ETV Bharat / bharat

ତେଲେଙ୍ଗାନା: ରେବନ୍ତ ରେଡ୍ଡୀଙ୍କ ଶପଥ ନେଇ ସସପେନ୍ସ ଜାରି, ଏବେ ବି ବିଧାୟକ ଦଳ ନେତା ଚୟନ ବାକି - ତେଲେଙ୍ଗାନା ବିଧାନସଭା ନିର୍ବାଚନ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରଦେଶ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ ନା ଆଉ କିଏ । ଚର୍ଚ୍ଚା ଓ ସସପେନ୍ସ ଜାରି । ବିଚାରବିମର୍ଶ ଜାରି ରଖିଛି ଦଳ । ଅଧିକ ପଢନ୍ତୁ

ତେଲେଙ୍ଗାନା: ରେବନ୍ତ ରେଡ୍ଡୀଙ୍କ ଶପଥକୁୁ ନେଇ ଚର୍ଚ୍ଚା ଜାରି

author img

By ETV Bharat Odisha Team

Published : Dec 4, 2023, 4:25 PM IST

Updated : Dec 4, 2023, 8:37 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଜନାଦେଶ କଂଗ୍ରେସ ସପକ୍ଷରେ ଯିବା ପରେ ଦଳର ପ୍ରଦେଶ ଅଧ୍ୟକ୍ଷ ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ନେଇ ଗତକାଲିଠାରୁ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଫଳାଫଳ ପ୍ରକାଶ ପାଇବାର ମାତ୍ର 24 ଘଣ୍ଟା ନପୁରୁଣୁ ଆଜି ସଂଧ୍ୟାରେ ରେବନ୍ତ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ଚର୍ଚ୍ଚା ହୋଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ 24 ଘଣ୍ଟା ମଧ୍ୟରେ ସମସ୍ତ ପ୍ରାକ-ଜନାଦେଶ ପ୍ରକ୍ରିୟା ଶେଷ କରି ଶପଥ ଗ୍ରହଣ ଗ୍ରହଣ କରିବା ବାସ୍ତବିକ ଅସମ୍ଭବ ଲାଗୁଥିଲା ବେଳେ ଆଜି ସେପରି କିଛି ନିଷ୍କର୍ଷରେ କଂଗ୍ରେସ ମଧ୍ୟ ପହଞ୍ଚି ପାରିନି । ରେବନ୍ତଙ୍କ ବିରୋଧରେ ଦଳର କେହି ହେଭିଓ୍ବେଟ ନେତା ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବୀ ତାଲିକାରେ ପ୍ରାୟତଃ ନାହାନ୍ତି । ମାତ୍ର ଏବେ ସୁଦ୍ଧା ମଧ୍ୟ ରେବନ୍ତଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇନି ।

ରେବନ୍ତ ଏବେ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଅଧ୍ୟକ୍ଷ ରହିଛନ୍ତି । ତାଙ୍କ ନେତୃତ୍ବରେ ଦଳ ଚଳିତ ବିଧାନସଭା ନିର୍ବାଚନ ଲଢି ଐତିହାସିକ ବହୁମତ ହାସଲ କରିଛି । କଂଗ୍ରେସ ମୋଟ 119 ଆସନରୁ 64 ଆସନରେ ବିଜୟ ଲାଭ କରି କ୍ଷମତାକୁ ଆସିଛି । ତେଲେଙ୍ଗାନା ଗଠନ ହେବା ପରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ କେସିଆର । ଏବେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଗାଦି ପାଇଁ ରେବନ୍ତଙ୍କ ନାମ ଫଳାଫଳ ଆସିବା ପରଠାରୁ ଆଗରେ ରହିଛି ।

ଆଜି ସଂଧ୍ୟାରେ ତେଲେଙ୍ଗାନା ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ହେବାକୁ ଯାଉଥିବା କୌଣସି ସୂତ୍ରରୁ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏଥିରେ ରେବନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ଅନ୍ୟ କେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିଲା । ହେଲେ ପରେ ସେପିରି କିଛି କାର୍ଯ୍ୟକ୍ରମ ନଥିବା ଜଣାପଡିଥିଲା । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ନବନିର୍ବାଚିତ ବିଧାୟକଙ୍କର ମତାମତ ଗ୍ରହଣ କରାଯାଉଛି । ବର୍ତ୍ତମାନ ସୁଦ୍ଧା ବିଧାୟକ ଦଳ ନେତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇନି । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ସେ ହିଁ ମୁଖ୍ୟମନ୍ତ୍ରୀ ପଦରୁ ସସପେନ୍ସ ହଟିବ ।

ରେବନ୍ତ ରେଡ୍ଡୀଙ୍କ ରାଜନୈତିକ ଜୀବନ :-

୧୯୬୯ ନଭେମ୍ବର ୮ ତାରିଖରେ ମେହେବୁବନଗର କୋଣ୍ଡାରେଡ୍ଡିରେ ଜନ୍ମଗ୍ରହଣ କରିଥିଲେ ଅନୁମୁଲା ରେବନ୍ତ ରେଡ୍ଡୀ । ଓସମାନିଆ ବିଶ୍ବବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥଲେ ରେବନ୍ତ । ଛାତ୍ରଜୀବନରୁ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ରୁ ରାଜନୀତି ଆରମ୍ଭ କରିଥିଲେ । ପରେ ସେ ତେଲୁଗୁ ଦେଶମ ପାର୍ଟି (TDP)ରେ ଯୋଗଦେବା ସହ ସକ୍ରିୟ ରାଜନୀତିରେ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ :-ଜେପିଏମ ଦଖଲରେ ମିଜୋରାମ, ସରକାର ଗଢିବ ଦଳ

ରେବନ୍ତ ୩ ଥର ବିଧାୟକ ଏବଂ ଥରେ ସାଂସଦ ହୋଇଛନ୍ତି ରେବନ୍ତ । ୨୦୦୯ ଏବଂ ୨୦୧୪ରେ ଟିଡିପି ଟିକେଟରେ କୋଣ୍ଡାଙ୍ଗଲ ବିଧାନସଭା ଆସନରୁ ସେ ବିଜୟୀ ହୋଇଥିଲେ । ୨୦୧୭ ଅକ୍ଟୋବରରେ ଟିଡିପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବା ସହ ଚଳିତ ଥର ତାଙ୍କ ନେତୃତ୍ବରେ ଦଳ ବହୁମତ ମଧ୍ୟ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 4, 2023, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.