ETV Bharat / bharat

Goa Election: ରାହୁଲ କହିଲେ କ୍ଷମତା ଚୋରି କରି ଶାସନ କରୁଛି ବିଜେପି

author img

By

Published : Feb 11, 2022, 8:34 PM IST

ପ୍ରେସମିଟରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ବିଷୋଦଗାର କରି କହିଛନ୍ତି ଗୋଆରେ ପର୍ଯ୍ୟଟନ ସ୍ଥିତି ଖରାପ ହୋଇପଡିଛି । ବେକାରୀ ସମସ୍ୟା ବଢିବାରେ ଲାଗିଛି । ଯୁବକଙ୍କୁ ରୋଜଗାର ମିଳୁନାହିଁ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ

ପାଣାଜି: ଗୋଆ ବିଧାନସଭା ନିର୍ବାଚନ( Goa Assembly Election) ପାଇଁ ଆସନ୍ତା 14 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । କ୍ଷମତାସୀନ ବିଜେପି ପୁଣି ଥରେ ବିକାଶ ଓ ରାଷ୍ଟ୍ରବାଦକୁ ନେଇ ମୈଦାନକୁ ଓହ୍ଲାଇଥିବା ବେଳେ ସ୍ବର୍ଣ୍ଣିମ ଗୋଆ ନିର୍ମାଣ ପାଇଁ ବିଜେପିକୁ ଭୋଟ ଦେବାକୁ ଦଳ ନିବେଦନ କରୁଛି ।

ସେହିପରି କଂଗ୍ରେସ ମଧ୍ୟ ନିର୍ବାଚନ ଜିତିବା ପାଇଁ ପ୍ରଚାର ଯୋରଦାର କରିଛି । ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ସାଂସଦ ରାହୁଲ ଗାନ୍ଧୀ ପ୍ରଚାର କରିଛନ୍ତି । ଏଥିସହ ଗୋଆରେ ଏକ ପ୍ରେସମିଟ କରି ରାହୁଲ ବିଜେପି ଉପରେ ଆକ୍ରମଣ କରି ଏକାଧିକ ଅଭିଯୋଗ ଆଣିଛନ୍ତି । ରାହୁଲ କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ଆଇନସିଦ୍ଧ ଭାବେ ଖଣି ଖନନର ନିଲାମ କରାଯିବ ।

ପ୍ରେସମିଟରେ ରାହୁଲ ଗାନ୍ଧୀ ବିଜେପି ବିରୋଧରେ ବିଷୋଦଗାର କରି କହିଛନ୍ତି ଗୋଆରେ ପର୍ଯ୍ୟଟନ ସ୍ଥିତି ପୁରା ଖରାପ ହୋଇପଡିଛି । ବେକାରୀ ସମସ୍ୟା ବଢିବାରେ ଲାଗିଛି । ଯୁବକଙ୍କୁ ରୋଜଗାର ମିଳୁନାହିଁ । ଗତ 5 ବର୍ଷ ବିଜେପି କେବଳ ମିଛ ଓ ଭ୍ରଷ୍ଟାଚାର ରାଜନୀତି କରିଛି । ବିଜେପି କ୍ଷମତା ଚୋରି କରି ଶାସନ କରିଛି । ଗତ ନିର୍ବାଚନରେ ଗୋଆବାସୀ କଂଗ୍ରେସକୁ ସମର୍ଥନ ଦେଇଥିଲେ । ହେଲେ ବିଜେପି କ୍ଷମତା ଚୋରି କରି ବେଆଇନ ଭାବେ ସରକାର କରିଥିଲା ।

ଏଥର ଆଉ ସେ ଭୁଲ ଗୋଆବାସୀ କରିବେ ନାହିଁ । କଂଗ୍ରେସକୁ ପୂର୍ଣ୍ଣ ବହୁମତ ଦେଇ ଗୋଆର ବିକାଶ ପାଇଁ ସରକାର ଗଠନ କରିବେ । ବିଜେପି ଗତ 5 ବର୍ଷ କଣ କରିଛି ତାହା ଗୋଆବାସୀ ଜାଣିଛନ୍ତି । ଆଉ ତାହାର ଜବାବ ଏଥର ଗୋଆବାସୀ ଦେବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.