ETV Bharat / bharat

'ଆଦର୍ଶ ଆଚରଣ ବିଧିକୁ ମୋଦି ଆଚରଣ ବିଧି ନାମରେ ନାମିତ ହେଉ'

କୁଚବିହାର ଜିଲ୍ଲାରେ ରାଜନୈତିକ ବ୍ୟକ୍ତି କିମ୍ବା ଅନ୍ୟ କୌଣସି ବାହାର ଲୋକଙ୍କୁ 72 ଘଣ୍ଟା ପାଇଁ ପ୍ରବେଶ ଉପରେ କଟକଣା ଲଗାଇବା ପରେ ନିର୍ବାଚନ କମିସନ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । Model Code of Conduct କୁ ସଂଶୋଧନ କରି ' Modi Code of Conduct' କରନ୍ତୁ ବୋଲି ମମତା ବାନାର୍ଜୀ କହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Apr 11, 2021, 12:52 PM IST

Mamata tells EC
'ମୋଡେଲ କୋ ଅଫ କଣ୍ଡୋକ୍ଟକୁ Modi Code of Conduct ରେ ସଂଶୋଧନ କରନ୍ତୁ'

କୋଲକାତା: ନିର୍ବାଚନ କମିସନ କୁଚବିହାର ଜିଲ୍ଲାରେ ରାଜନୈତିକ ବ୍ୟକ୍ତି କିମ୍ବା ଅନ୍ୟ କୌଣସି ବାହାର ଲୋକଙ୍କୁ 72 ଘଣ୍ଟା ପାଇଁ ପ୍ରବେଶ ଉପରେ କଟକଣା ଲଗାଇବା ପରେ ଜୋରଦାର ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ କମିସନ ନିର୍ବାଚନ ଆଚରଣ ବିଧିକୁ Model Code of Conduct କୁ ସଂଶୋଧନ କରି ' Modi Code of Conduct' କରନ୍ତୁ ବୋଲି ମମତା ବାନାର୍ଜୀ କହିଛନ୍ତି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ କୁଚବିହାରରେ ଜିଲ୍ଲାରେ ହିଂସାରେ 4 ଜଣ ଟିଏମସି ସମର୍ଥକଙ୍କ ମୃତ୍ୟୁ ପରେ ସେଠାରେ ଯାଇ ମୃତଙ୍କ ପରିବାରକୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ । ଏହା ପରେ ନିର୍ବାଚନ କମିସନ କୁଚବିହାର ଜିଲ୍ଲାରେ 72 ଘଣ୍ଟା ପାଇଁ କୌଣସି ରାଜନୈତିକ ବ୍ୟକ୍ତି କମ୍ବା ବାହାର ଲୋକଙ୍କୁ ପ୍ରବେଶ ଉପରେ କଟକଣା ଜାରି କରିଥିଲେ ।

ସୂଚନାଥାଉକି, ଶନିବାର ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ କୁଚବିହାରର ଜିଲ୍ଲାର ଦିନହାଟ ବିଧାନସଭା ଆସନର ସିତଲକୁଛି 126 ନଂ ବୁଥରେ ଦିନ 11.05 ସମୟରେ ଟିଏମସି ସମର୍ଥକ ମାନେ ଉତ୍ତେଜନା ସୃଷ୍ଟି କରିବା ସହ କେନ୍ଦ୍ରୀୟ ସୁରକ୍ଷାବଳ ସିଆଇଏସଏଫକୁ ଆକ୍ରମଣ କରିଥିଲେ । ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କେନ୍ଦ୍ରୀୟ ସୁରକ୍ଷାବଳର କଥାକୁ କେହି ଶୁଣି ନଥିଲେ । ଧୀରେ ଧୀରେ ହିଂସା ବୃଦ୍ଧି ପାଇବାରେ ଲାଗିଥିଲା ଏହା ପରେ ଲୋକଙ୍କ ସୁରକ୍ଷା ଏବଂ ସିଆଏସଏଫର ଆତ୍ମରକ୍ଷା ପାଇଁ ଗୁଳି ଚଳାଇଛି । ଏହି ଘଟଣାରେ 4 ଜଣ ଟିଏମସି ସମର୍ଥକ ପ୍ରାଣ ହରାଇଥିଲେ ।

ଏହି ଘଟଣା ପରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ନିର୍ବାଚନ କମିସନ 72 ଘଣ୍ଟା କଟକଣା ସହ ସିତଲକୁଛିର 126 ନଂ ବୁଥର ମତଦାନ ସ୍ଥଗିତ ରଖିଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ ଅଧିକ ସଂଖ୍ୟାରେ ସୁରକ୍ଷାବଳୟ ପଠାଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଚବିହାର ହିଂସା ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ଦୋଷୀଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କୁ କହିଛନ୍ତି । ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ 4ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅପ୍ରେଲ 17ରେ ହେବ ପଞ୍ଚମ ପର୍ଯ୍ୟାୟନ ନିର୍ବାଚନ । ମେ 2ରେ ବାହାରିବ ଫଳାଫଳ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.