ETV Bharat / bharat

ଆଜିଠୁ 4 ଦିନିଆ ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ରାଷ୍ଟ୍ରପତି

author img

By

Published : Aug 5, 2023, 8:09 AM IST

ଆଜି ତାମିଲନାଡୁ ଓ ପୁଡୁଚେରୀ ଗସ୍ତରେ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରିଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ଅଧିକ ପଢନ୍ତୁ

President Murmu to visit Tamil Nadu
President Murmu to visit Tamil Nadu

ନୂଆଦିଲ୍ଲୀ: ଆଜିଠୁ ଚାରି ଦିନିଆ ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଅଗଷ୍ଟ 8 ତାରିଖରେ ଗସ୍ତ ଶେଷ ହେବା ପରେ ଦିଲ୍ଲୀ ଫେରିଆସିବେ ଦ୍ରୌପଦୀ ମୁର୍ମୁ । ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ ଗସ୍ତର କାର୍ଯ୍ୟସୂଚୀ ଉପରେ ।

ଆଜି ତାମିଲନାଡୁରେ ପହଞ୍ଚିବା ପରେ ପ୍ରଥମେ ମୁଡୁମାଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିବେ । ଏହା ପରେ ଆସନ୍ତାକାଲି ( ରବିବାର) ଚେନ୍ନାଇରେ ମାଡ୍ରାସ ବିଶ୍ୱବିଦ୍ୟାଳୟର 165 ତମ ସମାରୋହରେ ସାମିଲ ହୋଇ ସମ୍ବୋଧିତ କରିବେ । ପରେ ଚେନ୍ନାଇର ରାଜ ଭବନରେ ତାମିଲନାଡୁର ପିଭିଟିଜି ସଦସ୍ୟମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ମହାକାବୀ ସୁବ୍ରମଣ୍ୟମ ଭାରତୀୟାରଙ୍କ ଏକ ଫଟୋକୁ ଉନ୍ମୋଚନ କରିବେ । ପରେ ପରେ ରାଜଭବନର ଦୁର୍ବାର ହଲକୁ ଭାରତୀୟାର ମଣ୍ଡପମ୍ ନାମରେ ନାମକରଣ କରିବେ ।

ଅଗଷ୍ଟ 7 ତାରିଖରେ ରାଷ୍ଟ୍ରପତି ପୁଡୁଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (JIPMER)ର ଲିନିୟର ଆସ୍କେଲେଟରର ଉଦଘାଟନ କରିବେ । ଏହାପରେ ଜାତୀୟ ଆୟୁଷ ମିଶନ ଅନ୍ତର୍ଗତ ଭିଲିଆନୁରରେ ଏକ 50 ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଉଦଘାଟନ କରିବେ । ପୁଡୁଚେରୀ ସରକାରଙ୍କ ସମ୍ମାନାର୍ଥେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଗସ୍ତର ଶେଷ ଦିନ (ଅଗଷ୍ଟ 8)ରେ ଅରୋଭିଲରେ ଥିବା ମାତ୍ରିମନ୍ଦିର ପରିଦର୍ଶନ କରିବେ । ପରେ ଆସପାରିଙ୍ଗ ଫର ସୁପରମାଇଣ୍ଡ ଇନ ଦ ସିଟି ଅଫ କନସିଅସନେସର ଉଦଘାଟନ କରିବେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସ୍ବତନ୍ତ୍ର ବିମାନ ଯୋଗେ ପୁଣି ଦିଲ୍ଲୀ ଫେରି ଆସିବେ ରାଷ୍ଟ୍ରପତି ।

ଏହା ମଧ୍ୟ ପଢନ୍ତୁ-ସରିଲା ୩ ଦିନିଆ ଗସ୍ତ, ଜନ୍ମମାଟି ଛାଡିଲେ ମହାମହିମ ରାଷ୍ଟ୍ରପତି

ଏହା ପୂର୍ବରୁ ଜୁଲାଇ ମାସରେ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି । ତିନି ଦିନିଆ ଗସ୍ତ ଶେଷ କରିବା ପରେ ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଥିଲେ ଦ୍ରୌପଦୀ ମୁର୍ମୁ । ଗସ୍ତର ପ୍ରଥମ ଦିନରେ ରାଜଭବନରେ ଅତୁଟ ବନ୍ଧନ ଅନୁଷ୍ଠାନ କର୍ମକର୍ତ୍ତା ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେମାନଙ୍କ ସହ କଥା ହୋଇ ସେମାନଙ୍କୁ ପ୍ରେରଣା ଯୋଗାଇଥିଲେ । ସେହିପରି ଭାବରେ କଟକରେ ୭ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ କଟକ ଚଣ୍ଡୀ ମନ୍ଦିର, କଟକ ସ୍ଥିତ ଉତ୍କଳଗୌରବ ମଧୁସୁଦନ ଦାସଙ୍କ ବାସଭବନ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ଆଦି ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.