ଜୟପୁର: ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶିକ୍ଷକ ମାନଙ୍କ ପାଇଁ ରାଜସ୍ଥାନ ଯୋଗ୍ୟତା ପରୀକ୍ଷା (REET)2021 ଅନୁଷ୍ଠିତ ହୋଇଛି । ତେବେ ପରୀକ୍ଷାରେ ଚଞ୍ଚକତା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ବିକାନେର ଅଞ୍ଚଳର ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ରାଜସ୍ଥାନ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ପକ୍ଷରୁ ରାଜ୍ୟର ସମସ୍ତ 33ଟି ଜିଲ୍ଲାରେ ମୋଟ 3,993 ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ହୋଇଥିବା ବେଳେ ଏହି ପରୀକ୍ଷାରେ ୨ଟି ସିପ୍ଟରେ 16.51 ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା ହୋଇଥିଲା ।
ସୂଚନାନୁସାରେ ପରୀକ୍ଷାରେ ସ୍ବଚ୍ଛତା ରଖିବାକୁ ସତର୍କତାମୂଳକ ଭାବେ ରବିବାର ଜୟପୁର ସମେତ ଅନେକ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଥିଲା । ତେବେ ଏହି ପରୀକ୍ଷାରେ ଦେବାକୁ ଆସିଥିବା କିଛି ପରୀକ୍ଷାର୍ଥୀ ସ୍ଲିପର ଜୋତାରେ ବ୍ଲୁଟୁଥ୍ ଡିଭାଇସ୍ ସଂଯୋଗ କରିଥିବା ଅଭିଯୋଗରେ ବିକାନୀର ପୋଲିସ ଗିରଫ କରିଛି ।
ତେବେ ଏହି ଘଟଣାରେ ବିକାନୀର ପୋଲିସ ଅଧୀକ୍ଷକ ପ୍ରୀତି ଚନ୍ଦ୍ର କହିଛନ୍ତି କି ସେମାନେ ପରୀକ୍ଷା ପୂର୍ବରୁ ସେମାନେ ଗଙ୍ଗାଶାହର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଧରାପଡିଥିଲେ । ଏବଂ ପରବର୍ତ୍ତୀ ମୂହୁର୍ତ୍ତରେ ଯାଞ୍ଚ ସମୟରେ ଚପଲ ସମେତ ବିଭିନ୍ନ ଉପକରଣକୁ ମଧ୍ୟ ଜବତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ