ହାଇଦ୍ରାବାଦ: ଆସନ୍ତା ୨୯ ମାର୍ଚ୍ଚ ୨୦୨୫ରେ ଏକ ବଡ଼ ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିବାକୁ ଯାଉଛି । ଯାହା ଜ୍ୟୋତିଷଶାସ୍ତ୍ର ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ, ନ୍ୟାୟ ଏବଂ କର୍ମର ଭଗବାନ ଶନିଦେବ ରାଶି ପରିବର୍ତ୍ତନ କରିବେ । କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ ଶନିଦେବ । ଏହି ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିଷ ଘଟଣା ହେବ । ଯାହା ସମସ୍ତ ୧୨ଟି ରାଶିକୁ ଭିନ୍ନ ଭିନ୍ନ ଭାବରେ ପ୍ରଭାବିତ କରିବ । ତେବେ ଏହିଦିନ କେବଳ ଶନିଦେବ ରାଶି ପରିବର୍ତ୍ତନ କରିବେ ତାହା ନୁହେଁ ବରଂ ଏହି ଦିନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିବାକୁ ଯାଇଛି । ଯାହ ହେଉଛି ୨୦୨୫ ବର୍ଷର ପ୍ରଥମ 'ସୂର୍ଯ୍ୟପରାଗ'।
ଶନିଙ୍କ ଗୋଚର ଏବଂ ସୂର୍ଯ୍ୟପରାଗ ସମୟ:
ଦିଲ୍ଲୀର ଜ୍ୟୋତିଷ ପଣ୍ଡିତ ଆଦିତ୍ୟ ଝାଙ୍କ କହିବା ଅନୁସାରେ, ଶନି ୨୯ ମାର୍ଚ୍ଚ ରାତି ୧୦.୦୭ରେ ମୀନ ରାଶିରେ ପ୍ରବେଶ କରିବେ । ସେପଟେ ଭାରତୀୟ ସମୟ ଅନୁଯାୟୀ, ଆଂଶିକ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚ ଅପରାହ୍ନ ୨.୨୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୧୩ରେ ଶେଷ ହେବ । ଏହି ବିରଳ ସଂଯୋଗରେ, ଶନିଙ୍କ ରାଶି ପରିବର୍ତ୍ତନ ଏବଂ ସୂର୍ଯ୍ୟପରାଗ ଗୋଟିଏ ଦିନରେ ପଡୁଛି ।
ଏହି ରାଶି ଉପରକୁ ଆସିପାରେ ବିପଦ:
- ମୀନ ରାଶି ଉପରେ ସବୁଠାରୁ ଅଧିକ ପ୍ରଭାବ:
ଜ୍ୟୋତିଷଙ୍କ କହିବା ଅନୁସାରେ, ମୀନ ରାଶିର ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପୁରୁଣା ରୋଗ ପୁନର୍ବାର ଦେଖାଦେଇପାରେ । କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ । ଚାକିରି ପରିବର୍ତ୍ତନ କିମ୍ବା ଚାପର ସମ୍ଭାବନା ରହିଛି । ଏହି ସମୟରେ କୌଣସି ନୂତନ ନିବେଶ କରିବାରୁ ଦୂରେଇ ରହିବା ଉଚିତ । ଟଙ୍କା ସମ୍ବନ୍ଧୀୟ ମାମଲାରେ ମନ ଅସ୍ଥିର ରହିପାରେ।
- ମେଷ ରାଶି ଉପରେ ସୂର୍ଯ୍ୟ ପରାଗ ପ୍ରଭାବ:
ସୂର୍ଯ୍ୟ ପରାଗ ଯୋଗୁଁ, ଏହି ସମୟ ମେଷ ରାଶିର ଲୋକଙ୍କ ପାଇଁ ମଧ୍ୟ କଷ୍ଟରେ ପରିପୂର୍ଣ୍ଣ ହୋଇପାରେ । ଜ୍ୟୋତିଷଙ୍କ ମତରେ, ମେଷ ରାଶିର ବ୍ୟକ୍ତି କାମରେ ବିଫଳତା, ଆର୍ଥିକ କ୍ଷତି, ଚାକିରିରେ ସମସ୍ୟା, ବ୍ୟବସାୟରେ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ନକାରାତ୍ମକ ଚିନ୍ତାଧାରା ମନକୁ ଅସ୍ଥିର କରିପାରେ ।
- କୁମ୍ଭ ରାଶି ପାଇଁ ବିଶେଷ ସତର୍କତା:
କୁମ୍ଭ ରାଶିର ଲୋକଙ୍କୁ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଆର୍ଥିକ କ୍ଷତି ହୋଇପାରେ, କାମରେ ବାଧା ସୃଷ୍ଟି ହୋଇପାରେ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଏହି ସମୟରେ ଆପଣଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଆପଣଙ୍କ କାମ ନଷ୍ଟ ହୋଇପାରେ । ପରାଗ ଦୋଷର ଅଶୁଭ ପ୍ରଭାବ କ୍ଷତି ପହଞ୍ଚାଇପାରେ ।
ଏହା ମଧ୍ୟ ପଢ଼ନ୍ତୁ...ଶନିଦେବଙ୍କ ରାଶି ପରିବର୍ତ୍ତନ: 3 ରାଶିର ବ୍ୟକ୍ତିଙ୍କୁ ମିଳିବ ସବୁ କ୍ଷେତ୍ରରେ ସଫଳତା ଏହା ମଧ୍ୟ ପଢ଼ନ୍ତୁ...ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: କେଉଁ ରାଶି ଉପରେ କିପରି ପ୍ରଭାବ ପଡ଼ିବ, ଜାଣନ୍ତୁ |
କ'ଣ କରିବେ?
- ଏହି ସମୟରେ, ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ଧ୍ୟାନ ଏବଂ ଯୋଗ ଅଭ୍ୟାସ କରନ୍ତୁ ।
- ଈଶ୍ବରଙ୍କ ଧ୍ୟାନ ଏବଂ ଧାର୍ମିକ କାର୍ଯ୍ୟରେ ଲିପ୍ତ ହେବା ଦ୍ୱାରା ମନ ଶାନ୍ତ ରହିବ ।
- ଏହି ସମୟରେ ଟଙ୍କାକୁ ସଠିକ୍ ଭାବରେ ପରିଚାଳନା କରନ୍ତୁ ଏବଂ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।
- ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।
- ଆପଣଙ୍କ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କାହା ସହିତ ଯୁକ୍ତିତର୍କ କରିବାରୁ ଦୂରେଇ ରୁହନ୍ତୁ ।