ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ 76ତମ ସ୍ବାଧୀନତା ଦିବସ(Independence Day) ପାଳନ କରିବାକୁ ଯାଉଥିବା ବେଳେ ଆଜି ସଂଧ୍ୟାରେ ଦେଶକୁୁୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draupadi Murmu) । ଦେଶବାସୀ ଓ ସମଗ୍ର ବିଶ୍ବରେ ଥିବା ଭାରତୀୟଙ୍କୁ ସେ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । 14 ଅଗଷ୍ଟକୁ ଦେଶ ବିଭାଜନ ବିଭିଷୀକା ସ୍ମୃତି ଦିବସ ଭାବେ ପାଳନ କରୁଛି । ଏହି ଦିବସର ଉଦ୍ଦେଶ୍ୟ ସାମାଜିକ ସଦଭାବନା ଓ ଏକତା ବଢାଇବା ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । ସେହିପରି ନିଜ ସମ୍ବୋଧନରେ ମହିଳା ସଶକ୍ତିକରଣ, କୋଭିଡ ବିରୋଧୀ ଲଢେଇ, ପରିବେଶ ସୁରକ୍ଷା ପ୍ରସଙ୍ଗକୁ ସ୍ଥାନ ଦେଇଛନ୍ତି ରାଷ୍ଟ୍ରପତି ।
-
Delhi | Tomorrow marks the day when we freed ourselves from shackles of colonial rulers. We bow & celebrate those who made enormous sacrifices to make it possible for us to live in free India: President Droupadi Murmu addresses the country on eve of 76th Independence Day pic.twitter.com/u111ggwwTU
— ANI (@ANI) August 14, 2022 " class="align-text-top noRightClick twitterSection" data="
">Delhi | Tomorrow marks the day when we freed ourselves from shackles of colonial rulers. We bow & celebrate those who made enormous sacrifices to make it possible for us to live in free India: President Droupadi Murmu addresses the country on eve of 76th Independence Day pic.twitter.com/u111ggwwTU
— ANI (@ANI) August 14, 2022Delhi | Tomorrow marks the day when we freed ourselves from shackles of colonial rulers. We bow & celebrate those who made enormous sacrifices to make it possible for us to live in free India: President Droupadi Murmu addresses the country on eve of 76th Independence Day pic.twitter.com/u111ggwwTU
— ANI (@ANI) August 14, 2022
ସ୍ବାଧୀନତା ସଂଗ୍ରାମୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି:-
ନିଜ ସମ୍ବୋଧନରେ ସ୍ବାଧୀନତା ସଂଗ୍ରମୀଙ୍କୁ ସ୍ମରଣ କରିବା ସହ ନମନ କରିଛନ୍ତି ରାଷ୍ଟ୍ରପତି । ସ୍ବାଧୀନତା ପ୍ରାପ୍ତି ପାଇଁ ସେମାନେ ସର୍ବସ୍ବ ବଳିଦାନ ଦେଇଛନ୍ତି । ଫଳସ୍ବରୁପ ଆମେ ଆଜି ସ୍ବାଧୀନ ହୋଇଛୁ । ତେଣୁ ସେମାନଙ୍କୁ ଆଜି କୃତଜ୍ଞତାର ସହ ରାଷ୍ଟ୍ରବାସୀ ମନେ ପକାଉଛନ୍ତି । ସେମାନଙ୍କ ତ୍ୟାଗକୁ ସ୍ମରଣ କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି । ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି, "ଅନ୍ୟ କିଛି ଗଣତାନ୍ତ୍ରିର ରାଷ୍ଟ୍ରରେ ମତାଧିକାର ସାବ୍ୟସ୍ତ କରିବାର ଅଧିକାର ମହିଳାଙ୍କୁ ବହୁ ବିଳମ୍ବରେ ପ୍ରାପ୍ତ ହେଉଛି । କିନ୍ତୁ ଭାରତ ଆରମ୍ଭରୁ ସାର୍ବଭୌମିକ ବୟସ୍କ ମତାଧିକାର ପ୍ରଦାନ କରିଛି ।"
ଦେଶବାସୀଙ୍କୁ ସମର୍ପିତ କଲେ ମହୋତ୍ସବ:-
ଚଳିତ ବର୍ଷ ଦେଶବ୍ୟାପୀ ପାଳନ ଜାରି ରହିଥିବା ଆଜାଦି କା ଅମୃତ ମହୋତ୍ସବ ସମସ୍ତ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ରାଷ୍ଟ୍ରପତି । ଗତବର୍ଷ 2021 ମାର୍ଚ୍ଚରେ ଦାଣ୍ଡିଯାତ୍ରାକୁ ପୁଣି ଜୀବନ୍ତ ଭାବେ ସ୍ମରଣ କରିବା ପାଇଁ ଏହି ମହୋତ୍ସବ ପାଳନ ଆରମ୍ଭ କରାଯାଇଥିଲା । ଭାରତୀୟ ସ୍ବାଧୀନତା ଆନ୍ଦୋଳନ ବିଶ୍ବରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି । 75ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ଉତ୍ସବ ସମସ୍ତ ଦେଶବାସୀଙ୍କୁ ସମର୍ପିତ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ।
ଜନଜାତି ଗୌରବ ଦିବସର କଲେ ଉଲ୍ଲେଖ:-
ନିଜ ସମ୍ବୋଦନରେ ରାଷ୍ଟ୍ରପତି ଜନଜାତୀୟ ଦିବସ ପାଳନକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ଗତବର୍ଷ ଠାରୁ ନଭେମ୍ବର 15 ତାରିଖକୁ ‘ଜନଜାତି ଗୌରବ ଦିବସ' ଭାବରେ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତି ଏକ ନିଶ୍ଚିତ ସ୍ୱାଗତଯୋଗ୍ୟ । ଆମର ଜନଜାତୀୟ ସମ୍ପ୍ରଦାୟ ଓ ସଂସ୍କୃତି କେବଳ ସ୍ଥାନୀୟ କିମ୍ବା ଆଞ୍ଚଳିକ ଆଇକନ୍ ନୁହେଁ ବରଂ ସେମାନେ ସମଗ୍ର ଦେଶ ପାଇଁ ପ୍ରେରଣା ଉତ୍ସ ବୋଲି ରାଷ୍ଟ୍ରପତି କହିଛନ୍ତି ।
-
In most other well-established democracies, women had to wage long-drawn struggles to get right to vote. But India can be credited to have helped world discover true potential of democracy... Our daughters are the biggest hope for the nation: President of India, Droupadi Murmu pic.twitter.com/Fu2UwLEn3I
— ANI (@ANI) August 14, 2022 " class="align-text-top noRightClick twitterSection" data="
">In most other well-established democracies, women had to wage long-drawn struggles to get right to vote. But India can be credited to have helped world discover true potential of democracy... Our daughters are the biggest hope for the nation: President of India, Droupadi Murmu pic.twitter.com/Fu2UwLEn3I
— ANI (@ANI) August 14, 2022In most other well-established democracies, women had to wage long-drawn struggles to get right to vote. But India can be credited to have helped world discover true potential of democracy... Our daughters are the biggest hope for the nation: President of India, Droupadi Murmu pic.twitter.com/Fu2UwLEn3I
— ANI (@ANI) August 14, 2022
କୋରୋନା ବିରୋଧୀ ଲଢେଇରେ ବିଶ୍ବକୁ ସାହାଯ୍ୟର ହାତ ବଢାଇଛି ଭାରତ:-
କୋଭିଡ ମହାମାରୀ ବିରୋଧରେ ଭାରତର ସଂଘର୍ଷ ଓ ସଫଳତା କଥା ମଧ୍ୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି । ଭାରତ ମାନବ ଇତିହାସରେ ସବୁଠାରୁ ବଡ ଟୀକାକରଣ ଅଭିଯାନକୁ ସ୍ୱଦେଶୀ ଉତ୍ପାଦିତ ଟିକା ଦ୍ବାରା ଆରମ୍ଭ କରି ସାରା ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିଛି । ଗତ ମାସରେ, ଦେଶରେ ଟିକାକରଣ 2ଶହ କୋଟି ଅତିକ୍ରମ କରିସାରିଛି ।
ଏହି ବୈଶ୍ବିକ ମହାମାରୀର ମୁକାବିଲା କରିବାରେ ଆମର ସଫଳତା ବିଶ୍ବର ଶକ୍ତିଶାଳୀ ତଥା ଅନ୍ୟ ବିକଶିତ ଦେଶଙ୍କ ତୂଳନାରେ ବେସ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । କୋଭିଡ ମହାମାରୀ ସମୟରେ ଭାରତ ନିଜେ ସଫଳତାର ମୁକାବିଲା କରିବା ସହ ବିଶ୍ବର ଅନ୍ୟ ଦେଶଙ୍କ ପାଇଁ ମଧ୍ୟ ସହଯୋଗୀ ଭାବେ ହାତ ବଢାଇଛି । ମହାମାରୀ ପ୍ରଭାବ ସତ୍ତ୍ବେ ମଧ୍ୟ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି ।
ସଶକ୍ତ ହୋଇଛନ୍ତି ଭାରତୀୟ ମହିଳା:-
ରାଷ୍ଟ୍ରପତି କହିଛନ୍ତି, ଆଜି ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅର୍ଥନୀତି ତଥା ଦେଶର ଅନ୍ୟାନ୍ୟ କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣର ଏକ ବଡ ଭୂମିକା ରହିଛି । ଭାରତର ନୂତନ ଆତ୍ମବିଶ୍ୱାସର ଉତ୍ସ ହେଉଛନ୍ତି ଯୁବକ, କୃଷକ ଏବଂ ଦେଶର ସମସ୍ତ ମହିଳା । ମହିଳାମାନେ ଅନେକ ପ୍ରତିବନ୍ଧକକୁ ଅତିକ୍ରମ କରି ସଫଳତାର ସହ ଆଗକୁ ବଢୁଛନ୍ତି । ସାମାଜିକ ଏବଂ ରାଜନୈତିକ ପ୍ରକ୍ରିୟାରେ ସେମାନଙ୍କର ଅଂଶଦାନ ମଧ୍ୟ କେବଳ ବଢିବାରେ ଲାଗିନାହିଁ ବରଂ ନିର୍ଣ୍ଣାୟକ ପ୍ରମାଣିତ ହେବାରେ ଲାଗିଛି । ଆଜି ଆମର ପଞ୍ଚାୟତରାଜ ବ୍ୟବସ୍ଥାରେ ନିର୍ବାଚିତ ମହିଳା ପ୍ରତିନିଧୀଙ୍କ ସଂଖ୍ୟା 14 ଲକ୍ଷରୁ ଅଧିକରେ ପହଞ୍ଚିଛି । ମହିଳା ଓ ଯୁବତୀଙ୍କୁ ସଠିକ୍ ସୁଯୋଗ ଦିଆଗଲେ ସେମାନେ ବଡ଼ ସଫଳତା ହାସଲ କରିପାରିବେ । ଆମର ଝିଅମାନେ ଯୁଦ୍ଧ ବିମାନ ପାଇଲଟ୍ ହେବା ଠାରୁ ମହାକାଶ ବିଜ୍ଞାନୀ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ବୋଲି ରାଷ୍ଟ୍ରପତି ।
ଦେଶବାସୀଙ୍କୁ ଦେଲେ ସଙ୍କଳ୍ପ:-
ନିଜେ ଜଣେ ଜନଜାତି ସମ୍ପ୍ରଦାୟକୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ ପରିବେଶ ସୁରକ୍ଷାକୁ ମଧ୍ୟ ଅଗ୍ରାଧିକାର ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, "ଏବେ ପରିବେଶର ସୁରକ୍ଷା ନେଇ ଆମ ସାମ୍ନାରେ ନୂଆ ନୂଆ ଆହ୍ବାନ ସୃଷ୍ଟି ହେବାରେ ଲାଗିଛି । ପରିବେଶକୁ ରକ୍ଷା କରିବା ପାଇଁ ଆମକୁ ଦୃଢତାର ସହ ଏହି ଆହ୍ବାନର ମୁକାବିଲା କରିବାକୁ ପଡିବ । ଆମର ପରବର୍ତ୍ତୀ ପିଢି ପାଇଁ ପରିବେଶର ପ୍ରତ୍ୟେକ ଉପାଦନ, ଜଳ, ମାଟି ଓ ଜୈବିକ ବିବିଧତାର ଉଚିତ ସଂରକ୍ଷଣ ଆମ ସମସ୍ତଙ୍କ ଉତ୍ତରଦାୟିତ୍ବ ହେବା ଉଚିତ ।"
ଆମ ପାଖରେ ଥିବା ପ୍ରତ୍ୟେକ ସମ୍ପତ୍ତି ଆମ ମାତୃଭୂମି ଦ୍ବାରା ଆମକୁ ପ୍ରାପ୍ତ ହୋଇଛି । ତେଣୁ ଆମେ ଆମ ଦେଶମାତୃକାର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିବା ପାଇଁ ମଧ୍ୟ ସଙ୍କଳ୍ପ ନେବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଏହା ଥିଲା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଦେଶବାସୀଙ୍କୁ ସମ୍ବୋଧନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ