ହୋଇଛି । ଯାହାକି ଏସିଆ ମହାଦେଶର ରାଷ୍ଟ୍ରଗୁଡିକ ମୃତ୍ୟୁ ବିଭୀଷିକା ରଚିବାର ମୁଖ୍ୟ କାରଣ ସାଜିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.