ETV Bharat / bharat

Adani-Hindenburg Row: ଆଦାନୀଙ୍କ ଆଇନଗତ ଯୁଦ୍ଧ ଆରମ୍ଭ, ହାୟାର କଲେ ଦାମୀ ଲ' କମ୍ପାନୀ

author img

By

Published : Feb 10, 2023, 6:16 PM IST

ହିଣ୍ଡେନବର୍ଗ ରିପୋର୍ଟ ପାଇଁ ଆର୍ଥିକ ଓ ବ୍ୟକ୍ତିଗତ କ୍ଷତି ସହିଥିବା ଗୌତମ ଆଦାନୀ ଆରମ୍ଭ କରିଛନ୍ତି ଆଇନଗତ ଯୁଦ୍ଧ । ରିପୋର୍ଟକୁ ମିଥ୍ୟା ପ୍ରମାଣିତ କରିବା ଲାଗି ଆଦାନୀ ଆମେରିକାର ଏକ ଦାମି ଲ' କମ୍ପାନୀକୁ ହାୟାର କରିଛନ୍ତି । ଅଧିକ ପଢନ୍ତୁ

Adani Group
Adani Group

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ସମ୍ପୂର୍ଣ୍ଣ ଭାବେ ଦୋହଲିଯାଇଛି । କମ୍ପାନୀର କ୍ରମାଗତ ଭାବେ ସେୟାର ହ୍ରାସ ପାଇଥିବା ବେଳେ ଧନୀ ତାଲିକାରୁ ମଧ୍ୟ ବହୁ ତଳକୁ ଖସିଛନ୍ତି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ହିଣ୍ଡେନବର୍ଗ ରିପୋର୍ଟରେ ଆଦାନୀ ଗ୍ରୁପ ଜାଲିଆତି କରିଥିବା ଉଲ୍ଲେଖ ହୋଇଥିବା ବେଳେ ଏବେ ପାଲଟା ଜବାବ ଦେଇଛନ୍ତି ଆଦାନୀ । ଆଇନଗତ ଯୁଦ୍ଧ କରିବା ଲାଗି ସେ ପ୍ରସ୍ତୁତ ହୋଇ ଆମେରିକାର ସବୁଠାରୁ ଦାମି ଲ' କମ୍ପାନୀ ଫର୍ମ ୱାଚଚେଲକୁ ହାୟାର କରିଛନ୍ତି ।

ଏବେ ଆଦାନୀ ହିଣ୍ଡେନବର୍ଗର ପ୍ରତିଷ୍ଠାତା ନାଥନ ଏଣ୍ଡରସେନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁସାରେ, ଆଦାନୀ ଆମେରିକା ଲିଗାଲ ଫର୍ମ ୱାଚଟେଲକୁ ହାୟାର କରିଛନ୍ତି । ସୂଚନା ଥାଉ କି ଏହି କମ୍ପାନୀ ଚର୍ଚ୍ଚିତ ଓ ବିବାଦୀୟ ମାମଲାର ଆଇନଗତ ଲଢେଇ ଲାଗି ବେଶ ଖ୍ୟାତି ଅର୍ଜନ କରିଛି । ଆଦାନୀ ଗ୍ରୁପ ଆମେରିକାର ଏହି ଦାମି ଆଇନ କମ୍ପାନୀ ୱାଚଟେଲ ସହିତ ଯୋଗାଯୋଗ କରିଥିବା ଜଣାପଡ଼ିଛି । ଆଦାନୀ ଗ୍ରୁପ ଲାଗି ୱାଚଟେଲ ବିଶେଷ କରି ନିୟାମକ, ଆଇନଗତ, ଲୋକମାନଙ୍କ ମଧ୍ୟରେ ସମନ୍ବୟ ରଖିବା ଦିଗରେ କାର୍ଯ୍ୟ କରିବ ।

ଟ୍ବିଟରର ୪୪ ବିଲିୟନ ଡଲାରର ଅଧିଗ୍ରହଣ ଲାଗି ହୋଇଥିବା ଆଇନଗତ ଲଢେଇରେ ୱାଚଟେଲ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଅନ୍ୟ ଏକ ରିପୋର୍ଟ ଅନୁସାରେ ନିକଟରେ ଆଦାନୀ ଗ୍ରୁପ ନ୍ୟୁୟର୍କର Watchtell, Lipton, Rosen ଓ Katz ସହିତ ଯୋଗାଯୋଗ କରିଥିଲା । ହିଣ୍ଡେନବର୍ଗ ରିପୋର୍ଟରେ କମ୍ପାନୀ ବିରୋଧରେ ହୋଇଥିବା ଅଭିଯୋଗର ସ୍ପଷ୍ଟତା ଦେବା ସହିତ ସମସ୍ୟାର ସମାଧାନ କରିବା ଲାଗି ଏହି ଆଇନଗତ କମ୍ପାନୀର ବରିଷ୍ଠ ଆଇନଜୀବୀଙ୍କ ସହିତ ଆଲୋଚନାକ କରିଥିଲା ।

ଏହା ବି ପଢନ୍ତୁ- Top 20 Billionaire List: ବିଶ୍ୱର ଟପ୍-20 ଧନୀ ତାଲିକାରୁ ବାଦ ପଡିଲେ ଆଦାନୀ

ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ ଉପରେ ସବୁଠୁ ବଡ଼ କର୍ପୋରେଟ ସଙ୍କଟ ପଡ଼ିଛି । ଏହି ସମସ୍ୟାର ସମାଧାନ କରିବା ଲାଗି ଆଦାନୀ ଗ୍ରୁପ ଆମେରିକାର ପ୍ରସିଦ୍ଧ ଆଇନଜୀବୀଙ୍କ ସହିତ ଯୋଗାଯୋଗ କରୁଛି । ହିଣ୍ଡେନବର୍ଗ ବିରୋଧରେ ଆଦାନୀ ଗ୍ରୁପ ଆଇନଗତ ଯୁଦ୍ଧ ଆରମ୍ଭ କରିଛି । ଏଠାରେ ସୂଚନା ଥାଉ କି ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଯାଇଛି ଯେ ଆଦାନୀ ଗ୍ରୁପ ଦଶନ୍ଧି ଧରି ସେୟାର ବଜାରରେ ହେରଫେର କରୁଛି । ଆଦାନୀ ଗ୍ରୁପ ୨୦ହଜାର କୋଟି FPO ଋଣ ଆଣିବାର ଠିକ ପୂର୍ବରୁ ଅର୍ଥାତ ଜାନୁଆରୀ ୨୫ ତାରିଖରେ ପ୍ରକାଶ ପାଇଥିଲା ।

ଏହାପରେ ଆଦାନୀ ଗ୍ରୁପ ଏହି ଲୋନକୁ ରଦ୍ଦ କରିଥିଲା । ଏହାପରେ କମ୍ପାନୀର ସେୟାର ହଠାତ ଦ୍ରୁତଗତିରେ ହ୍ରାସ ପାଇଥିଲା । କମ୍ପାନୀ ପ୍ରବଳ ଆର୍ଥିକ କ୍ଷତି ସହିବା ସହ ତାଙ୍କ ସମ୍ପତ୍ତି ପରିମାଣ ମଧ୍ୟ କମିଛି । ଗୌତମ ଆଦାନୀ ବିଶ୍ବର ୩ୟ ଧନୀରୁ ଖସି ଟପ୍‌-୨୦ ତାଲିକାରୁ ମଧ୍ୟ ବାଦ ପଡିଛନ୍ତି । ଏବେ ଆଦାନୀ ଗ୍ରୁପ ଏହି ରିପୋର୍ଟକୁ ମିଥ୍ୟା ପ୍ରମାଣିତ କରିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅନ୍ୟପଟେ ହିଣ୍ଡେନବର୍ଗ ରିସର୍ଚ୍ଚ ହେଉଛି ଏପରି ଏକ କମ୍ପାନୀ ଯାହାକି ଆର୍ଥିକ ଗବେଷଣା କରିଥାଏ । ୨୦୧୭ରୁ କମ୍ପାନୀ ଏହି କାର୍ଯ୍ୟ କରିଆସୁଛି । କର୍ପୋରେଟ ଜଗତର ଗତିବିଧି ଉପରେ ଏହା ନଜର ରଖିଥାଏ । ସେୟାର ବଜାରର ଇକ୍ବିଟି, କ୍ରେଡିଟ ଆଦିର ଗବେଷଣା କରିଥାଏ କମ୍ପାନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.