ETV Bharat / bharat

IIM ନାଗପୁରର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ କଲେ ରାଷ୍ଟ୍ରପତି - ରାଷ୍ଟ୍ରପତିଙ୍କ ନାଗପୁର ଗସ୍ତ

IIM ନାଗପୁରର ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କହିଲେ ଶିକ୍ଷାନୁଷ୍ଠାନ ଏକାଡେମିକ ଟ୍ରେନିଂ ଗ୍ରାଉଣ୍ଡରେ ସୀମିତ ନୁହେଁ, ବରଂ ଲୁକ୍କାୟିତ ପ୍ରତିଭାକୁ ଉଜ୍ବଳ କରିବାର ଏକ ଅବସର । ଅଧିକ ପଢନ୍ତୁ

IIM ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ କଲେ ରାଷ୍ଟ୍ରପତି

author img

By

Published : May 8, 2022, 10:06 PM IST

ମୁମ୍ବାଇ: ଭାରତୀୟ ପ୍ରବନ୍ଧନ ସଂସ୍ଥାନ (IIM)ର ନାଗପୁର କ୍ୟାମ୍ପସ କେବଳ ଏକାଡେମିକ ଟ୍ରେନିଂ ଗ୍ରାଉଣ୍ଡର ଏକ ଉତ୍କୃଷ୍ଟ କେନ୍ଦ୍ର ହେବା ଉଚିତ୍ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଜୀବନ ଧାରଣ ଅଭିଜ୍ଞତାର କେନ୍ଦ୍ର ହେବା ଉଚିତ । ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ସ୍ଥାନ ନୁହେଁ, ବରଂ ଏହା ଏପରି ଏକ ସ୍ଥାନ ଯାହା ବିଦ୍ୟାର୍ଥୀଙ୍କ ଲୁକ୍କାୟିତ ପ୍ରତିଭାକୁ ଉଜ୍ବଳ କରେ ଓ ସାଧାରଣ ଜୀବନରେ ପ୍ରତିଫଳିତ କରାଏ । ମହାରାଷ୍ଟ୍ର ନାଗପୁରରେ IIM ର ନୂତନ ତଥା ସ୍ଥାୟୀ କ୍ୟାମ୍ପସ ଲୋକାର୍ପଣ ଅବସରରେ ଆଜି (ରବିବାର) ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ ।

  • Maharashtra | President Ram Nath Kovind inaugurated the permanent campus of the Indian Institute of Management, Nagpur.

    Union Education Minister Dharmendra Pradhan, Union Road Transport & Highways Minister Nitin Gadkari & LoP Devendra Fadnavis were present during the ceremony. pic.twitter.com/BPVz3QVEjZ

    — ANI (@ANI) May 8, 2022 " class="align-text-top noRightClick twitterSection" data=" ">

ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି, ପାଠ୍ୟକ୍ରମ ଆମକୁ ଉଦ୍ଦେଶ୍ୟ, ଅଭିଳାଷ ଏବଂ ଆମର ସ୍ୱପ୍ନକୁ ପୂରଣ କରିବାର ସୁଯୋଗ ଦେଇଥାଏ । ବର୍ତ୍ତମାନ ସମୟରେ ଛାତ୍ରମାନଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟୋଗୀତା କେବଳ ଟେକ୍ନୋଲୋଜି ମାଧ୍ୟମରେ ଆମ ଜୀବନକୁ ସହଜ କରିନାହିଁ ବରଂ ଅନେକ ଲୋକଙ୍କୁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରୁଛି । ସେ ଆଶାବାଦୀ ମଧ୍ୟ ଯେ, ଆଇଆଇଏମ୍ ନାଗପୁର ଛାତ୍ରମାନଙ୍କ ମଧ୍ୟରେ ଚାକିରୀ ଖୋଜିବା ପରିବର୍ତ୍ତେ ଚାକିରୀ ସୃଷ୍ଟି କରିବାର ମାନସିକତାକୁ ପ୍ରୋତ୍ସାହିତ କରିବ ବୋଲି ନିଜ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ।

ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏକବିଂଶ ଶତାବ୍ଦୀର ଏହି ସ୍ଥାୟୀ କ୍ୟାମ୍ପସ ବିଶେଷକରି ନାଗପୁର ଏବଂ ବିଦର୍ଭ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ପ୍ରତ୍ସାହିତ କରିବାରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ସେ ମତ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.